Advertisment

୪୨ ବର୍ଷ ମଧ୍ୟରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଡୋଡାରେ ମୋଦି: ଏନସି, ପିଡିପି ଓ କଂଗ୍ରେସକୁ ଧୋଇଲେ

ସେ ୪୨ ବର୍ଷ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରର ଡୋଡାରେ କୌଣସି ରାଲି କରି ଇତିହାସ ରଚିଛନ୍ତି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟର ଜମ୍ମୁ-କଶ୍ମୀର ଗଠନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୮ ତାରିଖରୁ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଆରମ୍ଭ ହେଉଥିବା ବେଳେ ଆଜି ମୋଦି ଏଥିପାଇଁ ପ୍ରଚାର କରିଛନ୍ତି।

Advertisment

ସେ ୪୨ ବର୍ଷ ମଧ୍ୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜମ୍ମୁ-କଶ୍ମୀରର ଡୋଡାରେ କୌଣସି ରାଲି କରି ଇତିହାସ ରଚିଛନ୍ତି। ଏଠାରେ ଆୟୋଜିତ ରାଲିରେ ସେ ଏନସି, ପିଡିପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନରେ ଏନସି, ପିଡିପି ଓ କଂଗ୍ରେସର ୩ ପରିବାର ସହ ଏହି ମାଟିରେ ସ୍ୱପ୍ନ ଦେଖୁଥିବା ଲକ୍ଷାଧିକ ପୁଅ ଓ ଝିଅଙ୍କ ଲଢ଼େଇ ହେଉଛି ବୋଲି ମୋଦି କହିଛନ୍ତି।

ଡୋଡାର ସ୍ପୋର୍ଟସ ଷ୍ଟାଡିୟମରେ ମୋଦି କହିଛନ୍ତି ଯେ ଜମ୍ମୁ-କଶ୍ମୀର ଧ୍ୱଂସ ପଛରେ ଏନସି, ପିଡିପି ଓ କଂଗ୍ରେସ ସରକାରର ହାତ ରହିଛି। ସେମାନଙ୍କର ୩ ପରିବାର ଜମ୍ମୁ-କଶ୍ମୀରର ଲୋକଙ୍କ ସହ ଯାହା କରିଛନ୍ତି, ତା’ହା କୌଣସି ଅପରାଧ ଠାରୁ କମ ନୁହେଁ। ଏବେ ଅନୁଷ୍ଠିତ ହେବାକୁ ଯାଉଥିବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି।

Advertisment

ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାରର ନାଁ ନେଇ ମୋଦି କହିଛନ୍ତି ଯେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଏହି ଦଳ ଗୁଡ଼ିକ ଲୋକଙ୍କୁ ବିଭ୍ରାନ୍ତ କରି ଚାଲିଛନ୍ତି ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ଆତଙ୍କବାଦର ପୀଡ଼ିତ ସଜାଇଛନ୍ତି। ସ୍ୱାଧୀନତା ପରେ ଜମ୍ମୁ-କଶ୍ମୀର ବିଦେଶୀ ଶକ୍ତିର ଟାର୍ଗେଟରେ ରହି ଆସିଛି।

ଆପଣମାନେ ବିଶ୍ୱାସ କରୁଥିବା ରାଜନୀତିକ ଶକ୍ତି ଗୁଡ଼ିକ ଆପଣମାନଙ୍କ ପିଲାଙ୍କ କଥା ଚିନ୍ତା କରୁ ନଥିଲେ। କିନ୍ତୁ ସେମାନେ ନିଜ ପିଲାଙ୍କର ପ୍ରଚାର କରୁଥିଲେ। ଏହି ଲୋକମାନେ ଜମ୍ମୁ-କଶ୍ମୀରରେ ନେତୃତ୍ୱର କଳାକୁ ପ୍ରଚାର କରୁ ନଥିଲେ। ବିଜେପି ୨୦୧୪ରେ କେନ୍ଦ୍ରରେ କ୍ଷମତା ଦଖଲ କରିବା ପରେ ଚେନାବ ଉପତ୍ୟକା ଅଞ୍ଚଳରେ ପଞ୍ଚାୟତ, ବ୍ଲକ ଡେଭଲପମେଣ୍ଟ କାଉନସିଲ ଓ ଜିଲ୍ଲା ଡେଭଲପମେଣ୍ଟ କାଉନସିଲର ନିର୍ବାଚନ କରାଇଥିଲା।

କାହିଁକି ଏହି ସବୁ ନିର୍ବାଚନ ହୋଇଥିଲା? ଏହାଦ୍ୱାରା ଗଣତନ୍ତ୍ର ତୃଣମୂଳ ସ୍ତରରେ ପହଞ୍ଚି ପାରିଛି। ଯୁବଗୋଷ୍ଠୀ ଜମ୍ମୁ-କଶ୍ମୀରର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଗକୁ ଆସି ପାରିଛନ୍ତି। ଯେଉଁମାନେ ପରିବାରବାଦ ରାଜନୀତି କରୁଛନ୍ତି, ସେମାନେ ଏହି ଉଦ୍ୟମକୁ ବିରୋଧ କରୁଥିଲେ। ଆମେ ସେମାନଙ୍କ ଉଦ୍ଦେଶ୍ୟକୁ ଚ୍ୟାଲେଞ୍ଜ କରିଥିଲୁ। ୩୦ରୁ ୩୫ ହଜାର ଯୁବଗୋଷ୍ଠୀ ସ୍ଥାନୀୟ ନିର୍ବାଚନ ପରେ ରାଜନୀତିକୁ ଆସିଥିଲା। ସେମାନେ ଜମ୍ମୁ-କଶ୍ମୀରର ଦାୟିତ୍ୱ ନିଜ ହାତକୁ ନେଇଥିଲେ ବୋଲି ମୋଦି କହିଛନ୍ତି।

ଏନସି, ପିଡିପି, କଂଗ୍ରେସ ଆତଙ୍କ ପାଇଁ ସ୍ଥାନ ତିଆରି କରୁଥିବା ମୋଦି ଅଭିଯୋଗ କରିଛନ୍ତି। ଏହି ଦଳଗୁଡ଼ିକ ନିଜ ଦୋକାନ ଚାଲୁ ରଖିବା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ପାପ ପାଇଁ ହଜାର ହଜାର ପିଲା ସେମାନଙ୍କ ଜୀବନ ହରାଉଥିବା ମୋଦି କହିଛନ୍ତି।

ସେ ଦାବି କରିଛନ୍ତି ଯେ ଆତଙ୍କବାଦ ଚରମସୀମାରେ ଥିବା ବେଳେ କଂଗ୍ରେସ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଶ୍ରୀନଗରର ଲାଲ ଚୌକ ଆସିବାକୁ ଡରୁଥିଲେ। ହେଲେ ଗତ ୧୦ ବର୍ଷ ପାଇଁ ଜମ୍ମୁ-କଶ୍ମୀର ପାଇଁ ନିଆ ଯାଇଥିବା ପଦକ୍ଷେପ ଯୋଗୁ ଆତଙ୍କବାଦ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ସୁରକ୍ଷାକର୍ମୀଙ୍କ ମାଡ଼ କରାଯାଉଥିବା ପଥର ଭିତରୁ ଗୋଟିଏ ନୂଆ ଜମ୍ମୁ-କଶ୍ମୀର ଗଠନ ହେବ ବୋଲି ସେ କହିଛନ୍ତି।

PM Modi Jammu Kashmir Jammu Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe