Advertisment

ଭାରତର ବିକାଶର ଗତି ବିଶ୍ୱକୁ ଚକିତ କରିଛି: ପ୍ରଧାନମନ୍ତ୍ରୀ ମୋଦି

ରୁଷରେ ଭାରତୀୟଙ୍କୁ ସମ୍ବୋଧିତ କରି ଦେଶର ବିକାଶ ଦିଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi

PM Modi

Advertisment

ରୁଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମସ୍କୋରେ ଭାରତୀୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶର ବିକାଶ ଉପରେ ଆଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଭାରତର ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, "ଯେତେବେଳେ ବିଶ୍ୱରୁ ଲୋକମାନେ ଭାରତ ଆସନ୍ତି ସେମାନେ କୁହନ୍ତି, ଭାରତ ବଦଳୁଛି। କଣ ଆପଣମାନଙ୍କୁ ବି ଏପରି ଲାଗୁଛିନା?। ସେମାନେ ଏପରି କଣ ଦେଖନ୍ତି, ପ୍ରକୃତରେ ସେମାନେ ଭାରତର ନବୀକରଣ ଏବଂ ପୁନଃନିର୍ମାଣକୁ ସ୍ପଷ୍ଟ ଭାବରେ ଦେଖି ପାରୁଛନ୍ତି। ଆଜି ଭାରତ ଜି-୨୦ ପରି ଏକ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିପାରୁଛି। ଏହାକୁ ଦେଖି ଭାରତ ଗୋଟିଏ ସ୍ୱରରେ କହେ- ଦେଖ, ଭାରତ ବଦଳୁଛି।"

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଯେତେବେଳେ ଭାରତ ବିମାନ ବନ୍ଦର ସଂଖ୍ୟାକୁ ଦ୍ୱିଗୁଣିତ କରେ, ସେତେବେଳେ ବିଶ୍ୱ କହେ ଭାରତ ପ୍ରକୃତରେ ପରିବର୍ତ୍ତନ ହେଉଛି। ଯେତେବେଳେ ଭାରତ ୧୦ ବର୍ଷ ମଧ୍ୟରେ ୪୦ ହଜାର କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦ୍ୟୁତ୍ ସଂଯୋଗ କରେ, ସେତେବେଳେ ବିଶ୍ୱ ମଧ୍ୟ ଭାରତର ଶକ୍ତିକୁ ହୃଦୟଙ୍ଗମ କରେ। 

Advertisment

ଆଜି ଡିଜିଟାଲ ପେମେଣ୍ଟରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି, ଆଜିର ଭାରତ ସୂର୍ଯ୍ୟ ମିଶନରେ ସଫଳ ହେଉଛି, ଆଜିର ଭାରତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ନିର୍ମାଣ କରୁଛି, ଆଜିର ଭାରତ ବିଶ୍ୱର ସର୍ବବୃହତ ଷ୍ଟାଚ୍ୟୁ ନିର୍ମାଣ କରେ, ସେତେବେଳେ ବିଶ୍ୱ କହେ ଭାରତ ବଦଳୁଛି। ଭାରତ ବଦଳୁଛି କାରଣ ଏହାର ୧୪୦ କୋଟି ନାଗରିକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ ବିଶ୍ୱକପ୍ ବିଜୟ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଆପଣମାନେ ନିଶ୍ଚିତ ଏଠାରେ ଭାରତର ବିଶ୍ୱକପ୍ ବିଜୟ ଉତ୍ସବ ପାଳନ କରିଥିବେ। ସେହି ବିଜୟର ପ୍ରକୃତ କାହାଣୀ ହେଉଛି ଏଠାରେ ପହଞ୍ଚିବାର ଯାତ୍ରା। ଆଜିର ଯୁବ ଭାରତ ଶେଷ ବଲ୍ ଏବଂ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ହାର୍ ମାନନ୍ତି ନାହିଁ। ଯେଉଁମାନେ ପରାଜୟକୁ ଗ୍ରହଣ କରନ୍ତି ନାହିଁ, ବିଜୟ ସେମାନଙ୍କ ପଦ ଚୁମ୍ବନ କରିଥାଏ।" 

PM Modi PM Narendra Modi PM Modi In Russia PM Modi Russia Visit PM Modi In Russia 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe