Advertisment

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ- ଯେଉଁମାନଙ୍କର ହୋଶ ନାହିଁ, ସେମାନେ ଅନ୍ୟକୁ ମଦୁଆ କହୁଛନ୍ତି

ନିକଟରେ ରାହୁଲ ଗାନ୍ଧି ବାରାଣସୀରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଥିଲେ। ଏହି ସମୟରେ ସେ କହିଥିଲେ ଯେ ମଦ ପିଇବା ପରେ ଲୋକମାନେ ରାସ୍ତା ଉପରେ ପଡ଼ି ରହୁଥିବା ଏଠାରେ ସେ ଦେଖିବାକୁ ପାଇଛନ୍ତି।

PM Modi

PM Modi

Advertisment

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଯେଉଁମାନଙ୍କର ନିଜର ହୋଶ ନାହିଁ, ସେମାନେ ଉତ୍ତର ପ୍ରଦେଶ ଓ କାଶୀର ଯୁବକମାନଙ୍କୁ ମଦୁଆ ବା ନିଶା ଖୋର କହୁଛନ୍ତି ବୋଲି ଆଜି ମୋଦି କହିଛନ୍ତି।

Advertisment

ନିକଟରେ ରାହୁଲ ଗାନ୍ଧି ବାରାଣସୀରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଥିଲେ। ଏହି ସମୟରେ ସେ କହିଥିଲେ ଯେ ମଦ ପିଇବା ପରେ ଲୋକମାନେ ରାସ୍ତା ଉପରେ ପଡ଼ି ରହୁଥିବା ଏଠାରେ ସେ ଦେଖିବାକୁ ପାଇଛନ୍ତି। ବାସ ଏହାକୁ ଆଜି ମୋଦି କାଉଣ୍ଟର କରି ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷିଛନ୍ତି।

ନିଜର ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଯେଉଁମାନଙ୍କର ନିଜର ହୋଶ ହରାଇଛନ୍ତି, ସେମାନେ ମୋ କାଶୀ (ବାରାଣସୀ)ର ପିଲାମାନଙ୍କୁ ମଦୁଆ ବା ନିଶା ଖୋର କହୁଛନ୍ତି। କଂଗ୍ରେସର ଯୁବରାଜ ବାରାଣସୀର ଲୋକମାନଙ୍କୁ ତାଙ୍କରି ମାଟିରେ ଅପମାନିତ କରିଛନ୍ତି।

Advertisment

ଏହା କେଉଁ ପ୍ରକାରର ଭାଷା? ସେମାନେ ଦୁଇ ଦଶନ୍ଧି ହେଲା ମୋଦିଙ୍କୁ ଦୁର୍ବ୍ୟବହାର କରି ଚାଲିଛନ୍ତି। ଏବେ ସେମାନେ ନିଜର ହତାଶା ଭାବ ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କ ଉପରେ ବାହାର କରୁଛନ୍ତି। ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କୁ ଇଣ୍ଡି ମେଣ୍ଟ(ଇଣ୍ଡିଆ ମେଣ୍ଟ) କରିଥିବା ଅପମାନକୁ କେବେ ବି ଭୁଲି ହେବ ନାହିଁ।

ଏହା ସେମାନଙ୍କର ବାସ୍ତବତା। ସେମାନେ ପରିବାରବାଦରେ ବିଶ୍ୱାସ କରନ୍ତି ଓ ଯୁବଗୋଷ୍ଠୀର ଦକ୍ଷତା ଦେଖି ଡରୁଛନ୍ତି। କାଶୀ ଓ ଉତ୍ତର ପ୍ରଦେଶର ଯୁବକମାନେ ବିକଶିତ ଭାରତ ଗଠନରେ ଲାଗି ପଡ଼ିଛନ୍ତି। ଇଣ୍ଡି ମେଣ୍ଟର ନେତାମାନେ କାଶୀ ଓ ଅଯୋଧ୍ୟାର ନୂଆ ରୂପ ଦେଇ ବରିକ୍ତ ହେଉଛନ୍ତି।”

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି ଯେ ପରିବାରବାଦ ରାଜନୀତି, ଦୁର୍ନୀତି ଓ ତୁଷ୍ଟୀକରଣ ଯୋଗୁ ଉତ୍ତର ପ୍ରଦେଶର ବିକାଶ ହୋଇ ପାରୁ ନଥିଲା।

ପ୍ରତି ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ଏକାଠି ହେଉଛନ୍ତି। କିନ୍ତୁ ଯେତେବେଳେ ରେଜଲ୍ଟ ଶୂନ ହୋଇଯାଉଛି ସେତେବେଳେ ସେମାନେ ଅଲଗା ହୋଇଯାଉଛନ୍ତି। ଏହାପରେ ପରସ୍ପରକୁ ଗାଳି ଗୁଲଜ କରୁଥିବା ମୋଦି କହିଛନ୍ତି।

ଲୋକସଭା ନିର୍ବାଚନରେ ବିଜୟ ନେଇ ସେ ଦମ୍ଭୋକ୍ତି ମଧ୍ୟ କରିଛନ୍ତି। ସେ କହିଛନ୍ତି, “ଏଥର ପୂରା ଦେଶର ମୁଡ ମୋଦି ଗ୍ୟାରେଣ୍ଟୀ ସପକ୍ଷରେ ରହିଛି। ଉତ୍ତର ପ୍ରଦେଶର ସମସ୍ତ ଆସନରେ ଏନଡିଏ ଜିତିବ।”

PM Modi Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe