Advertisment

ଷ୍ଟାର୍ଟଅପ ମହାକୁମ୍ଭରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦି

ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅନେକ ଲୋକ ରାଜନୀତିକ ଷ୍ଟାର୍ଟଅପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି।

PM Modi

PM Modi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି କଡ଼ା ଭାଷାରେ ପୁଣିଥରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଷ୍ଟାର୍ଟଅପ ଓ ପ୍ରକୃତ ଷ୍ଟାର୍ଟଅପ କଥା କହି ସେ ରାହୁଲଙ୍କୁ ତାଚ୍ଛଲ୍ୟ ମଧ୍ୟ କରିଛନ୍ତି।

Advertisment

ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଅନେକ ଲୋକ ରାଜନୀତିକ ଷ୍ଟାର୍ଟଅପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଓ ପ୍ରକୃତ ଷ୍ଟାର୍ଟଅପ ମଧ୍ୟରେ ପାର୍ଥକ୍ୟ ରହିଛି। ପ୍ରକୃତ ଷ୍ଟାର୍ଟଅପର ଉଦ୍ଦେଶ୍ୟ ହେଲା ନୂଆ କିଛି କରିବାର ବିଶ୍ୱାସ ଓ ଆଶା।

ସେ କହିଛନ୍ତି, “ଅନେକ ଲୋକ ଷ୍ଟାର୍ଟଅପ ଲଞ୍ଚ କରିବାକୁ ଚାହୁଁଛନ୍ତ। ବିଶେଷରେ ରାଜନୀତିକ ଷ୍ଟାର୍ଟଅପ ତିଆରି କରିବାକୁ ଲକ୍ଷ୍ୟ ରଖୁଛନ୍ତି। ଏଥିପାଇଁ କିଛି ଲୋକଙ୍କୁ ଅନେକ ଥର ଲଞ୍ଚ କରିବାକୁ ପଡ଼ିବ। କିନ୍ତୁ ଆପଣମାନଙ୍କ(ଉଦ୍ୟୋଗୀ) ମଧ୍ୟରେ ଓ ସେମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ହେଲା ଆପଣମାନେ ପରୀକ୍ଷାମୂଳକରେ ବିଶ୍ୱାସ କରନ୍ତି।

Advertisment

ଗୋଟିଏ ଲଞ୍ଚ ପରେ ମିଳିଥିବା ବିଫଳତାକୁ ଭୁଲି ଆପଣମାନେ ନୂଆ ସମ୍ଭାବନାକୁ ଖୋଜନ୍ତି। ହେଲେ ସେମାନେ ସେମିତି କରନ୍ତି ନାହିଁ। ସେମାନେ କେବଳ ବାରମ୍ବାର ଲଞ୍ଚ ହେବାକୁ ଚେଷ୍ଟା କରୁଛନ୍ତି।

ଷ୍ଟାର୍ଟଅପ ମହାକୁମ୍ଭରେ ମୋଦି ଭାରତକୁ ତୃତୀୟ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ କହିଛନ୍ତି। ନିଜର ତୃତୀୟ ପାଳିରେ ଭାରତର ଅର୍ଥନୀତି ଉପରେ କାମ କରାଯିବ ବୋଲି ମୋଦି କହିଛନ୍ତି।

Rahul Gandhi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe