Advertisment

ବେଙ୍ଗଲରେ ମୋଦି, ସନ୍ଦେଶଖାଲି କଥା ଉଠାଇ ଟିଏମସି ଉପରେ ବର୍ଷିଲେ

ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଛନ୍ତି। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି।

Advertisment

ବେଙ୍ଗଲର ଅର୍ମବାଗରେ ଆୟୋଜିତ ରାଜନୀତିକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କିଛି ଲୋକଙ୍କ ଭୋଟ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ସନ୍ଦେଶଖାଲିରେ ମହିଳାମାନେ ଭୋଗୁଥିବା ନିର୍ଯାତନା ଅଧିକ ଗୁରୁତ୍ୱପୂର୍ଣ, ସେକଥା ଏବେ ରାଜ୍ୟର ଲୋକମାନେ ପଚାରୁଛନ୍ତି। ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିବା ସହ ସମସ୍ତେ କାହିଁକି ସନ୍ଦେଶଖାଲି ମାମଲାରେ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଟିଏମସି ଦେଉଥିବା ମା, ମାଟି ଓ ମନୁଶ କଥା ଉଠାଇ ମୋଦି କହିଛନ୍ତି, “ମା, ମାଟି, ମନୁଶ କଥା କହୁଥିବା ତୃଣମୂଳ କଂଗ୍ରେ ସନ୍ଦେଶଖାଲିର ମହିଳାମାନଙ୍କ ପାଇଁ କ’ଣ ସବୁ କରିଛି? ଟିଏମସି କେବଳ ପୂରା ଦେଶକୁ ଦୁଃଖିତ ଓ କ୍ରୋଧିତ କରିଛି। ରାଜା ରାମମୋହନ ରୟଙ୍କ ଆତ୍ମା ନିଶ୍ଚିତ ଭାବେ ଏପରି ଲୋକମାନଙ୍କ କୁକର୍ମ ଦେଖି କାନ୍ଦୁଥିବ।

Advertisment

ସନ୍ଦେଶଖାଲିର ମହିଳାମାନଙ୍କ ସହ ଟିଏମସିର ଜଣେ ନେତା ଘଟାଇଥିବା ଘଟଣା ଘୃଣତାର ସବୁ ସୀମାକୁ ଟପି ଯାଇଛି। ଯେତେବେଳେ ମହିଳାମାନେ ସ୍ୱର ଉଠାଇଲେ ଓ ମମତା ଦିଦିଙ୍କ ଠାରୁ ସହଯୋଗ ମାଗିଲେ ସେତେବେଳେ ମୁଖ୍ୟମନ୍ତ୍ରୀ ଓ ବେଙ୍ଗଲ ସରକାର ଉକ୍ତ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ନିଜ କ୍ଷମତାର ଭରପୂର ବ୍ୟବହାର କଲେ। ମହିଳାମାନଙ୍କ ପାଇଁ ଲଢ଼େଇ କରୁଥିବା ବିଜେପି ନେତାମାନଙ୍କ ଚାପ ଯୋଗୁ ବେଙ୍ଗଲ ପୁଲିସ୍‌ ବାଧ୍ୟ ହୋଇ ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରିଛି।”

ସନ୍ଦେଶଖାଲି ଘଟଣା ସାମ୍ନାକୁ ଆସିବା ପରେ ଶାହଜାହାଁ ପ୍ରାୟ ୫୫ ଦିନ କାଳ ଫେରାର ଥିଲେ। ଏହା ପଛରେ କିଛି ଅଦୃଶ୍ୟ ଶକ୍ତି ରହିଥିବା ମଧ୍ୟ ମୋଦି ତାଙ୍କ ଭାଷଣ ଦ୍ୱାରା ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରତିଟି ଚୋଟର ଜବାବ, ଭୋଟ ମାଧ୍ୟରେ ଦେବା ଦରକାର।

ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ମୋଦି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସେମାନେ ନିଜର ଆଖି, କାନ ଓ ପାଟି ବନ୍ଦ କରି ଦେଇଛନ୍ତି। ଠିକ ଗାନ୍ଧିଜୀଙ୍କ ୩ ମାଙ୍କଡ଼ଙ୍କ ଭଳି। ସେମାନେ ଏକାଠି ପାଟନା, ବେଙ୍ଗାଲୁରୁ,ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ ବୈଠକ କରୁଛନ୍ତି।

କିନ୍ତୁ ବାମପନ୍ଥୀ ଓ କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ କିମ୍ବା ବେଙ୍ଗଲ ସରକାରଙ୍କୁ ପ୍ରଶ୍ନ ପଚାରିବାକୁ ସାହାସ ଦେଖାଇ ପାରୁ ନାହାନ୍ତି। କଂଗ୍ରେସ ଓ ଇଣ୍ଡି(ଇଣ୍ଡିଆ) ମେଣ୍ଟର ଗୋଟିଏ ଲକ୍ଷ ହେଲା ଦୁର୍ନୀତି କରୁଥିବା ଲୋକଙ୍କ ସମର୍ଥନ କରିବା। ତୁଷ୍ଟୀକରଣ ରାଜନୀତି ଓ ବଂଶବାଦ ରାଜନୀତିକୁ ସେମାନେ ପ୍ରୋତ୍ସାହିତ କରନ୍ତି।”

Narendra Modi PM Modi Sandeshkhali Case