ଆସନ୍ତା ୧୭ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରର ଜନତା ମଇଦାନରେ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହାସହ ପ୍ରଧାନମନ୍ତ୍ରୀ ଆଉ କିଛି ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ/ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
Also Read
ଗସ୍ତସୂଚୀ ଅନୁଯାୟୀ, ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୧ଟା ୪୦ରେ ସେ ବିମାନବନ୍ଦର ଛାଡ଼ିବେ। ୧୧ଟା ୫୫ରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ/ଉଦ୍ଘାଟନ/ଲୋକାର୍ପଣ କରିବେ।
୧ଟା ୫ ମିନିଟରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରୁ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ। ୧ଟା ୨୫ ମିନିଟରେ ସେ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବୈଜୟନ୍ତ ପଣ୍ଡା ହେଲେ ବିଜେପିର ଦିଲ୍ଲୀ ନିର୍ବାଚନ ଇନ୍ଚାର୍ଜ
ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି।
Politics
ୱାୟନାଡ ଲୋକସଭା ପାଇଁ ୧୩ରେ ହେବ ଭୋଟିଂ, ରାହୁଲ ଛାଡ଼ିବା ପରେ ପଡ଼ିଥିଲା ଖାଲି
ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ୱାୟନାଡରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଢ଼ିବେ।
Politics
ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ଦୁଇଟି ଯାକ ରାଜ୍ୟରେ ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି।
Politics
ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ; ପାଣ୍ଡିଆନ ଥିଲା ଯାଏ ଜିତିବନି ବିଜେଡି
ମୁଁ ବିଜେଡି ଛାଡ଼ିବା ପଛରେ ପାଣ୍ଡିଆନ ଦାୟୀ। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି ବୋଲି କହିଛନ୍ତି ପ୍ରସନ୍ନ।