Advertisment

ରତ୍ନଭଣ୍ଡାର କଥା ଉଠାଇଲେ ମୋଦି, ନବୀନ ସରକାରଙ୍କୁ କଲେ ପ୍ରଶ୍ନ ପରେ ପ୍ରଶ୍ନ

‘କାହିଁକି ନବୀନ ବାବୁଙ୍କ ସରକାର ଏହି ପ୍ରସଙ୍ଗରୁ ପଳାୟନ କରୁଛନ୍ତି? ରାଜ୍ୟ ସରକାର କାହା ପାପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି?

ଅଦ୍ୟତନ ହୋଇଛି
PM Narendra Modi

PM Narendra Modi

Advertisment

ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫୁଲବାଣୀରେ ଅନୁଷ୍ଠିତ ସଂକଳ୍ପ ସମାବେଶରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର କଥା ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। 

Advertisment

ପ୍ରଧାନମନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା। ସେତେବେଳେ ରତ୍ନଭଣ୍ଡାରରେ ଏତେ ପରିମାଣରେ ଆଭୂଷଣ ଓ ରତ୍ନ ଥିଲା ଯେ ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତିମାନେ ରତ୍ନଭଣ୍ଡାରକୁ ଅମୂଲ୍ୟ କହି ହାତ ଟେକି ଦେଇଥିଲେ। କିନ୍ତୁ ଗତ ୪୦ ବର୍ଷରୁ ଅଧିକ ସମୟ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ଦେଶବାସୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସରକାର ସମ୍ଭାଳି ପାରୁନାହାନ୍ତି। ଚାବି କୁଆଡ଼େ ଗଲା, ତାହା ଜାଣିବାର ଅଧିକାର ଲୋକଙ୍କର ଅଛି। 

ମୋଦି ଆହୁରି କହିଥିଲେ, ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହୋଇଥିଲା? ଡୁପ୍ଲିକେଟ ଚାବିରେ କେହି ରତ୍ନଭଣ୍ଡାର ଖୋଲୁ ନଥିଲେ ତ? କେହି ରତ୍ନ ନେଉ ନଥିଲେ ତ? ଚାବି ହଜିବା ଗମ୍ଭୀର ବିଷୟ। କିନ୍ତୁ ଡୁପ୍ଲିକେଟ ଚାବି ତା’ଠାରୁ ଅଧିକ ଗମ୍ଭୀର ବିଷୟ। କାହିଁକି ନବୀନ ବାବୁଙ୍କ ସରକାର ଏହି ପ୍ରସଙ୍ଗରୁ ପଳାୟନ କରୁଛି? ଏହା ପଛରେ ସରକାରଙ୍କ କି ଦୁର୍ବଳତା ରହିଛି? ରାଜ୍ୟ ସରକାର କାହା ପାପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି? ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦାକୁ ପୁଣି ପ୍ରତିଷ୍ଠା କରାଯିବ। ଏହା ମୋଦି ପ୍ରତିଶ୍ରୁତି ବୋଲି ସେ କହିଥିଲେ। 

Advertisment

PM Modi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe