ପାର୍ଟି ଅଫିସରେ ୨ ଘଣ୍ଟା ରହିଲେ ପ୍ରଧାନମନ୍ତ୍ରୀ ମୋଦି: ବିଧାୟକ-ସାଂସଦଙ୍କୁ ଦେଲେ ଗୁରୁମନ୍ତ୍ର, ମିଶିକି କଲେ ଡିନର

ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସନ୍ଧ୍ୟାରେ  ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ଦଳର ବିଧାୟକ,ସାଂସଦ,ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହ ସମୟ ବିତାଇଛନ୍ତି ।

BJP

ବିଜେପି ପାର୍ଟି ଅଫିସ୍‌ରେ ମୋଦି

Ordigital Desk
  • Published: Friday, 29 November 2024
  • Updated: 29 November 2024, 10:45 PM IST

Sports

Latest News

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳର ବିଧାୟକ, ସାଂସଦ,ମନ୍ତ୍ରୀ ଓ ପଦାଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଲେ,ଆଉ ସମସ୍ତଙ୍କ ସହ ମିଶି ଡିନର (ରାତ୍ରିଭୋଜନ) ବି କଲେ । ବେଶ୍ ହାଲକା ଓ ସହଜ ଢଙ୍ଗରେ ଦଳୀୟ ନେତାମାନଙ୍କ ସହ କଥା ହେଲେ । ସମସ୍ତଙ୍କ ସୁଖଦୁଃଖ ପଚାରି ବୁଝିଲେ । ଆଉ ସାର୍ବଜନୀନ ଜୀବନରେ ରହିବା ପାଇଁ ଦେଲେ ଗୁରୁମନ୍ତ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସମୟ ବିତାଇବାପରେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ବିଜେପି ନେତା-ମନ୍ତ୍ରୀମାନେ ।

ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସନ୍ଧ୍ୟାରେ  ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ଦଳର ବିଧାୟକ,ସାଂସଦ,ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନଙ୍କ ସହ ସମୟ ବିତାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ରାତ୍ରିଭୋଜନ କରି ରାଜଭବନ ଫେରିଯାଇଛନ୍ତି । ପୁଲିସ ଡିଜି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ଦଳୀୟ ପଦାଧିକାରୀ,ବିଧାୟକ ଓ ସାଂସଦମାନଙ୍କୁ ଭେଟିଛନ୍ତି । କର୍ମକର୍ତ୍ତାଙ୍କ ଭଳି ସମସ୍ତଙ୍କ ସହ ମିଶିଥିଲେ । ନିଜ ମନକଥା କହିବା ସହ ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ବିଜେପିର ସରକାର ଆସିଥିବାରୁ ଦଳୀୟ ପଦାଧିକାରୀ ଓ ନେତାମାନଙ୍କ ସହ ସମୟ ବିତାଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ଉତ୍ସାହିତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Also Read

ମୋଦିଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ସୁଖଦୁଃଖ ପଚାରି ବୁଝିଲେ । ଆମ ନିମନ୍ତ୍ରଣ ରକ୍ଷା କରି ଆମମାନଙ୍କ ସହ ରାତ୍ରିଭୋଜନ କରିବାକୁ ଆସିଥିଲେ । କୌଣସି ସେଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇନି ।

ସେହିପରି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଅତ୍ୟନ୍ତ ସାଧାରଣ ଭାବେ କଥାବାର୍ତ୍ତା ହୋଇଥିଲୁ । ଏଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ସହ ପଦେକଥା ହେଲେ ଆତ୍ମସନ୍ତୋଷ ମିଳେ । ଅନେକ କଥା ଜାଣିବାକୁ ମିଳେ,ଶିଖିବାକୁ ମିଳିଲା । ଲୋକଙ୍କ ବିଶ୍ୱାସଭାଜନ ହେଲେ ଦୀର୍ଘବର୍ଷ ଧରି ସରକାରରେ ରହିହେବ ଓ ସେଥିପାଇଁ କ’ଣ କରିବା ଦରକାର ତାହା ଉପରେ ଚର୍ଚ୍ଚା ହେଲା । ରିଲାକ୍ସ ମୁଡରେ କଥାବାର୍ତ୍ତା ହେଲେ । ସାର୍ବଜନୀନ ଜୀବନରେ ଆଚରଣ-ଉଚ୍ଚାରଣ କିଭଳି ହେବା ଦରକାର ସେସମ୍ପର୍କରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଲେ ବୋଲି ସେ କହିଛନ୍ତି ।

କଂଟାବାଞ୍ଜିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଥିଲେ ଯେ, ଲୋକଙ୍କ ପାଇଁ କିଭଳି କାମ କରିବାକୁ ହୁଏ ସେବିଷୟରେ ପ୍ରଧାନମନ୍ତ୍ରୀ କହିଲେ । ଜଣେ ଦଳୀୟ କର୍ମକର୍ତ୍ତା ଭଳି ଆମମାନଙ୍କ ସହ ମିଶିଲେ । ସୁଖଦୁଃଖ ପଚାରିଲେ । ନିଜ କଥା କହିଲେ । ଯେଭଳି ମନକିବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କଥା ହୁଅନ୍ତି ସେପରି ଆଜି କଥା ହେଲେ । ପ୍ରଧାନମନ୍ତ୍ରୀଙ୍କ ଏହି କଥାବାର୍ତ୍ତା ଆମକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ ନିଶ୍ଚୟ ।

ସେହିପରି ବିଜେପି ବିଧାୟିକା ସୀମାରାଣୀ ନାୟକ କହିଥିଲେ ଯେ, ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଖରେ ଦେଖିବାର ସୁଯୋଗ ପାଇଲି । ଫିଲଡରେ କିଭଳି ସାଧାରଣ ଲୋକଙ୍କ ସହ ମିଶି କାମ କରିପାରିବୁ ସେନେଇ ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଥିଲେ।

ଆଜିର ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଆ ଶୈଳୀରେ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story