Advertisment

କେସିଆରଙ୍କୁ ହଟାଇବାକୁ ହେଲେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ ବୋଲି ଅନୁରୋଧ କଲେ ମୋଦି

ବିଆରଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ ଲୋକମାନେ କଂଗ୍ରେସକୁ ଆଦୌ ଭୋଟ ଦିଅନ୍ତୁ ନାହିଁ। ଯଦି କେସିଆରଙ୍କୁ ହଟାଇବାକୁ ଚାହୁଁଛନ୍ତି, ତା’ହେଲେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ମୋଦି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

PM Modi

PM Modi

Advertisment

ତେଲେଙ୍ଗାନାରେ ବିଜେପିର ପ୍ରଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ କ୍ଷମତାସୀନ ବିଆରଏସ ଉପରେ ବର୍ଷିଛନ୍ତି। ଉଭୟ ଦଳ ସମାନ ପାପୀ ଓ ଉଭୟ ରାଜ୍ୟଙ୍କୁ ଧ୍ୱଂସ କରିଦେଇଛନ୍ତି।

Advertisment

ବିଆରଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ହଟାଇବାକୁ ହେଲେ ଲୋକମାନେ କଂଗ୍ରେସକୁ ଆଦୌ ଭୋଟ ଦିଅନ୍ତୁ ନାହିଁ। ଯଦି କେସିଆରଙ୍କୁ ହଟାଇବାକୁ ଚାହୁଁଛନ୍ତି, ତା’ହେଲେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ମୋଦି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତେଲେଙ୍ଗାନାର କରିମନଗରରେ ଆୟୋଜିତ ବିଶାଳ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ତେଲେଙ୍ଗାନାର ଲୋକମାନେ ଗୋଟିଏ ରୋଗକୁ ବିଦା କରି ଆଉ ଗୋଟିଏ ରୋଗକୁ ଡାକି ପାରିବେ ନାହିଁ। ମୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗୋଟିଏ ନୂଆ ଟ୍ରେଣ୍ଡ ଦେଖିବାକୁ ପାଇଛି।

Advertisment

ତେଲେଙ୍ଗାନାର ବିଶ୍ୱାସ ବିଜେପି ଉପରେ ରହିଛି। ତେଲେଙ୍ଗାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ବୋଲି ସମସ୍ତେ ପ୍ରତିଜ୍ଞା କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ, ତା’ହେଲେ ଜଣେ ପଛୁଆ ବର୍ଗର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବ।”

କଂଗ୍ରେସ ଓ ବିଆରଏସ୍‌ ତୁଷ୍ଟୀକରଣ ଓ ବଂଶବାଦ ରାଜନୀତି କରୁଥିବା ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଉଭୟ ଦଳ ଧର୍ମ ଆଧାରରେ ତୁଷ୍ଟୀକରଣ ରାଜନୀତି କରୁଛନ୍ତି। ଉଭୟ ଦଳ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ଉଭୟ ଦଳ ବଂଶବାଦକୁ ଆଗକୁ ନେଉଛନ୍ତି। ସେମାନେ ତୁଷ୍ଟୀକରଣରେ ନୂଆ ରେକର୍ଡ କରିଛନ୍ତି। ଏହି ଦଳ ଯେଉଁଠି ବି କ୍ଷମତାରେ ରହୁଛନ୍ତି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ପୂରା ଧ୍ୱଂସ ହୋଇଯାଉଛି।

କଂଗ୍ରେସ ଓ ବିଆରଏସ ଦଳିତ ଏବଂ ଓବିସି ବର୍ଗଙ୍କୁ ଧୋକା ଦେଇଛନ୍ତି। ବିଜେପି ଆଦିବାସୀ ଓ ଅନୁସୂଚିତ ଜାତିର ଲୋକଙ୍କ ଉନ୍ନତି ପାଇଁ କାମ କରୁଛି। ବିଜେପିର ଶକ୍ତି ବଢ଼ୁଥିବାରୁ କେସିଆର ହରଡ଼ଘଣାରେ ପଡ଼ିଛନ୍ତି। ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି କେସିଆର ବହୁତ ଆଗରୁ ଜାଣିପାରିଥିଲି। ଏଥିପାଇଁ ସେ ବିଜେପି ସହ ବନ୍ଧୁତା କରିବାକୁ ଚାହୁଁଥିଲେ।

ଗୋଟିଏ ଥର କେସିଆର ଦିଲ୍ଲୀ ଆସିଥିଲେ ଓ ମୋ ସହ ଭେଟ ହୋଇ ବନ୍ଧତା ସ୍ଥାପନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେପି କେବେ ହେଲେ ତେଲେଙ୍ଗାନ ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ପାରିବ ନାହିଁ। କେସିଆର ଓ ବିଆରଏସ୍‌ର ପ୍ରସ୍ତାବ ବିଜେପି ଅଗ୍ରାହ୍ୟ କରି ଦେବାରୁ ସେମାନେ ରାଗି ଯାଇଛନ୍ତି।

ବିଆରଏସ୍‌ ମୋତେ ଦୁର୍ବବ୍ୟବହାର କରିବାକୁ କୌଣସି ସୁଯୋଗ ହାତ ଛଡ଼ା କରୁନାହିଁ। କେସିଆରଙ୍କୁ ହଟାଇବାକୁ ହେଲେ ଲୋକମାନେ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। କାରଣ କଂଗ୍ରେସ ବିଧାୟକଙ୍କ ଉପରେ କୌଣସି ଗ୍ୟାରେଣ୍ଟୀ ନାହିଁ। ସେମେନେ ବିଆରଏସ୍‌କୁ ଚାଲିଯିବ।”

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ନଭେମ୍ବର ୩୦ରେ ହେବ। ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Bjp Brs PM Modi Congress Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe