Advertisment

କଂଗ୍ରେସ କ୍ଷମତାକୁ ଆସିଲେ ମଧ୍ୟପ୍ରଦେଶକୁ ‘ବିମାରୁ’ କରିଦେବ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି।

author-image
Hemant Lenka
pm modi

pm modi

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଭୋପାଲରେ ଆୟୋଜିତ କାର୍ଯ୍ୟକର୍ତ୍ତା ମହାକୁମ୍ଭରେ ସାମିଲ ହୋଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ଯଦି କ୍ଷମତାକୁ ଆସିବା, ତା’ହେଲେ ଦଳ ଏହାକୁ ପୁଣି ଥରେ ବିମାରୁ ରାଜ୍ୟ(ଆର୍ଥିକ ସ୍ତରରେ ଦୁର୍ବଳ ବା ଦରିଦ୍ର୍ୟ ରାଜ୍ୟ) କରିଦେବ ବୋଲି ମୋଦି କହିଛନ୍ତି।

Advertisment

ମଧ୍ୟପ୍ରଦେଶର ପ୍ରଥମଥର ଭୋଟରମାନେ ବେଶ ଭାଗ୍ୟବାନ। କାରଣ ସେମାନେ କେବଳ ବିଜେପି ସରକାରକୁ ଦେଖିଛନ୍ତି। ସେମାନେ କଂଗ୍ରେସର ଖରାପ ସରକାରକୁ ଦେଖି ନାହାନ୍ତି। ସ୍ୱାଧୀନତା ପରେ କଂଗ୍ରେସ ଦୀର୍ଘ ଦିନ ଧରି ଏଠାରେ ଶାସନ କରୁଥିଲା। ଦଳ ଏହି ରାଜ୍ୟକୁ ବିମାରୁରେ ପରିଣତ କରି ଦେଇଥିଲା ବୋଲି ମୋଦି ଦାବି କରିଛନ୍ତି।

ଜନ ସଂଘର ସହ ପ୍ରତିଷ୍ଠାତା ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ କାର୍ଯ୍ୟକର୍ତ୍ତା ମହାକୁମ୍ଭ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “କଂଗ୍ରେସ ହେଉଛି ଗୋଟିଏ ବଂଶବାଦୀ ପାର୍ଟି। ଦୁର୍ନୀତି ଓ ତୁଷ୍ଟୀକରଣ ହିଁ ଦଳର ଇତିହାସ। ଏହା ଏକ କଳଙ୍କ ଲାଗିଥିବା ଲୁହା। ବର୍ଷାରେ ରହିଲେ ଏହା ଶେଷ ହୋଇଯିବ। କଂଗ୍ରେସ ସବୁ ବେଳେ ନକାରାତ୍ମକ ଭାବନାର ପ୍ରଚାର କରୁଛି ଓ ଦେଶର ସଫଳତାକୁ ଗ୍ରହଣ କରୁନାହିଁ। ସେମାନେ ଦେଶକୁ ବିଂଶ ଶତାବ୍ଦୀକୁ ନେଇ ଯିବାକୁ ଚେଷ୍ଟା କରୁଛନ୍ତି।”

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତାମାନେ ରୁପାର ଚାମଚ ଧରି ଜନ୍ମ ହୋଇଛନ୍ତି। ସେମାନଙ୍କ ପାଇଁ ଗରିବ ଲୋକଙ୍କ ଜୀବନ ଦୁଃସାହାସିକ ପର୍ଯ୍ୟଟନ ଓ ପିକନିକ। ସେମାନଙ୍କ ପାଇଁ ଗରିବ ଲୋକଙ୍କ ଚାଷ ଜମି ଭିଡିଓ ଶୁଟିଂ ଓ ଫଟୋ ସେସନ୍ସର ସ୍ଥାନ।”

ମହିଳା ସଂରକ୍ଷଣ ବିଲ୍‌ ସମ୍ପର୍କରେ ମୋଦି କହିଛନ୍ତି, “କଂଗ୍ରେସ ଓ ଏହାର ଘମଣ୍ଡିଆ ମେଣ୍ଟ(ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ) ବାଧ୍ୟବାଧକତାରେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିଛନ୍ତି। କଂଗ୍ରେସ ଓ ଘମଣ୍ଡିଆ ମେଣ୍ଟ ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରିବାକୁ ସାହାସ କରିପାରିଲେ ନାହିଁ। କାରଣ ମହିଳାମାନେ ଏବେ ସବୁ ବୁଝୁଛନ୍ତି ଓ ଜାଣୁଛନ୍ତି।“

Bjp Congress Madhuri Dixit PM Modi