Pm Modi
ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଭାଷଣ ୮ଟି ଭାଷାରେ ଉପଲବ୍ଧ ହେଉଛି। ମୋଦି ଗୋଟିଏ ସ୍ଥାନରେ ରହି ହିନ୍ଦୀରେ ଭାଷଣ ଦେଉଛନ୍ତି।
କିନ୍ତୁ ସମାନ ସମୟରେ ଏହା ୮ଟି ଭାଷାରେ ଟ୍ରାନ୍ସଲେଟ ହୋଇ ସୋଶାଲ ମିଡିଆରେ ଲୋକଙ୍କ ପାଖରେ ପହଞ୍ଚୁଛି। ମୋଦିଙ୍କ ଭାଷଣଙ୍କୁ କୃତ୍ରିମ ଗୁଇନ୍ଦା ବା ଏଆଇ ଦ୍ୱାରା ଡବିଂ କରାଯାଉଛି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିଭିନ୍ନ ଭାଷାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେପି ଏପରି ରଣନୀତି ଆପଣାଇଛି।
ଏହି ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପ୍ରଥମଥର ପାଇଁ ଉତ୍ତର ପ୍ରଦେଶର ବାରାଣସୀରେ ଗତବର୍ଷ ମୋଦି ଦେଇଥିବା ଭାଷଣ ବେଳେ ଆପଣା ଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ସାଧାରଣ ଲୋକଙ୍କୁ ହିନ୍ଦୀ ଭାଷାରେ ସମ୍ବୋଧନ କରିଥିଲେ।
ଗୋଟିଏ ସମୟରେ ମୋଦି ହିନ୍ଦୀରେ ଭାଷଣ ଦେଉଥିବା ବେଳେ ଠିକ ସେହି ସମୟରେ ଏଆଇ ଦ୍ୱାରା ଏହାକୁ ତାମିଲ ଭାଷାରେ ଟ୍ରାନ୍ସଲେଟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏପରି ଜ୍ଞାନକୌଶଳର ପ୍ରଶଂସା କରିଥିଲେ।
ସେ କହିଥିଲେ, “ଏହା ଏକ ନୂଆ ଆରମ୍ଭ। ଆଶା ଅଛି ଯେ ଆପଣମାନଙ୍କ ପାଖରେ ପହଞ୍ଚିବାକୁ ଏହା ଏକ ସହଜ ମାଧ୍ୟମ ପାଲଟିବ।”
ଏବେ ମୋଦିଙ୍କ ଭାଷଣ ଓଡ଼ିଆ ସମେତ ୮ଟି ଭାଷାରେ ଉପଲବ୍ଧ ହେଉଛି। ବଙ୍ଗଳା, କନ୍ନଡ, ତାମିଲ, ତେଲୁଗୁ, ପଞ୍ଜାବୀ, ମରାଠୀ ଓ ମଲାୟାଲମ ଭାଷାରେ ଲୋକମାନେ ସୋଶାଲ ମିଡିଆ ଦ୍ୱାରା ମୋଦିଙ୍କ ଭାଷଣ ଶୁଣି ପାରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pm_Modi_1709637844.jpg)