Advertisment

‘ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି’

ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଆସି ଏଠାକାର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସର ଉଦ୍‌ଘାଟନ କରିଥିଲେ। ଏହା ସହିତ ମୋଟ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ସମ୍ବଲପୁରର ରେମେଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସେ ରେମେଡ ସଭାରେ ତାଙ୍କ ବକ୍ତବ୍ୟରେ କ’ଣ କହିଥିଲେ, ସଂକ୍ଷେପରେ ପଢ଼ନ୍ତୁ। 

Advertisment
  • ଆଜି ବିଜେପିର ପ୍ରତି କର୍ମକର୍ତ୍ତାଙ୍କ ପାଇଁ ଗର୍ବ, ଗୌରବର ଦିନ
  • ଆଜି ଆଡଭାନିଜୀଙ୍କୁ ଭାରତରତ୍ନ ଦେବାକୁ ଘୋଷଣା ହୋଇଛି
  • ଏ ସମ୍ମାନ ରାଷ୍ଟ୍ରସେବାକୁ ସମ୍ମାନ ହିସାବରେ ଆମ ସମସ୍ତଙ୍କୁ ସମ୍ମାନ
  • ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ କିଛି ବି ଛାଡ଼ିବନି
  • ଗରିବଙ୍କୁ ସଶକ୍ତ କରିବାର ଗ୍ୟାରେଣ୍ଟି ଆଣିଛି ନୂଆ ବଜେଟ
  • କ୍ଷୁଦ୍ର ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତଙ୍କ ବିକାଶ ପାଇଁ ଗ୍ୟାରେଣ୍ଟି ରହିଛି
  • ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି
  • ଓଡ଼ିଶାର ୨୫ ଲକ୍ଷ ଲାଭାର୍ଥୀ ପକ୍କା ଘର ପାଇଛନ୍ତି
  • ଗରିବଙ୍କ ପାଇଁ ଆଉ ୨ କୋଟି ଘର ତିଆରି ଘୋଷଣା ହୋଇଛି
  • କୌଣସି ଗରିବ ଭାଇଭଉଣୀ କଚ୍ଚା ଘରେ ରହିବନି
  • ଗରିବଙ୍କୁ ଲାଭ ମିଳିବା ବିଜେପି ସରକାରର ପ୍ରାଥମିକତା
  • ପିଏମ୍ କିଷାନରେ ଓଡ଼ିଶାର ୪୦ ଲକ୍ଷ ଚାଷୀଙ୍କୁ ଲାଭ ମିଳୁଛି
  • ପ୍ରତି ଚାଷୀଙ୍କ ଖାତାକୁ ବିଜେପି ସରକାର ୩୦ ହଜାର ଟଙ୍କା ପଠାଇଛି
  • ପୂର୍ବ ସରକାର ଓଡ଼ିଶାରୁ ୩୬ ହଜାର କୋଟିର ଧାନ କିଣିଥିଲେ
  • ଆମ ସରକାର ଓଡ଼ିଶାରୁ ୧ ଲକ୍ଷ ୧୦ ହଜାର କୋଟିର ଧାନ କିଣିଛନ୍ତି
  • ବିଜେପି ସରକାର ଲଗାତାର ଆପଣଙ୍କ ସୁବିଧା ପାଇଁ କାମ କରୁଛି
  • ଆପଣଙ୍କ ରୋଜଗାର ବଢ଼ିବ, ଖର୍ଚ୍ଚ କମିବ, ଆମ ପ୍ରାଥମିକତା
  • ଦେଶବାସୀଙ୍କ ବିଜୁଳି ବିଲ୍‌ ଶୂନ ହେବା ଆମର ଲକ୍ଷ୍ୟ
  • ରୁଫ୍‌ଟପ୍‌ ସୋଲାର ଯୋଜନାରେ ରୋଜଗାର ସମ୍ଭାବନା ବଢ଼ିବ
  • ଓଡ଼ିଶା ସୂର୍ଯ୍ୟ ଭଗବାନଙ୍କ ରାଜ୍ୟ, ଏଠି ସୋଲାର ଲାଇଟ ଚମକିବ
  • ଆଶା, ଅଙ୍ଗନବାଡ଼ି କର୍ମୀ ଆୟୁଷ୍ମାନ ଭାରତରେ ସାମିଲ ହେବେ
  • ଓଡ଼ିଶାର ୬୦ ଲକ୍ଷ ପରିବାରକୁ ପାଇପ ପାଣି ଯୋଗାଣ ହେଉଛି
