Advertisment

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ମୋଦିଙ୍କ କାଉଣ୍ଟର, ମନଇଚ୍ଛା ବର୍ଷିଲେ

ରାଜସ୍ଥାନର ଆଜମେରରେ ଆୟୋଜିତ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜରିଆରେ ମିଛ କଥା ସବୁ କହିଛି। ଏହି ମିଛର ଗନ୍ଥା ଘର କଂଗ୍ରେସର ଅସଲ ମୁଖା ଖୋଲି ଦେଇଛି। ଭାରତକୁ ଖଣ୍ଡଖଣ୍ଡ କରିବାକୁ ପ୍ରତିଟି ପେଜରେ ବ୍ୟବସ୍ଥା କରାଯାଇଛି।

PM Modi

PM Modi

Advertisment

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି। କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଜାରି କରିଥିବା ଇସ୍ତାହାରକୁ ମୋଦି ମିଛର ଗନ୍ଥା ଘର ଓ ପ୍ରତିଟି ପୃଷ୍ଠା ଭାରତକୁ ଭାଗ ଭାଗ କରିବା ପାଇଁ ପ୍ରସ୍ତୁତ ହୋଇଥିବା ମୋଦି କହିଛନ୍ତି।

Advertisment

ରାଜସ୍ଥାନର ଆଜମେରରେ ଆୟୋଜିତ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି, “ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜରିଆରେ ମିଛ କଥା ସବୁ କହିଛି। ଏହି ମିଛର ଗନ୍ଥା ଘର କଂଗ୍ରେସର ଅସଲ ମୁଖା ଖୋଲି ଦେଇଛି। ଭାରତକୁ ଖଣ୍ଡଖଣ୍ଡ କରିବାକୁ ପ୍ରତିଟି ପେଜରେ ବ୍ୟବସ୍ଥା କରାଯାଇଛି।

ସ୍ୱାଧୀନତା ପୂର୍ବରୁ ମୁସଲିଗର ଆଭିମୁଖ୍ୟକୁ ଏହା ପ୍ରତିଫଳିତ କରୁଛି। କଂଗ୍ରେସ ସେତେବେଳେ ମୁସଲିଗ ପ୍ରଚଳନ କରିବାକୁ ଚାହୁଁଥିବା ଚିନ୍ତାଧାରା ଆଜିର ଭାରତରେ ଲାଗୁ କରିବାକୁ ଚାହୁଁଛି। ନିର୍ବାଚନୀ ଇସ୍ତାହାରର ବଳକା କଥା ସବୁ କମ୍ୟୁନିଷ୍ଟ ଓ ବାମପନ୍ଥୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ।”

Advertisment

କଂଗ୍ରେସ ନୀତି ଓ ଯୋଜନାକୁ ନେଇ ପାଗଳ ହୋଇ ଯାଇଥିବା ମୋଦି ଦାବି କରିଛନ୍ତି। ସେ କହିଛନ୍ତି, “ଯଦି ଆପଣମାନେ ନିର୍ବାଚନୀ ଇସ୍ତାହାରକୁ ଦେଖିବେ, ତା’ହେଲେ ସେମାନେ ଭାରତକୁ ପୁରୁଣା ଶତାବ୍ବୀକୁ ଠେଲି ଦେବାକୁ ଚାହୁଁଛନ୍ତି। କଂଗ୍ରେସ କେବେ ହେଲେ ନାରୀ ଶକ୍ତିକୁ ଖାତିର କରେ ନାହିଁ। ସ୍ୱାଧୀନତା ପରେ ମହିଳାମାନେ ପିଢ଼ି ପରେ ପଢ଼ି ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି। ଏଥିପାଇଁ ଏପରି କଂଗ୍ରେସ ଦଣ୍ଡିତ ହେବା କଥା ନୁହେଁ କି? ଏପ୍ରିଲ ୧୯ରେ ଆପଣମାନେ ନିଜର ଭୋଟର ବ୍ୟବହାର କରନ୍ତୁ ଓ କଂଗ୍ରେସକୁ ଦଣ୍ଡ ଦିଅନ୍ତୁ।”

ସେ ନିଜ ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଜଣାଇ କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, “ମୋର ସାହାସୀ ଝିଅମାନେ ଆର୍ମିରେ ସାମିଲ ହୋଇ ପାରୁ ନଥିଲେ। ମୋଦି ସେହି ଦ୍ୱାର ଖୋଲିଛନ୍ତି। ମୁଁ ସୈନିକ ସ୍କୁଲର ଦ୍ୱାର ଖୋଲିଛି। ଆମେ ପ୍ରସବକାଳୀନ ଛୁଟିକୁ ୬ ମାସକୁ ବୃଦ୍ଧି କରିଛୁ। ମହିଳା ଓ ଝିଅମାନଙ୍କ ପାଇଁ ବ୍ୟବସ୍ଥାପିକାରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଆଇନ ପ୍ରଣୟନ କରିଛୁ।

ଆମ ଗାଁ ଗୁଡ଼ିକରେ ମହିଳାମାନେ ସାଇକେଲ ଚଳାଇ ପାରୁ ନଥିଲେ। ବର୍ତ୍ତମାନ ସେମାନେ ଡ୍ରୋନ ଉଡ଼ାଉଛନ୍ତି। ଇସ୍ରୋ ପ୍ରୋଜେକ୍ଟରେ ସାମିଲ ହେଉଛନ୍ତି। ଆପଣମାନେ ଭାବୁଥିବେ ବହୁତ କିଛି ହୋଇଛି। କିନ୍ତୁ ଆପଣମାନଙ୍କୁ ମୁଁ ମୋର ମନର କଥା କହିବାକୁ ଚାହୁଁଛି।

ଏସବୁ କେବଳ ଟ୍ରେଲ ଥିଲା। ଆମେ ଆମର ଦେଶକୁ ଆହୁରି ଆଗକୁ ନେବାର ଅଛି। ଆପଣଙ୍କ ସ୍ୱପ୍ନ ମୋର ପ୍ରତିବଦ୍ଧତା। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଅଛି।”

କଂଗ୍ରେସ ଏହାକୁ କାଉଣ୍ଟର କରିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ନିଜର ଇତହାସ ଜାଣି ନଥିବା କହିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିଜର ଇତିହାସ ବୋଧେ ଜାଣି ନାହାନ୍ତି। ଆଉ କେହି ନୁହେଁ, ବରଂ ହିନ୍ଦୁ ମହାସଭାର ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ହିଁ ବେଙ୍ଗଲରେ ମୁସଲିମ ଲିଗ ସହ ଗଠନ ହୋଇଥିବା ମେଣ୍ଟ ସରକାରରେ ରହିଥିଲେ। କଂଗ୍ରେସ ନୁହେଁ, ବିଜେପି ହିଁ ବିଭେଦତା ରାଜନୀତିରେ ବିଶ୍ୱାସ କରେ।”

Congress PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe