/odisha-reporter/media/post_attachments/uploadimage/library/16_9/16_9_0/PM_Modi_1718710999.jpg)
PM Modi
ଗୁରୁବାର ଠାରୁ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ନିଜ ଶାସନର ତୃତୀୟ ପାଳିରେ ମୋଦି ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଉଛନ୍ତି।
Advertisment
ଏହି ଅବସରରେ ମୋଦି ଜମ୍ମୁ-କଶ୍ମୀରରେ ଯୋଗ କରିବେ। ଜୁନ ୨୧ ହେଉଛନ୍ତି ଅନ୍ତର୍ଜାତୀୟ ଯୋଗ ଦିବସ। ମୋଦି ସେହି ଦିନ ଯୁବଗୋଷ୍ଠୀଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।
ନିକଟରେ ସମଗ୍ର ଦେଶ ସମେତ ଜମ୍ମୁ-କଶ୍ମୀରରେ ସାଧାରଣ ନିର୍ବାଚନ ଶେଷ ହୋଇଛି। ସେହିପରି ଆଗକୁ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଜମ୍ମୁ ଅଞ୍ଚଳରେ ସିରିଜ ଟେରର ଆଟାକ ହେବାର ଲାଗିଛି। ଏପରି ସ୍ଥିତିରେ ମୋଦି ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି।
Advertisment
୨୦୧୯ରେ ମୋଦି ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ସହ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଏଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପତ୍ୟକାର ଭୋଟିଂ ହାର ମଧ୍ୟ ରେକର୍ଡ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
