Advertisment

ଆଜି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବେ ମୋଦି

ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଆଜି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ମୋଦି।

Advertisment

ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ।

ଫୁଲବାଣୀରେ ଜନସଭା ସାରି ସେଠାରୁ ହେଲିକପ୍ଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟାହ୍ନ ୧୨ଟାରେ ଯୋଗଦେବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୁଲିସ ପ୍ରଶାସନ ତରଫରୁ ସେଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି।

Advertisment

ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ଅପରାହ୍ନ ୨ଟାରେ ହେବାକୁଥିବା ଜନସମାବେଶକୁ ମୋଦି ସମ୍ବୋଧନ କରିବେ। ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ ପିଏମ୍। ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।

ଗତକାଲି ରାତିରେ ମୋଦି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୮ଟାରେ ରାମ ମନ୍ଦିର ସମ୍ମୁଖରୁ ବିରାଟ ରୋଡ୍‌ ଶୋ’ରେ ବାହାରିଥିଲେ । ମୋଦିଙ୍କ ରୋଡ୍‌ ଶୋ’ ରାମ ମନ୍ଦିରରୁ ବାଣୀବିହାର ଛକରେ ପହଞ୍ଚିଥିଲା।

ଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥର ପ୍ରାୟ ୨କିମି ଲମ୍ବ ଅଂଚଳ ଜନସମୁଦ୍ର ପାଲଟି ଯାଇଥିଲା । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ଶୋ’ କରିଥିଲେ । ବିଜେପି ରାଜ୍ୟ ମୁଖ୍ୟାଳୟଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ଶୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି ମୋଦି ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିତ ହୋଇଥିଲା । ସାଧାରଣ ଲୋକେ ମୋଦି ମୋଦି ସ୍ଲୋଗାନ ଦେବା ସହ ମୋଦିଙ୍କ କାରକେଡ୍ ଉପରକୁ ଫୁଲବର୍ଷା କରିଥିଲେ।

ଏହା ଦେଖି ପ୍ରଧାନମନ୍ତ୍ରୀ ମୋଦି ଖୁବ୍‌ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଆଗକୁ ଓଡ଼ିଶାରେ ପଦ୍ମ ଫୁଟିବାକୁ ଯାଉଛି ବୋଲି ସାମ୍ବାଦିକଙ୍କୁ କହିଛନ୍ତି। ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Odisha PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe