Advertisment

'ନିଜ ପାଇଁ ଲଢିବାର ସମୟ ସରିଯାଇଛି, ଆଗାମୀ ନିର୍ବାଚନ ଯାଏ ଦେଶ ପାଇଁ ଲଢ'

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦମାନଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଣମାଧ୍ୟମକୁ ସମ୍ବୋଧିତ କରି ବିରୋଧୀ ଓ ଶାସକ ଦଳର ସାଂସଦମାନଙ୍କୁ ଆଗାମୀ ଭିଜନ୍ ବାବଦରେ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆଗାମୀ ସାଢ଼େ ଚାରି ବର୍ଷ ଦେଶ ପାଇଁ ଲଢ଼େଇ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯାହାର ଯାହା ପ୍ରତିଶ୍ରୁତି ଦେବା କଥା, ତାହା ଗତ ଜାନୁଆରୀରୁ ଦେଇ ସାରିଛନ୍ତି। ଦେଶବାସୀ ମଧ୍ୟ ସେମାନଙ୍କର ଫଇସଲା ଦେଇ ସାରିଛନ୍ତି। ଆପଣମାନେ ନିଜ ଦଳ ପାଇଁ ଯେତେ ଲଢ଼ିବା କଥା ଲଢ଼ିଲେ। ଏବେ ସମୟ ଦେଶ ପାଇଁ ଲଢିବାର। ଆଗାମୀ ଚାରିରୁ ସାଢ଼େ ଚାରି ବର୍ଷ ଦେଶ ପାଇଁ ଲଢ଼େଇ କରନ୍ତୁ। ଦଳର ଊର୍ଦ୍ଧ୍ୱକୁ ଯାଇ ସଂସଦର ଗରିମା ଅକ୍ଷୁଣ୍ଣ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ବିରୋଧୀ ଓ ଶାସକ ଦଳର ସାଂସଦମାନଙ୍କୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସଂସଦ ଦଳ ପାଇଁ ନୁହେଁ, ଦେଶ ପାଇଁ। ଏହି ଅଧିବେଶନ ସକରାତ୍ମକ, ସୃଜନଶୀଳ ଏବଂ ଦେଶବାସୀଙ୍କ ଉନ୍ନତି ପାଇଁ ଏକ ଦୃଢ ମୂଳଦୁଆ ପକାଇବା ଉଚିତ୍। ୨୦୨୯ ଜାନୁଆରୀ, ନିର୍ବାଚନ ଘୋଷଣା ହେବା ପର୍ଯ୍ୟନ୍ତ ସଂସଦୀୟ କ୍ଷେତ୍ର ପାଇଁ କାମ କରନ୍ତୁ। ଗରିବ, କୃଷକ ଏବଂ ମହିଳାଙ୍କ ବିକାଶ ପାଇଁ କାମ କରିବାକୁ ସାଂସଦମାନଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ତାଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବା ଦିଗରେ ଆଗକୁ ବଢୁଛନ୍ତି। ଏହି ବଜେଟ୍ ଅମୃତ କାଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍। ଏହା ଆଗାମୀ ପାଞ୍ଚ ବର୍ଷ ପାଇଁ ଆମର ଯୋଜନାକୁ ଦର୍ଶାଇବ ଏବଂ 'ବିକଶିତ ଭାରତ ୨୦୪୭' ଭିଜନ ପାଇଁ ମୂଳଦୁଆ ପକାଇବ। 

ଦେଶର ଅର୍ଥନୀତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହା ଆଇ ଏକ ଗର୍ବର ବିଷୟ ଯେ ବୃହତ ଅର୍ଥନୀତି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗତ ତିନି ବର୍ଷ ମଧ୍ୟରେ ଦେଶ ୮% ହାରରେ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ସକରାତ୍ମକ ଦୃଷ୍ଟିକୋଣ, ପୁଞ୍ଜି ବିନିଯୋଗ ଏବଂ କାର୍ଯ୍ୟଦକ୍ଷତା ରହିଛି। ବର୍ତ୍ତମାନର ଭାରତ ସୁଯୋଗର ଶିଖରରେ ପହଞ୍ଛିଛି, ଦେଶର ବିକାଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।"

PM Modi Monsoon Session Opposition Parliament Session Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe