Advertisment

'କହିଥିଲି, କଂଗ୍ରେସ 'ଶେହଜାଦା' ଆଉ ଏକ ଆସନରୁ ଲଢିବେ'

ରାହୁଲ ଗାନ୍ଧି ଏଥର ଆମେଠି ପରିବର୍ତ୍ତେ ରାଏବରେଲୀରୁ ନିର୍ବାଚନ ଲଢିବା ଉପରେ ମୋଦିଙ୍କ କଟାକ୍ଷ, ଡର ନାହିଁ, ପଳାଅ ନାହିଁ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଅନ୍ୟ ଏକ ଆସନ ରାଏବରେଲୀରୁ ଟିକେଟ୍ ଦେବା ପରେ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, "ମୁଁ ପୂର୍ବରୁ କହିଥିଲି କଂଗ୍ରେସ ଶେହଜାଦା(ରାହୁଲ ଗାନ୍ଧି) ନିଶ୍ଚିତ ରୂପେ ଆଉ ଏକ ଆସନ ବାଛିବେ, ତାହା ହେଲା।"

Advertisment

ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, "ଏଥର ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। କୌଣସି ମତଦାନର ଆବଶ୍ୟକତା ନାହିଁ। ମୁଁ କହିଥିଲି ଶେହଜାଦା(ରାହୁଲ ଗାନ୍ଧି) ୱାଏନାଡ ଆସନରୁ ହାରିଯିବେ, ତେଣୁ ସେ ଆଉ ଏକ ଆସନ ଦେଖି ନାମାଙ୍କନ ଭରିବେ, ଏଠେ ଠିକ୍ ତାହା ହୋଇଛି।" 

ମୋଦି ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଆମେଠିରୁ ଲଢେଇ କରିବାକୁ ଭୟ କରୁଛନ୍ତି। ସେଥିପାଇଁ ଏଥର ରାଏବରେଲୀରୁ ଟିକେଟ ନେଇଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି, ଡର ନାହିଁ, ପଳାଅ ନାହିଁ।

Advertisment

ପ୍ରକାଶ ଥାଉକି, ୨୦୦୪ରୁ ରାହୁଲ ଗାନ୍ଧି ଆମେଠିରୁ ସାଂସଦ ହୋଇ ଆସୁଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ଏଠାରୁ ତାଙ୍କୁ ସ୍ମୃତି ଇରାନୀ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ରାହୁଲଙ୍କ ସମ୍ମାନ ରକ୍ଷା କରିଥିଲେ ୱାଏନାଡବାସୀ। ଏଥର ମଧ୍ୟ ସେ ୱାଏନାଡରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କିନ୍ତୁ ଅନ୍ୟ ଏକ ଆସନ ସ୍ୱରୂପ ଆମେଠି ପରିବର୍ତ୍ତେ ରାଏବରେଲିରୁ ଟିକେଟ୍ ପାଇଛନ୍ତି, ଯାହାକୁ ନେଇ ସମାଲୋଚନା କରିଛନ୍ତି ମୋଦି। 

Rahul Gandhi General Election 2024 Lok Sabha Polls PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe