Advertisment

୩ ପରେ ୧୦ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Jitendra Garnayak
PM Narendra Modi

PM Narendra Modi

ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ସମ୍ବଲପୁର ସ୍ଥିତ ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ କରିବାକୁ ଆସିବେ। ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୂର୍ବରୁ ଏହି ସୂଚନା ମିଳିଥିବା ବେଳେ ଆଜି ସୂଚନା ମିଳିଛି ଯେ ଫେବ୍ରୁଆରୀ ୧୦ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

୧୦ରେ ଭୁବନେଶ୍ୱର ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗଦେବାକୁ ଆସିପାରନ୍ତି ମୋଦି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଛି। ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ।

Advertisment

ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ଷ୍ଟ୍ରାଟେଜି। ସେଥିପାଇଁ ଭୁବନେଶ୍ୱରରେ ଫେବ୍ରୁଆରୀ ୧୦ତାରିଖରେ ବିଜେପି ଆୟୋଜନ କରୁଛି ବିଶାଳ ମହିଳା ସମାବେଶ। ଏଥିରେ ୨୫ ହଜାର ମହିଳା ଏକାଠି ହେବେ। ସମାବେଶରେ ମହିଳା ମାନଙ୍କୁ
ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। 

Bjp PM Narendra Modi