Advertisment

ବିରୋଧୀଙ୍କ ବେଙ୍ଗାଲୁରୁ ବୈଠକ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ବିରୋଧୀ ଦଳ ଗୁଡ଼ିକ ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

PM Modi

PM Modi

Advertisment

ବେଙ୍ଗାଲୁରୁରେ ବିରୋଧୀ ଦଳ ଗୁଡ଼ିକ ବିଜେପି ବିରୋଧରେ କରୁଥିବା ମହାବୈଠକ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିରୋଧୀ ୨୦୨୪ ପୂର୍ବରୁ ବେଙ୍ଗାଲୁରୁରେ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଦିଲ୍ଲୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ ବୈଠକ କରୁଛି। ଏହି ମହାମେଳି ପଲିଟିକ୍ସ ଭିତରେ ପ୍ରଧାମନ୍ତ୍ରୀ ମୋଦି ବିରୋଧୀଙ୍କ ମହାବୈଠକକୁ କଟାକ୍ଷ କରିଛନ୍ତି।

Advertisment

ବିରୋଧୀ ଦଳ ଗୁଡ଼ିକ ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ବିରୋଧୀ ଦଳଗୁଡ଼ିକ ବଂଶବାଦ ରାଜନୀତିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହି ସବୁ(ବିରୋଧୀ ମେଣ୍ଟ) ଦଳଗୁଡ଼ିକର ଗୋଟିଏ ଲକ୍ଷ୍ୟ ହେଲା, ପରିବାର ଦ୍ୱାରା ଓ ପରିବାର ପାଇଁ।”

ପୋର୍ଟ ବ୍ଲେୟାର ଏୟାରପୋର୍ଟର ନୂଆ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲଡିଂ ଉଦଘାଟନ କରି ମୋଦି ଆହୁରି କହିଛନ୍ତି, “ ଗଣତନ୍ତ୍ରରେ ସବୁ କିଛି ଲୋକ ମାନଙ୍କ ପାଇଁ, ଲୋକଙ୍କ ମାନଙ୍କ ଦ୍ୱାରା ହୋଇଥାଏ। କିନ୍ତୁ ବଂଶବାଦକୁ ପ୍ରୋତ୍ସାହିତ କରୁଥିବା ଦଳଗୁଡ଼ିକ ପାଇଁ ସବୁ କିଛି ପରିବାର ଦ୍ୱାରା ଓ ପରିବାର ପାଇଁ। ସେମାନଙ୍କ ପାଇଁ ପରିବାର ଆଗ, ଦେଶ କିଛି ନୁହଁ। ଏହା ହିଁ ସେମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

Advertisment

ଲୋକମାନେ କହୁଛନ୍ତି ଏହି ବୈଠକ(ବିରୋଧୀଙ୍କ ବୈଠକ) ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଇଛି। ଏହି ନେତାମାନେ ୨୦ ଲକ୍ଷ କୋଟି ଟଙ୍କା ଦୁର୍ନୀତିର ଗ୍ୟାରେଣ୍ଟି ଦେଇପାରିବେ। ଆଜିଠାରୁ ହିଁ ଦେଶର ଲୋକମାନେ ଆମକୁ ୨୦୨୪ରେ ପୁଣି ଆଣିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ ଭାରତର ଦୁର୍ଦ୍ଦଶା ପାଇଁ ଦାୟୀ ଲୋକମାନେ ଏବେ ସେମାନଙ୍କ ଦୋକାନ ଖୋଲିବା ଆରମ୍ଭ କରିଛନ୍ତି।

୨୪ ପାଇଁ ୨୬ ହୋଇଥିବା ରାଜନୀତିକ ଦଳଗୁଡ଼ିକ ପାଇଁ ଏହା ଉପଯୁକ୍ତ। ସେମାନେ ଏବେ ଅଲଗା ଗୀତ ଗାଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ। କିଛି ଅଲଗା ଲେବଲ ସେମାନେ ଲଗାଇ ପାରନ୍ତି। କିନ୍ତୁ ଉତ୍ପାଦ ଆଉ କାହାର। ସେମାନଙ୍କ ଦୋକନରେ ଜାତିବାଦର ବିଷ ଓ ବ୍ୟାପକ ଦୁର୍ନୀତିର ଗ୍ୟାରେଣ୍ଟ ରହିଛି। ଏବେ ସେମାନେ ବେଙ୍ଗାଲୁରୁରେ ଅଛନ୍ତି।

ଦେଶର ଲୋକମାନେ କହୁଛନ୍ତି ଏହା ଏକ କଟର ଭ୍ରଷ୍ଟାଚାର ସମ୍ମିଳନୀ। ଉକ୍ତ ବୈଠକର ଆଉ ଏକ ସ୍ୱତନ୍ତ୍ରତା ହେଲା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଲୋକଙ୍କୁ ବଡ଼ ସମ୍ମାନ ଦିଆଯାଉଛି। ଯଦି ପୂରା ପରିବାର ଜାମିନରେ ମୁକୁଳିଥାଆନ୍ତେ, ତା’ହେଲେ ସେମାନଙ୍କୁ ଆହୁରି ସମ୍ମାନ କରାଯିବ। ଯଦି କେହି ଗୋଟିଏ ସଂପ୍ରଦାୟକୁ ଅପମାନିତ କରିବେ ଓ କୋର୍ଟ ଦ୍ୱାରା ଦଣ୍ଡ ପାଇବେ, ତାଙ୍କୁ ମଧ୍ୟ ସମ୍ମାନ କରାଯିବ।”

PM Modi Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe