PM Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ସେ ତାଙ୍କର ପ୍ରଥମ ନିର୍ବାଚନ ବିଜୟ ବେଳର ଭିଡିଓ ଶେୟାର କରିଛନ୍ତି। ୨୦୦୨ ମସିହା ଗୁଜରାଟର ରାଜକୋଟରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୋଦି ପ୍ରଚାର କରିବା ସହ ପ୍ରଥମଥର ପାଇଁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ତାଙ୍କର ବିଧାନସଭା ଯିବା ଯାତ୍ରାର ଭିଡିଓ ଆଜି ସେ ଶେୟାର କରିଛନ୍ତି।
ପ୍ରକୃତରେ Modi Archiveର ସୋଶାଲ ମିଡିଆ ଆକାଉଣ୍ଟ ପ୍ରଥମେ ଏହାକୁ ପୋଷ୍ଟ କରିଥିଲା। ଏହି ଭିଡିଓକୁ ମୋଦି ଶେୟାର କରିଛନ୍ତି। ଏଥିରେ ମୋଦିଙ୍କ ବିଜୟ ଯାତ୍ରାର ଫଟୋ, ଭିଡିଓ ଓ ନ୍ୟୁଜପେପର କ୍ଲିପ୍ସ ରହିଛି। ମୋଦି ଏହାକୁ ଶେୟାରି କରି ରାଜକୋଟର ଲୋକଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।
ମୋଦି କହିଛନ୍ତି, “ରାଜକୋଟ ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ଭାବେ ରହିଛି। ଏହି ସହରର ଲୋକମାନେ ମୋ ଉପରେ ବିଶ୍ୱାସ ଦେଖାଇ ପ୍ରଥମଥର ପାଇଁ ନିର୍ବାଚନରେ ଜିତାଇଥିଲେ। ମୋର ଏହା ପ୍ରଥମ ନିର୍ବାଚନ ବିଜୟ ଥିଲା।
ସେବେଠାରୁ ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆଶା ଅନୁସାରେ କାମ କରିବାରେ ଲାଗିଛି। ସବୁଠାରୁ ଖୁସିର କଥା ଏହା ଯେ ସଂଯୋଗବଶତଃ ମୁଁ ଆଜି ଓ ଆସନ୍ତାକାଲି ଗୁଜରାଟରେ ରହିବି। ସେହିପରି ଗୋଟିଏ କାର୍ଯ୍ୟକ୍ରମ ରାଜକୋଟରେ ମଧ୍ୟ ରହିଛି। ରାଜକୋଟରୁ ୫ଟି ଏମ୍ସ ଦେଶ ପାଇଁ ଉର୍ତ୍ସଗ କରାଯିବ।”
୨୦୦୨ ମସିହା ଫେବୃଆରୀ ୨୪ ତାରିଖରେ ମୋଦି ପ୍ରଥମଥର ବିଧାୟକ ଭାବେ ଗୁଜରାଟ ବିଧାନସଭାରେ ପାଦ ରଖିଥିଲେ। ୨୦୦୨ରେ ରାଜକୋଟ ୨ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନରେ ୧୪,୭୨୮ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।
ଏହା ମୋଦିଙ୍କ ରାଜନୀତିକ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା। ନିର୍ବାଚନ ପୂର୍ବରୁ ହିଁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ। ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାମ କରି ଚାଲିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1708787886.jpg)