Advertisment

୪ ଜାତିର ବିକାଶରେ ଦେଶର ବିକାଶ ସମ୍ଭବ: ମୋଦି

ମୋଦି କହିଛନ୍ତି, ଏ ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସମର୍ଥନ ମିଳିଛି।

ଅଦ୍ୟତନ ହୋଇଛି
Modi

BJP

Advertisment

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାୟଳରେ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିଛନ୍ତି। ସେ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ବିକାଶ ଜରୁରୀ ବୋଲି ମୋଦି କହିଛନ୍ତି।

Advertisment

କାର୍ଯ୍ୟାଳୟରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରି ନରେନ୍ଦ୍ର ମୋଦି କହିଛନ୍ତି, ଏ ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସମର୍ଥନ ମିଳିଛି। ଦେଶରେ ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ। ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ବିକାଶ ଜରୁରୀ। ଯେତେବେଳେ ନାରୀ ଶକ୍ତି ସୁରକ୍ଷା ଦେବେ, ସେତେବେଳେ କେହି ରୋକି ପାରିବେନାହିଁ। ଏ ବିଜୟ ସହିତ ମୋର ଦାୟିତ୍ୱ ଆହୁରି ବଢିଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି କହିଛନ୍ତି, ଯୁବ ଶକ୍ତି ଜାଣିଛନ୍ତି ବିଜେପି ସରକାର ହିଁ ବିକାଶ କରିବ। ସେଥିପାଇଁ ୩ଟି ରାଜ୍ୟରେ ଥିବା ସରକାର ବଦଳିବାକୁ ଯାଉଛି। ଆଦିବାସୀ ଅଞ୍ଚଳରେ କଂଗ୍ରେସ ପୂରା ସଫା ହୋଇ ଯାଇଛି। ଆଦିବାସୀମାନେ ବୁଝିଛନ୍ତି ବିଜେପି ହିଁ କେବଳ ବିକାଶ କରିପାରିବ। ଡବଲ ଇଞ୍ଜିନ ସରକାର ଦ୍ୱାରା ବିକାଶ ସମ୍ଭବ ବୋଲି ଲୋକେ ବୁଝିଲେଣି। ନିର୍ବାଚନ ପରିଚାଳନା ନେଇ ସଭାପତି ଜେପି ନଡ୍ଡାଙ୍କୁ ଉଚ୍ଚ ପ୍ରଶଂସା କଲେ ମୋଦି। ଏଥିସହ ବିଜୟ ଲାଗି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭୁରି ଭୁରି ପ୍ରଶଂସା କଲେ।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମଧ୍ୟପ୍ରଦେଶରେ ଦୁଇ ଦଶନ୍ଧି ହେଲା ବିଜେପି ସରକାର ରହିଛି। ମଧ୍ୟ ପ୍ରଦେଶବାସୀ ଜାଣିଛନ୍ତି ବିଜେପିର କେହି ବିକଳ୍ପ ନାହାନ୍ତି। ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ, କମ୍‌ କରାଯାଇ ପାରିବନି। ଲୋକେ ବୁଝିଲେଣି ସ୍ଥିର ସରକାର ଦ୍ୱାରା ହିଁ ବିକାଶ ସମ୍ଭବ। ଜିତିବା ପାଇଁ ବଡ଼ ବଡ଼ ଘୋଷଣାକୁ ଭୋଟର ଗ୍ରହଣ କରୁ ନାହାନ୍ତି। ଆଜିର ହାଟ୍ରିକ, ୨୦୨୪ ମସିହାରେ ହାଟ୍ରିକ୍‌ ପାଇଁ ଗ୍ୟାରେଣ୍ଟି ଦେଇଦେଲେ। ଭ୍ରଷ୍ଟାଚାର ଓ ପରିବାରବାଦକୁ ବିଜେପି ପ୍ରତିହତ କରିପାରିବ। ଏହି ବିଜୟ ଭ୍ରଷ୍ଟାଚାର ବିରୋଧରେ ଜନାଦେଶ। ପୁଣି ଥରେ କଂଗ୍ରେସ ନେତୃତ୍ୱାଧୀନ ଗଠବନ୍ଧନକୁ ‘ଘମଣ୍ଡିଆ’ କହିଲେ ମୋଦି। ନୂଆ ଯୋଜନା ଆରମ୍ଭ ମାତ୍ରେ କଂଗ୍ରେସର ସହଯୋଗୀ ବିରୋଧ କରୁଛନ୍ତି। ଏପରି କଲେ ଲୋକେ ଏସବୁ ଦଳକୁ ଚୁନା ଚୁନା କରି ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୩ ରାଜ୍ୟରେ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଛୀ। ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ।

Bjp State Bjp Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe