Advertisment

ହାପି ବର୍ଥ ଡେ' ପିଏମ୍ ମୋଦି

୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି।

Representative Image

Representative Image

Advertisment

୭୩ ବର୍ଷରେ ପାଦ ଥାପିଲେ ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସବୁଠୁ ନେତା ଓ ଜନତା ଜଣାଉଛନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Advertisment

୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ ପୂରା ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କ ପିଲା ଦିନ ବେଶ୍ ସଙ୍ଘର୍ଷପୂର୍ଣ୍ଣ ଥିଲା। ପ୍ରାରମ୍ଭରେ ସେ ଷ୍ଟେସନରେ ଚା' ବିକ୍ରି କରି ବାପାଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। କିନ୍ତୁ ନିଷ୍ଠା ଓ ଲୋକସେବା ତାଙ୍କୁ ଆଜି ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇପାରିଛି।

ସେ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରତିପାଦନ କରିପାରିଛନ୍ତି। ପ୍ରତ୍ୟେକ ପରିସ୍ଥିତିକୁ ମୁକାବିଲା କରିବା, କଠୋର ନିଷ୍ପତ୍ତି ନେବା, ଘଣ୍ଟା ଘଣ୍ଟା ଧରି ସାଧାରଣ ସଭାଠୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଭିଭାଷଣ ରଖିବା ଓ ବିରୋଧୀଙ୍କୁ ଏକ ନିଜସ୍ୱ ଶୈଳୀରେ ମାତ୍ ଦେବା ତାଙ୍କୁ ଅନ୍ୟ ନେତାମାନଙ୍କଠାରୁ ଭିନ୍ନ କରିପାରିଛି। ତାଙ୍କର ଏସବୁ ଶୈଳୀ ତାଙ୍କୁ ଆଜି ବିଶ୍ୱର ଲୋକପ୍ରିମ ପ୍ରଧାନମନ୍ତ୍ରୀ କରିପାରିଛି।

Advertisment

ଜଣେ ସାଧାରଣ ଚା' ବିକାଳୀରୁ ପ୍ରଧାନମନ୍ତ୍ରୀ ହେବାର ତାଙ୍କର ଏହି ଯାତ୍ରା ବେଶ୍ ସଙ୍ଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ ମଧ୍ୟ। ପ୍ରଥମେ ଆରଏସଏସରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ସାଧାରଣ ନେତା, ଗୁଜରାଟ ମୁଖ୍ୟମନ୍ତ୍ରୀ ଆଉ ବର୍ତ୍ତମାନର ପ୍ରଧାନମନ୍ତ୍ରୀ। ସେ ୨୦୦୧ରୁ ୨୦୧୪ ଯାଏଁ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୧୪ରୁ ଆଜି ଯାଏଁ ଦେଶର ପ୍ରଧାନମନ୍ତ୍ରୀ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ସାରା ବିଶ୍ୱ ସମ୍ମୁଖରେ ନିଜର ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଛନ୍ତି। ଜଣେ ଅଣକଂଗ୍ରେସ ନେତା ଭାବେ ଦୀର୍ଘ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବାରେ ସେ ଦେଶର ପ୍ରଥମ। 

PM Modi Birthday Happy Birthday PM Modi Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe