Advertisment

‘ଓଡ଼ିଶା ହେବ ସୁନାର ଓଡ଼ିଶା, ମହିଳାଙ୍କ ଉନ୍ନତି ହେବ ବିକାଶର ମୂଳମନ୍ତ୍ର’

ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ। ସୁଭଦ୍ରା ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ସୁଭଦ୍ରା ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବଟନ ଚିପି ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଆରମ୍ଭ କରିଛନ୍ତି। ଫଳରେ ରାଜ୍ୟର ବହୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି। ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି। 

Advertisment

 ‘ସୁଭଦ୍ରା’ ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି ।   ‘ସୁଭଦ୍ରା’ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।

ଏହି ଅବସରରେ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭର ସୁଯୋଗ ମିଳିଲା। ଓଡ଼ିଶାର ନୂଆ ସରକାର ଶପଥ ସମାରୋହକୁ ଆସିଥିଲି।

Advertisment
subhadra inagurationପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ସାର୍ଟିଫିକେଟ ପ୍ରଦାନ କରୁଛନ୍ତି।

ପ୍ରଚାର ବେଳେ ଡବଲ ଇଂଜିନ ସରକାର ହେଲେ ବିକାଶ ହେବ ବୋଲି କହିଥିଲି। ଯେଉଁ ସବୁ ସ୍ୱପ୍ନ ମହିଳା, ଆଦିବାସୀ, କୃଷକ,ଯୁବବର୍ଗ ଆଦି ଦେଖିଛନ୍ତି ସେ ସବୁ ସ୍ୱପ୍ନ ପୂରଣ ହେବ। ଆମେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଖୁବ୍‌ ଶୀଘ୍ର ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଟିମ୍‌କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।

ଆଜି ସମଗ୍ର ଦେଶରେ ୩୦ ଲକ୍ଷରୁ ଅଧିକ ପରିବାରକୁ ପକ୍କା ଘର ଦିଆଗଲା। ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି। ଓଡ଼ିଶାର ବିକାଶ ପାଇଁ ହଜାର କୋଟିର ପ୍ରକଳ୍ପ ଓ ଶିଳାନ୍ୟାସ ହୋଇଛି ବୋଲି କହିଛନ୍ତି ମୋଦି।

ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହେବ ଓ ରତ୍ନ ଭଣ୍ଡାର ଖୋଲାହେବ ବୋଲି କହିଥିଲୁ। ତେଣୁ ଓଡ଼ିଶାରେ ସରକାର ଗଠନ ହେଉ ହେଉ ଆମେ ପ୍ରତିଶ୍ରୁତି ପୂରଣ କରିବାକୁ ଲାଗିପଡ଼ିଛୁ। ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହୋଇଥିବା ବେଳେ ରତ୍ନ ଭଣ୍ଡାର ବି ଖୋଲା ଯାଇଛି। ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଛି ବୋଲି କହିଛନ୍ତି ମୋଦି।

guests on diasସଭା ମଞ୍ଚରେ ଉପସ୍ଥିତ ଅତିଥିବୃନ୍ଦ ।

ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୂର ହୋଇରହିଥିବା ବେଳେ ଏଠାରେ କ’ଣ ନାହିଁ ବୋଲି ପଚାରିଛନ୍ତି ମୋଦି। ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି। ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ୩ ଗୁଣ ମିଳୁଛି। ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ। ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ। ମୋଦି ତା ଗ୍ୟାରେଣ୍ଟି ପୂରା କରି ଦେଖାଉଛି କହିଲେ ପ୍ରଧାନମନ୍ତ୍ରୀ।

ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ। ୫ ବର୍ଷରେ ଓଡ଼ିଶାରେ ରେଲ୍‌ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ। ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ। ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ladies in subhadra programme‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନେ।

ଏଥିସହ ସେ କହିଛନ୍ତି, ଆଜି ଏନ୍‌ଡିଏ ସରକାରର ତୃତୀୟ ପାଳିର ଶହେ ଦିନ। ଚାଷୀ, ମହିଳା, ଗରିବଙ୍କ ବିକାଶ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି। ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ଓଡ଼ିଶା ସହ ଅନ୍ୟ ରାଜ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ଯୋଡ଼ାଯିବ। ଜନଜାତୀୟ ବଜେଟରେ ୨ ଗୁଣା ବୃଦ୍ଧି କରାଯାଇଛି।

ବିଗତ ଶହେ ଦିନରେ ସମଗ୍ର ଦେଶରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି। ଚାଷୀମାନଙ୍କ ପାଇଁ ବି ବିଗତ ଶହେ ଦିନରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରପ୍ତାନୀ ଶୁଳ୍କ ହ୍ରାସ କରାଯାଇଛି । ବିଭିନ୍ନ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି।

gatheringଖଚାଖଚ ଜନତା ମଇଦାନ ।

ନିଜ ଜନ୍ମ ଦିନରେ ନିଜ ମା’ଙ୍କୁ ବି ମନେ ପକାଇଛନ୍ତି ମୋଦି। ଗାଡ଼କଣରେ କ୍ଷୀରି ଖାଇବା କଥା ସଭାରେ ଉଲ୍ଲେଖ କରି ମୋଦି କହିଛନ୍ତି, ଏଠାକୁ ଆସିବା ପୂର୍ବରୁ ମୁଁ ଏକ ଆଦିବାସୀ ପରିବାରକୁ ଯାଇଥିଲି। ଆବାସ ଗୃହ ପ୍ରବେଶ କରାଇବାକୁ ସେଠାକୁ ଯାଇଥିଲି। ସେଠାରେ ଆଦିବାସୀ ମା’ ଜଣକ ମୋତେ କ୍ଷୀରି ଖୁଆଇଲେ। ସେଠାରେ କ୍ଷୀରି ଖାଇବା ବେଳେ ମୋ ମା’ କଥା ମନେପଡ଼ିଲା। ମୋ’ ଜନ୍ମ ଦିନରେ ସବୁ ବର୍ଷ ମୁଁ ମା’ଙ୍କ ନିକଟକୁ ଯାଇଥାଏ ଓ ସେ ମୋତେ ଗୁଡ଼ ଖୋଇ ଦେଇଥାନ୍ତି। କିନ୍ତୁ ଏବେ ଆଉ ମୋ’ ମା’ ନାହାନ୍ତି। ହେଲେ ଆଜି ଜଣେ ଆଦିବାସୀ ମା’ ମୋତେ କ୍ଷୀରି ଖୁଆଇଛନ୍ତି।

Bhubaneswar PM Modi Subhadra Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe