Advertisment

ଭାରତ ମଣ୍ଡପମ୍‌ରେ ବିଦେଶୀ ଅତିଥିଙ୍କୁ ସ୍ୱାଗତ, ବିଶ୍ୱ ଦେଖୁଛି କୋଣାର୍କ ଚକ୍ର

ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Modi before konark Charka

Modi before konark Charka

Advertisment

ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ମଣ୍ଡପମ୍‌ରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ବିଦେଶୀ ନେତା । ସେମାନଙ୍କୁ ସ୍ୱାଗତ କରୁଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟ କୋଣାର୍କ ଚକ୍ର । ଏହାରି ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

‘ବସୁଦେବ କୁଟୁମ୍ବକମ୍’ ଥିମକୁ ନେଇ ଭାରତ ଅଧ୍ୟକ୍ଷତାରେ ଆଜି ବହୁ ପ୍ରତିକ୍ଷିତ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଦିନ ୧୦ଟା ୩୦ରେ ପ୍ରଥମ ଅଧିବେଶନରେ ‘ୱାନ୍ ଆର୍ଥ’ ଉପରେ ଆଲୋଚନା କରାଯିବ । ଦିନ ୧ଟା ୩୦ରେ ଅତିଥିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ୩ଟାରେ ଦ୍ୱିତୀୟ ଅଧିବେଶନରେ ‘ୱାନ୍ ଫ୍ୟାମିଲି’ ଉପରେ ଆଲୋଚନା କରାଯିବ । ରାତି ୭ଟାରେ ଭାରତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୂଙ୍କ ପକ୍ଷରୁ ଅତିଥିଙ୍କ ସମ୍ମାନର୍ଥେ ନୈଶଭୋଜନର ଆୟୋଜନ କରାଯାଇଛି।  

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ଚକ୍ର ନିକଟରେ ଛିଡ଼ା ହୋଇ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ, ଜର୍ମାନୀ ଚାନସେଲର, ଇଟାଲି ପ୍ରଧାନମନ୍ତ୍ରୀ , ବିଶ୍ୱ ବ୍ୟାଙ୍କର ଚିଫ୍‌ ଅଜୟ ବାଙ୍ଗା, ଜାତିସଂଘ ସେକ୍ରେଟାରୀ ଜେନେରାଲ ଆନଣ୍ଟୋନିଆ ଗୁଟରସ୍‌ ଓ ଅନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିଛନ୍ତି।

ସେମାନଙ୍କ ବାଦ ସେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, କାନାଡ଼ା ପ୍ରଧାନମନ୍ତ୍ରୀ,ଆର୍ଜେଣ୍ଟିନା ପ୍ରେସିଣ୍ଡେଣ୍ଟ, ୟୁନାଇଟେଡ ନେସନ୍ସ ପ୍ରେସିଣ୍ଟେଣ୍ଟ ପ୍ରମୁଖଙ୍କୁ ମଧ୍ୟ ଜୋରଦାର ଢଙ୍ଗରେ ସ୍ୱାଗତ କରିଛନ୍ତି।

ଏବେ ସମଗ୍ର ବିଶ୍ୱର ନଜର ମୋଦୀଙ୍କ ଉପରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କୋଣାର୍କ ଚକ୍ର ନିକଟରେ ଛିଡ଼ା ହୋଇ ସମଗ୍ର ବିଶ୍ୱକୁ ଓଡ଼ିଶା ଐତିହ୍ୟ ସହ ପରିଚିତ କରାଇଛନ୍ତି।

୧୩ ଶହ ଶତାଦ୍ଦିରେ ନିର୍ମିତ କୋଣାର୍କ ଚକ୍ର  ପୁରାତନ ଭାରତର ସମୃଦ୍ଧ କାରୁକାର୍ଯ୍ୟକୁ ପ୍ରସ୍ପୁଟିତ କରୁଛି। ଏହି କୋଣାର୍କ ଚକ୍ର ସମୟ ସହ କାଳଚକ୍ର, ଉନ୍ନତି ଓ ପରିବର୍ତ୍ତନର ଧାରାକୁ ବି ସୂଚାଉଛି। ଏହା ସ୍ୱାଧୀନ ଭାରତର ଏକ ଶକ୍ତିଶାଳୀ ଚିହ୍ନ ହୋଇଥିବା ବେଳେ ଏହା ସବୁବେଳେ ସମାଜର ଉନ୍ନତି ସହ ଗଣତାନ୍ତ୍ରୀକ ଚିନ୍ତାଧାରା ଉପରେ ଗୁରୁତ୍ୱ ଦେଇଥାଏ।

Delhi G20 Summit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe