Advertisment

ରାତି ତମାମ ବୈଠକ, ସକାଳେ ରାଜ୍ୟଗସ୍ତ... ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ନେଟିଜେନ୍ସ

ଗୁରୁବାର ରାତି ତମାମ ବୈଠକ କରିବା ପରେ ସକାଳେ ଦୁଇ ଦିନିଆ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ରରେ ୧୦ ବର୍ଷ ପୂରଣ କରିବାକୁ ଯାଉଛି। ଏହି ସଫଳତା ପଛରେ ମୋଦିଙ୍କ ଲୋକପ୍ରିୟତା ପ୍ରମୁଖ କାରଣ। ତାଙ୍କ କର୍ମ ନିଷ୍ଠା କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରୁଛି। ବିଶେଷ କରି ବର୍ତ୍ତମାନର ଯୁବପିଢି ତାଙ୍କ ଜୀବନଶୈଳୀରେ ଅନୁପ୍ରାଣିତ। 

Advertisment

ନିକଟରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀ ୧୧ ଦିନର ବ୍ରତ ରଖିଥିଲେ। ଏହାରି ମଧ୍ୟରେ ଦିନକ ତଳେ ପ୍ରଧାନମନ୍ତ୍ରୀ ରାତି ତମାମ ଦଳୀୟ ବୈଠକ କରିବା ପରେ ସକାଳେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ୭୩ ବର୍ଷ ବୟସରେ ତାଙ୍କ କର୍ମନିଷ୍ଠାକୁ ଦେଖି ନେଟିଜେନ୍ସ 'ସୁପରମ୍ୟାନ୍' ବୋଲି କହୁଛନ୍ତି।  

ବାସ୍ତବରେ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକ ଗୁରବାର ରାତି ୧୧ଟାରୁ ଶୁକ୍ରବାର ଭୋଅର ୩.୩୦ ପର୍ଯ୍ୟନ୍ତ ବସିଥିଲା। ଏହା ପର ଦିନ ସକାଳେ ୮ଟାରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗ ଗସ୍ତ କରିଥିଲେ, ଯାହାକୁ ନେଇ ଚକିତ ହୋଇ ଯାଇଛନ୍ତି ନେଟିଜେନ୍ସ।

Advertisment

ଜଣେ ବ୍ୟକ୍ତି କିପରି ଏତେ କଠୋର କାର୍ଯ୍ୟସୂଚି ଆପଣାଇପାରନ୍ତି, ଦେଶ ପ୍ରତି ତାଙ୍କର ନିଷ୍ଠା ଏବଂ କର୍ତ୍ତବ୍ୟ ପରାୟଣତା ପାଇଁ ଆମେ ଗର୍ବିତ ବୋଲି ନେଟିଜେନ୍ସ କହିଛନ୍ତି। ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, "ମୁଁ କି ଆମେ ଉଠିବାର ବହୁ ପୂର୍ବରୁ ତାଙ୍କ ଦିନର କାର୍ଯ୍ୟ ଆରମ୍ଭ ହୋଇ ଯାଇଥାଏ, ଯାହା ବିଜେପି ଜିତିବାର ଏବଂ ଭାରତ ଜିତିବାର ଏକ ପ୍ରମୁଖ କାରଣ।"

ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, 'ପ୍ରଧାନସେବକ' ହେବାର ମର୍ଯ୍ୟାଦା ପୂରଣ କରୁଛନ୍ତି। ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ, "ସମ୍ପୂର୍ଣ୍ଣ ଜିତିବାର ସୁଯୋଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଉତ୍ସର୍ଗୀକୃତତା, ଉତ୍ସାହ, ଏବଂ ଏକ 'କର ବା ମର'ର ପ୍ରତିଯୋଗିତାମୂଳକ ଭାବନା ଅନ୍ୟମାନଙ୍କ ପାଇଁ ଆଦର୍ଶ।" 

PM Modi Lok Sabha Polls Narendra Modi Netizens Praise PM Modi PM Modi's Schedule