Advertisment

ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ

ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍‌ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।

PM Narendra Modi

PM Narendra Modi

Advertisment

ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟର ବିପୁଳ ବିଜୟ ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବ ମନାଇଛି ଦଳ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି ବିଜୟକୁ ଐତିହାସିକ ବୋଲି ଦର୍ଶାଇଛନ୍ତି। ଏତିକି ନୁହେଁ, ବିଜୟ ଉତ୍ସବରେ ବିରୋଧୀ, ବିଶେଷ କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ଉଦବୋଧନ ଦେଇ ମୋଦି କହିଛନ୍ତି, ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍‌ ହୋଇଛି। ମହାରାଷ୍ଟ୍ରର ବିଜୟ ସବୁ ରେକର୍ଡ ଭାଙ୍ଗିଛି। ୫୦ ବର୍ଷ ଭିତରେ ଏହା ସବୁଠୁ ବଡ଼ ବିଜୟ। ବିଜେପିର ସୁଶାସନ ଉପରେ ଏହା ଜନତାଙ୍କ ମୋହର। ସୁଶାସନ କଥା ଆସିଲେ ଲୋକେ ବିଜେପି ଓ ଏନ୍‌ଡିଏକୁ ଭରସା କରନ୍ତି। ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିଛୁ। ଆମ ସୁଶାସନ ମଡେଲ୍ ଉପରେ ଜନତାଙ୍କ ଭରସାକୁ ଆମେ ବଜାୟ ରଖିବୁ।

ଏହି ବିଜୟ ଉତ୍ସବରେ ପୁଣିଥରେ 'ଏକ୍‌ ହେଁ ତୋ ସେଫ୍ ହେଁ' ନାରା ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନର ସନ୍ଦେଶ ହେଉଛି 'ଏକ୍‌ ହେଁ ତୋ ସେଫ୍ ହେଁ'। ଏହା ଏବେ ଦେଶର ମହାମନ୍ତ୍ର। ଜାତି, ଧର୍ମ ଆଧାରରେ ବିଭାଜନକାରୀ ଶକ୍ତିକୁ ଲୋକେ ଶିକ୍ଷା ଦେଇଛନ୍ତି। ଆରକ୍ଷଣ ଓ ସମ୍ବିଧାନକୁ ନେଇ କଂଗ୍ରେସ ମିଛ କହିଛି। କଂଗ୍ରେସର ମିଛକୁ ଲୋକେ ଖାରଜ କରିଛନ୍ତି। ସମାଜର ପ୍ରତ୍ୟେକ ବର୍ଗ ଏନ୍‌ଡିଏକୁ ବାଛିଛନ୍ତି। ଇଣ୍ଡି ଦେଶର ବଦଳୁଥିବା ମିଜାଜକୁ ବୁଝି ପାରିଲାନି। ଏମାନେ ସତ୍ୟକୁ କେବେ ସ୍ବୀକାର କରନ୍ତି ନାହିଁ। ଆମେ ମିଶିକି ଆଗକୁ ବଢ଼ିବା, ଏକଜୁଟ ହୋଇ ବଢ଼ିବା ବୋଲି ମୋଦି କହିଛନ୍ତି।

Advertisment

ଏହି ସମ୍ବୋଧନ ବେଳେ ସମ୍ବିଧାନ ଓ ଧାରା ୩୭୦କୁ ନେଇ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, ଦୁନିଆର କୌଣସି ଶକ୍ତି ୩୭୦କୁ ଫେରାଇ ଆଣି ପାରିବନି। ପୂରା ଦେଶରେ ଗୋଟିଏ ହିଁ ସମ୍ବିଧାନ ଚାଲିବ। ଯିଏ ୨ଟି ସମ୍ବିଧାନର କଥା କହିବ, ଲୋକେ ତାଙ୍କୁ ଖାରଜ କରିବେ। କଂଗ୍ରେସକୁ ପରଜୀବୀ ପାର୍ଟି କହି ସମାଲୋଚନା କଲେ ମୋଦି। ନିଜେ ବୁଡ଼ିବା ସହ ସହଯୋଗୀ ଦଳଙ୍କୁ ବି କଂଗ୍ରେସ ବୁଡ଼ାଉଛି ବୋଲି ମୋଦି କହିଥିଲେ। ସେ କହିଛନ୍ତି, କଂଗ୍ରେସ ଧର୍ମ ନିରପେକ୍ଷତା ନାଁରେ ଆମ ପରମ୍ପରାକୁ ନଷ୍ଟ କରିଛି। କଂଗ୍ରେସର ତୁଷ୍ଟୀକରଣ ରାଜନୀତି ଦେଶକୁ ବରବାଦ୍ କରିଛି। ତୁଷ୍ଟୀକରଣ ପାଇଁ ଆଇନ୍ କଲେ, ୱାକଫ୍ ବୋର୍ଡ ଏହାର ଉଦାହରଣ। ୨୦୧୩ରେ ୱାକଫ୍ ବୋର୍ଡଙ୍କୁ ଅଧିକ କ୍ଷମତା ଦେଲା କଂଗ୍ରେସ। ସମ୍ବିଧାନରେ ୱାକଫ୍ ବୋର୍ଡର ସ୍ଥାନ ନଥିଲା, କିନ୍ତୁ କଂଗ୍ରେସ ସ୍ଥାନ ଦେଲା। ନିଜ ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ କଂଗ୍ରେସ ଏସବୁ କରିଛି। ଗୋଟିଏ ପରିବାରର କ୍ଷମତା ଲୋଭ ଏତେ ଯେ, ଦଳକୁ ଖାଇଗଲେ। କଂଗ୍ରେସକୁ ଚଳାଇବାକୁ ଗୋଟିଏ ପରିବାରକୁ ହିଁ ଅଧିକାର ମିଳିଛି ବୋଲି କହି କଟାକ୍ଷ କରିଥିଲେ ମୋଦି।

Bjp PM Modi Maharashtra Eelection 2024 Mahayuti Alliance PM Modi On Maharashtra Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe