Advertisment

ଅନାସ୍ଥା ପ୍ରସ୍ତାବ: ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

୩ ଦିନ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
PM Modi

PM Modi

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ନିଜର ପକ୍ଷ ରଖିବା ଆରମ୍ଭ କରିଛନ୍ତି। ସେ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଛି। ୨୦୧୮ରେ ସେମାନେ ଆଣିଥିଲେ। ୨୦୧୯ ରେଜଲ୍ଟ କ’ଣ ହେଲା, ସେକଥା ସମସ୍ତେ ଜାଣିଛନ୍ତି। ୨୦୨୩ରେ ପୁଣି ଅନାସ୍ଥା ଆସିଛି। ୨୦୨୪ରେ ଏନଡିଏ ରେକର୍ଡ ବିଜୟ ସହ ପୁଣି କ୍ଷମତାକୁ ଆସିବ ବୋଲି ମୋଦି କହିଛନ୍ତି। 

Advertisment

ସେ କହିଛନ୍ତି, “ଆମକୁ ବିଶ୍ୱାସ କରିଥିବାରୁ ଦେଶର କୋଟି କୋଟି ନାଗରିକଙ୍କୁ କୃତଜ୍ଞତା। ୨୦୧୮ରେ ବି ଅନାସ୍ଥା ଆଣିଥିଲେ। ତାହା ସେମାନଙ୍କ ଫ୍ଲୋରଟେଷ୍ଟ ଥିଲା। ଭୋଟିଂ ବେଳେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ପାଇଲେନି। ସବୁ ବେଳେ ବିପକ୍ଷଙ୍କ ଅବିଶ୍ୱାସ ପ୍ରସ୍ତାବ ଆମ ପାଇଁ ଶୁଭ ହେଉଛି।

୨୦୨୪ରେ ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ। ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ। ଦେଶବାସୀ ଯେଉଁ ବିଶ୍ୱାସରେ ଏମାନଙ୍କୁ ପଠାଇଛନ୍ତି। ତାଙ୍କ ପ୍ରତି ବି ବିଶ୍ୱାସଘାତ। ଆପଣଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି। ଯୁବବର୍ଗଙ୍କୁ ରୋଜଗାର ଚିନ୍ତା ନୁହେଁ। ଏମାନଙ୍କୁ ରାଜନୀତି ଚିନ୍ତା ଘାରିଛି।”

Advertisment

ମଣିପର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ବିବୃତି ନ ରଖିବାରୁ ବିରୋଧୀ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ୩ ଦିନ ହେଲା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଆଜି ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି। ବିରୋଧୀ ଦଳ ଗୁଡ଼ିକ ମଣିପର ପ୍ରସଙ୍ଗ ଉଠାଉଥିବା ବେଳେ ଶାସକ ଦଳ ନିଜର ସଫଳତା ବଖାଣିବାରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆରମ୍ଭରୁ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି। ଏହାପରେ ସେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଛନ୍ତି। ୩ ଦିନ ହେଲା ଏଠାରେ ଅନେକ ସାଂସଦ ନିଜର ପକ୍ଷ ରଖିଛନ୍ତି। ମୁଁ ମଧ୍ୟ କିଛି ଭାଷଣ ଶୁଣିଛି। କୋଟି କୋଟି ଲୋକ ଆମକୁ ଜିତାଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମୁଁ ଏଠାରେ ଛିଡ଼ା ହୋଇଥିବା ମୋଦି କହିଛନ୍ତି। 

ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଦୀର୍ଘ ୨ ଘଣ୍ଟା କାଳ ଭାଷଣ ଦେଇଥିଲେ। ସେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିବା ସହ ମଣିପୁର ହିଂସା ପାଇଁ ହାଇକୋର୍ଟଙ୍କୁ ଦାୟୀ କରିଥିଲେ। ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗରେ କ’ଣ କହୁଛନ୍ତି, ତା’ ପରେ ସମସ୍ତଙ୍କ ନଜର ରହିଛି।

ମଣିପୁରରେ ମେ’ ୩ରୁ ହିଂସା ଆରମ୍ଭ ହୋଇଛି। ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ପୂରା ରାଜ୍ୟ ଜଳୁଛି। ତେବେ ପ୍ରଧାନମନ୍ତ୍ରୀ ଜୁଲାଇ ୨୦ରେ ମଣିପର ହିଂସା ସମ୍ପର୍କରେ ମାତ୍ର କିଛି ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ।

ଏହାର ଦିନକ ପୂର୍ବରୁ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବିଚ୍‌ ରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସାମ୍ନାକୁ ଆସିଥିଲା। ତେଣୁ ମୋଦି ସଂସଦ ବାହାରେ ଏହି ଘଟଣାରେ ଗଭୀର ମର୍ମାହତ ଓ ବ୍ୟଥିତ ଥିବା କହିଥିଲେ। ଏଥିସହ ସେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ମୋଦି ମଣିପୁରକୁ ନେଇ ଗୃହ ଭିତରେ କିମ୍ବା ବାହାରେ ଏଯାଏ କୌଣସି ପ୍ରକାରର ବିବୃତି ସିଧାସଳଖ ରଖି ନାହାନ୍ତି। ଅବଶ୍ୟ ସରକାରୀ ସୂତ୍ର ଅନୁସାରେ, ମୋଦି ନିୟମିତ ମଣିପୁରର ସ୍ଥିତି ସମୀକ୍ଷା କରୁଥିବା ରିପୋର୍ଟ ପ୍ରକାଶ ପାଉଛି। ଏସବୁ ଭିତରେ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ନାରାବାଜୀ କରୁଛନ୍ତି।

ତଥାପି ମୋଦି କିଛି ନ କହିବାରୁ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ବିରୋଧୀ ଅନାସ୍ଥା ଆଣି ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ନିୟମ ଅନୁସାରେ ବିତର୍କର ଶେଷ ଦିନରେ ଗୃହକୁ ସମ୍ବୋଧନ ଆରମ୍ଭ କରିଛନ୍ତି।

PM Modi Parliament No Confidence Motion Lok Sabha