  • ଭଉଣୀଙ୍କୁ ଲକ୍ଷପତି ଦିଦି ହେବାର ଗ୍ୟାରେଣ୍ଟି ଦେଇଛି ମୋଦି
  • ୧ କୋଟି ଲକ୍ଷପତି ଦିଦି ସୃଷ୍ଟି ହେଲେଣି, ୩ କୋଟି ପାଇଁ ଲକ୍ଷ୍ୟ ରହିଛି
  • ଓଡ଼ିଶାର ହଜାର ହଜାର ଏସ୍‌ଏଚ୍‌ଜି ମହିଳାଙ୍କୁ ଲାଭ ମିଳିବାକୁ ଯାଉଛି
  • ପୂର୍ବ ସରକାର ଲୋକଙ୍କୁ ଲାଭ ଅପେକ୍ଷା ସ୍ବୟଂ ଦୁର୍ନୀତିରେ ବୁଡ଼ିଥିଲା
  • ସେତେବେଳେ ଭାରତୀୟ ଯୁବକ ନିରାଶାରେ ବୁଡ଼ି ରହିଥିଲେ
  • ଏବେ ଯୁବକଙ୍କ ପଛରେ ବିଶ୍ବସ୍ତ ବିଜେପି ସରକାର ଛିଡ଼ା ହୋଇଛି
  • ଆଜିର ଯୁବକଙ୍କୁ ଋଣ ନେବାକୁ କୌଣସି ଗ୍ୟାରେଣ୍ଟି ଦେବାକୁ ପଡୁନି
  • କାରଣ ଆଜିର ଯୁବକଙ୍କ ପଛରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି
  • ଯାହା ପାଖରେ କାହାର ସାହାରା ନାହିଁ, ତା ପାଖରେ ମୋଦିର ଗ୍ୟାରେଣ୍ଟି ଅଛି
  • ଯାହାର କେହି ନାହିଁ, ତା’ ପାଖରେ ମୋଦି ଅଛି
  • ଆଜି ବିଜେପି ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି
  • କଂଗ୍ରେସ ଓ ତା ସହଯୋଗୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନ କରିଥିଲା
  • ତାହା ଦ୍ରୌପଦୀ ମୁର୍ମୁଙ୍କ ଅପମାନ ନୁହେଁ, ସାରା ଆଦିବାସୀଙ୍କ ଅପମାନ
  • ଯାହା ଦ୍ରୌପଦୀ ମୁର୍ମୁଙ୍କ ଅପମାନ, ସାରା ଓଡ଼ିଶାବାସୀଙ୍କ ପ୍ରତି ଅପମାନ
  • ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର
  • ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି
  • ଏକ ଦେଶ, ଏକ ରାସନ କାର୍ଡ ଜରିଆରେ ସବୁଠି ରାସନ ମିଳୁଛି
  • ନୂଆ ଭାରତର ନିର୍ମାଣ ବିଜେପି ସରକାରର ବଡ଼ ପରିଚୟ
  • ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ୧୧ ଲକ୍ଷ କୋଟିର ବ୍ୟବସ୍ଥା ଅଛି
  • ଦିଲ୍ଲୀରେ କଂଗ୍ରେସ ସରକାର ବେଳେ ଓଡ଼ିଶାକୁ ତାର ହକ୍‌ ମିଳୁ ନଥିଲା
  • ଏବେ ଓଡ଼ିଶାର ବିକାଶ ପାଇଁ କୌଣସି ଅର୍ଥ ଅଭାବ ନାହିଁ
  • ପୂର୍ବ ସରକାର ଓଡ଼ିଶାର ଗରିବୀକୁ ନେଇ ପ୍ରଚାର କରୁଥିଲା
  • ସମୃଦ୍ଧ ଓଡ଼ିଶାକୁ କିଛି ରାଜନୈତିକ ଦଳ ବିକାଶରୁ ବଞ୍ଚିତ କରିଥିଲେ
  • ଆମ ସରକାର ଓଡ଼ିଶାର ବିକାଶ ପାଇଁ ଅହରହ ଉଦ୍ୟମ କରୁଛି
  • ଦେଶର ବିକାଶ ପାଇଁ ବିଜେପି ପାଖରେ ରୋଡ୍‌ମ୍ୟାପ୍‌ ଅଛି
  • ବିଜେପି ସରକାର ଆସିଲେ ହୀରାକୁଦରେ ପର୍ଯ୍ୟଟନର ବିକାଶ ହେବ
PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe