Advertisment

'ପ୍ରତିଟି ସ୍ୱର ମୂଲ୍ୟବାନ...' ସମସ୍ତଙ୍କୁ ଭୋଟ୍ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ଯୁବକ ଏବଂ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରମାନେ ଅଧିକ ସଂଖ୍ୟାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ...

author-image
Debibandita Barick
PM Modi

PM Modi

ଆଜି ଗଣତନ୍ତ୍ରର ବଡପର୍ବ ଲୋକସଭା ନିର୍ବାଚନ ପଇଁ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତଦାତାଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ବିଶେଷ କରି ଯୁବକ ଏବଂ ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରମାନେ ଅଧିକ ସଂଖ୍ୟାରେ ସାମିଲ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। 

Advertisment

ଏନେଇ ଏକ ଏକ୍ସ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ ଇଂରାଜୀ,  ହିନ୍ଦୀ, ତାମିଲ, ମରାଠୀ, ବଙ୍ଗାଳୀ ଏବଂ ଆସାମ ଭାଷାରେ ପୋଷ୍ଟ କରି କହିଛନ୍ତି, 'ନିର୍ବାଚନରେ ପ୍ରତ୍ୟେକ ଭୋଟ୍ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ। ସମସ୍ତେ ଏହି ମହାନ ପର୍ବରେ ସାମିଲ ହୁଅନ୍ତୁ।'

ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ନିଜ ନିଜର ବୁଥରେ ଭୋଟ୍ ଦେଉଛନ୍ତି ଭୋଟର୍। ଲୋକସଭା ନିର୍ବାଚନ ସହ  ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। 

Advertisment

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ୧୬ କୋଟି ୬୩ ଲକ୍ଷ ଭୋଟର୍ ମତଦାନ କରିବେ। ଏଥର ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ସମସ୍ତ ଲୋକସଭା ଏବଂ ବିଧାନସଭା ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ। 

PM Modi Election Voting Lok Sabha Poll 2024