Advertisment

ଓଡ଼ିଶାରେ ୩ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ସାରି ଫେରିଯିବେ

ପ୍ରଧାନମନ୍ତ୍ରୀ ମୋଦି ନିଜର ତେଲେଙ୍ଗାନା ଗସ୍ତ ଶେଷ କରି ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଓ ସେଠାରୁ ଚଣ୍ଡିଖୋଲ ଯାଇ ୫ଟା ୪୫ ମିନିଟରେ ପହଂଚି କୋଲକାତା ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି।

BJP

BJP

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶାରେ ପ୍ରାୟ ୩ ଘଣ୍ଟା ରହିବେ ଓ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଏକ ସରକାରୀ କାର୍ଯ୍ୟକ୍ରମ ଏବଂ ଏକ ସାଧାରଣ ସଭାରେ ଯୋଗଦେଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି।ପ୍ରଧାନମନ୍ତ୍ରୀ ମୋଦି ନିଜର ତେଲେଙ୍ଗାନା ଗସ୍ତ ଶେଷ କରି ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଓ ସେଠାରୁ ଚଣ୍ଡିଖୋଲ ଯାଇ ୫ଟା ୪୫ ମିନିଟରେ ପହଂଚି କୋଲକାତା ଅଭିମୁଖେ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଚଣ୍ଡିଖୋଲଠାରେ ମୋଦିଙ୍କ ସଭାକୁ ସଫଳ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ ଜାରି ରଖିଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ସେଠାରେ ସାଢ଼େ ୩ଟାରୁ ୪ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରାୟ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ପାଖରେ ଥିବା ଏକ ପଡ଼ିଆରେ ଆୟୋଜିତ ’ମୋଦି ଗ୍ୟାରେଂଟି’ ବିଶାଳ ସଭାରେ ବିଜେପିର ହଜାର ହଜାର ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି ୪୫ ମିନିଟର ଜନସଭା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ରହିଛି। ସେଠାରୁ ପୁଣି ଥରେ ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ। ପ୍ରାୟ ୫ଟା ୫୦ମିନିଟରେ ସେ କୋଲକାତା ଅଭିମୁଖେ ଯାତ୍ରା କରିବେ। 

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

Advertisment

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପ୍ରଧାନମନ୍ତ୍ରୀ ମୋଦି ପଂହଚାଇଛନ୍ତିି । ଓଡ଼ିଶାବାସୀଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ମସିହାରେ କହିଥିଲେ। ବିଗତ ୧୦ବର୍ଷ ଭିତରେ ମୋଦି ସରକାର "ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡ଼ିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ’। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି।  ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଇଛନ୍ତି ।  ମୋଦିଙ୍କ ଜନସଭା ରାଜ୍ୟର ବିଜେପି କର୍ମକର୍ତ୍ତାଙ୍କୁ ଅଫୁରନ୍ତ ଶକ୍ତି ଯୋଗାଇବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ଘଣ୍ଟାର ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ ଖଣ୍ଡନ ସତ୍ତ୍ୱେ ଆଗାମୀ ସାଧାରଣ ନିର୍ବାଚନରେ ଦୁଇ ଦଳ ମଧ୍ୟରେ ମେଂଟ ସମ୍ଭାବନାକୁ ନେଇ ଚର୍ଚ୍ଚା ଏବେବି ଲାଗି ରହିଛି ।

Bjp Narendra Modi PM Modi Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe