Advertisment

ଡିଏମକେ ଉପରେ ମୋଦିଙ୍କ ‘ପ୍ରଥମ କପି ରାଇଟ୍‌ ଦୁର୍ନୀତି’ ହମଲା

ଡିଏମକେ ପାଖରେ ଦୁର୍ନୀତିର ପ୍ରଥମ କପି ରାଇଟ ରହିଛି। ପୂରା ପରିବାର ତାମିଲନାଡୁକୁ ଲୁଟ କରି ଚାଲିଛନ୍ତି ବୋଲି ମୋଦି ଭେଲ୍ଲୋରରେ ଆୟୋଜିତ ରାଲିରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ନିର୍ବାଚନ ପାଖେଇ ଆସୁଥିବା ବେଳେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ଉପରେ ନିଜର ହମଲାକୁ ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିଏମକେ ଗୋଟିଏ ପରିବାରର କମ୍ପାନୀ ପାଲଟିଛି।

Advertisment

ଡିଏମକେ ପାଖରେ ଦୁର୍ନୀତିର ପ୍ରଥମ କପି ରାଇଟ ରହିଛି। ପୂରା ପରିବାର ତାମିଲନାଡୁକୁ ଲୁଟ କରି ଚାଲିଛନ୍ତି ବୋଲି ମୋଦି ଭେଲ୍ଲୋରରେ ଆୟୋଜିତ ରାଲିରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ତାମିଲନାଡୁକୁ ପୁରୁଣା ଚିନ୍ତା ଧାରା ଓ ପୁରୁଣା ରାଜନୀତି ଭିତରେ ରଖିବାକୁ ଡିଏମେକ ଚେଷ୍ଟା କରୁଛି। ପୂରା ଡିଏମକେ ଗୋଟିଏ ପରିବାରର କମ୍ପାନୀ ପାଲଟି ଯାଇଛି। ଡିଏମକେର ପାରିବାରିକ ରାଜନୀତି ଯୋଗୁ ତାମିଲନାଡୁର ଯୁବଗୋଷ୍ଠୀ ଆଗକୁ ଯିବାକୁ ସୁଯୋଗ ପାଉ ନାହାନ୍ତି।

Advertisment

ଡିଏମକେରୁ ନିର୍ବାଚନ ଲଢ଼ିବାକୁ ଓ ଡିଏମକେରେ ଆଗକୁ ଯିବା ପାଇଁ ୩ଟି ମୁଖ୍ୟ ଯୋଗ୍ୟତା ରହିଛି। ୩ ମୁଖ୍ୟ ଯୋଗ୍ୟତା ହେଲା- ପାରିବାରିକ ରାଜନୀତି, ଦୁର୍ନୀତି ଓ ତାମିଲ ବିରୋଧୀ ସଂସ୍କୃତି। ଡିଏମକେ ଭାଷା, ଧର୍ମ ଓ ବିଶ୍ୱାସକୁ ଆଧାର କରି ଲୋକଙ୍କ ମଧ୍ୟରେ ବିଭେଦ କରୁଛି। ଡିଏମକେ ଭଲ ଭାବେ ଜାଣିଛି ଯେ ଯଦି ଲୋକମାନେ ଏହି ଚିନ୍ତାଧାରାରୁ ମୁକୁଳି ଯିବେ, ତା’ହେଲେ ଦଳକୁ ଗୋଟିଏ ହେଲେ ଭୋଟ ମିଳିବ ନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତାମିଲନାଡୁରେ ନିଜ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ମଙ୍ଗଳବାର ରାଜ୍ୟର ରାଜଧାନୀ ଚେନ୍ନାଇରେ ବିଶାଳ ରୋଡ ଶୋ’ କରିଥିଲେ।

ରୋଡ ଶୋ’ ପରେ ସେ ନିଜ ଏକ୍ସରେ ଲେଖିଥିଲେ ଯେ “ଚେନ୍ନାଇ ମୋତେ ଜିତି ନେଇଛି। ଏହି ଡାଇନାମିକ ସହରରେ ଆଜିର ରୋଡ ଶୋ’ ସବୁ ଦିନ ମୋ ସ୍ମୃତି ହୋଇ ରହିବ। ଆପଣମାନଙ୍କ ସେବା କରିବା ଓ ଦେଶକୁ ଅଧିକ ବିଶକିତ କରିବା ପାଇଁ ଆପଣମାନଙ୍କ ଆଶୀର୍ବାଦ ମୋତେ ଶକ୍ତି ଦେଇଛି। ଚେନ୍ନାଇର ଉତ୍ସାହରୁ ଜଣାପଡ଼ୁଛି ଯେ ତାମିଲନାଡୁ ଏବେ ଏନଡିଏକ ବଡ଼ ସମର୍ଥନ ଦେବାକୁ ମନ ବଳାଇଛି।”

୨୦୧୯ ଲୋକସଭା ନିର୍ବାଚନ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ତାମିଲନାଡୁର ୩୯ ଆସନରୁ ୩୮ଟିରେ ଜିତିଥିଲା।

Bjp Tamilnadu PMModi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe