Advertisment

ସଞ୍ଜୟଙ୍କ ଦାବି, ସେପ୍ଟେମ୍ବରରେ ଅବସର ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଞ୍ଜୟ କହିଛନ୍ତି ଯେ ଗତ ୧୦-୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେବି ଆରଏସ୍‌ଏସ୍ ମୁଖ୍ୟାଳୟକୁ ଯାଇନଥିଲେ। କିନ୍ତୁ ଏବେ ଯିବା ପଛରେ ତାଙ୍କ ଅବସର ଯୋଜନା ହିଁ ରହିଛି।

author-image
Jitendra Garnayak
Sanjay and Modi

Sanjay and Modi

ଶିବ ସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସରେ ଅବସର ନେବାକୁ ଯୋଜନା କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନାଗପୁର ସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଯିବା ପଛରେ ତାଙ୍କ ଅବସର ଯୋଜନାର ସଂପର୍କ ରହିଛି। 

Advertisment

ସଞ୍ଜୟ କହିଛନ୍ତି ଯେ ଗତ ୧୦-୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେବି ଆରଏସ୍‌ଏସ୍ ମୁଖ୍ୟାଳୟକୁ ଯାଇନଥିଲେ। କିନ୍ତୁ ଏବେ ଯିବା ପଛରେ ତାଙ୍କ ଅବସର ଯୋଜନା ହିଁ ରହିଛି। ସେ ବୋଧହୁଏ ସେପ୍ଟେମ୍ବର ମାସରେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବା ପାଇଁ ଆରଏସଏସ ମୁଖ୍ୟାଳୟକୁ ଯାଇଥିଲେ। ସେ ଆରଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ‘ଟା ଟା, ବାଏ ବାଏ’ କହିବାକୁ ସେଠାକୁ ଯାଇଥିଲେ।

ଏହା ସହିତ ସଞ୍ଜୟ ରାଉତ କହିଛନ୍ତି, ମୁଁ ଭାବୁଛି ଯେ ପୂରା ସଂଘ ପରିବାର ଦେଶରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟ ଶେଷ ହୋଇଗଲା। ସେମାନେ (ଆରଏସଏସ) ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ଏମିତିକି ସେମାନେ ପରବର୍ତ୍ତୀ ବିଜେପି ମୁଖ୍ୟ ମଧ୍ୟ ଚୟନ କରିବାକୁ ଚାହୁଁଛନ୍ତି। 

Advertisment

ଅନ୍ୟପକ୍ଷରେ ସଞ୍ଜୟ ରାଉତଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅନେକ ବର୍ଷ ଧରି ଦେଶର ନେତୃତ୍ୱ ନେବେ। ୨୦୨୯ରେ ଆମେ ପୁଣି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବୁ। ତାଙ୍କ ଉତ୍ତରାଧିକାରୀ ଖୋଜିବାର ଆବଶ୍ୟକତା ନାହିଁ। ସେ (ମୋଦି) ଆମର ନେତା ଓ ସେ ରହିବେ ମଧ୍ୟ। ଆମ ସଂସ୍କୃତିରେ ବାପା ଜୀବିତ ଥିଲେ ତାଙ୍କ ଉତ୍ତରାଧିକାରୀ ବିଷୟରେ ଆଲୋଚନା କରିବା ଅନୁଚିତ। ତାହା ମୋଗଲ ସଂସ୍କୃତି। ଏବେ ସେ (ମୋଦିଙ୍କ ଉତ୍ତରାଧିକାରୀ) ବିଷୟରେ ଆଲୋଚନା କରିବାର ସମୟ ଆସି ନାହିଁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନାଗପୁର ସ୍ଥିତ ଆରଏସଏସ ମୁଖ୍ୟାଳୟକୁ ଯାଇଥିଲେ। ସେ ସେଠାରେ ଆରଏସଏସ ପ୍ରତିଷ୍ଠାତା କେଶବ ବଲିରାମ ହେଡଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆରଏସଏସ ମୁଖ୍ୟାଳୟକୁ ଯିବାରେ ନରେନ୍ଦ୍ର ମୋଦି ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ୨୦୦୦ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଆରଏଏସ ମୁଖ୍ୟାଳୟକୁ ଯାଇଥିଲେ। 

PM Narendra Modi