Advertisment

ପ୍ରଧାନମନ୍ତ୍ରୀଙ୍କୁ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ SPG ଟିମ୍

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ SPG ଟିମ୍।

author-image
Tapaswini Nayak
ଅଦ୍ୟତନ ହୋଇଛି
SPG Team

SPG Team

ଆଉ ୨ ଦିନ ପରେ ଅର୍ଥାତ ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନିକ କଳ।    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ  SPG ଟିମ୍  ଓଡ଼ିଶା ଆସିଛନ୍ତି।  ଗତକାଲି  ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।

Advertisment

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ଆଜି SPG ଟିମ୍ ଭେନ୍ୟୁ ସ୍ଥଳ ଜନତା ମଇଦାନ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା କାର୍ଯ୍ୟକ୍ରମ ରହିଛି।

ସେହିପରି ଗତକାଲି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ବୈଠକରେ ଡିଜିପି ଓ ଆଇଜିପିଙ୍କୁ ଆଇନ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜନ ଗହଳିକୁ ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମକୁ ଦେଖିପାରିବେ, ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯିବ। ‌ଏହାସହ ଭିଡ ନିୟନ୍ତ୍ରଣ ପାଇଁ ୫୦ ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Bhubaneswar PMO Spg Team