Advertisment

ନ୍ୟାୟପାଳିକା ଉପରେ କିଏ ପକାଉଛି ଚାପ ? ଓକିଲଙ୍କ ଚିଠି ପରେ ମୋଦି ବନାମ କଂଗ୍ରେସ କଳି ତେଜିଲା

୬୦୦ ଓକିଲଙ୍କ ଏପରି ଚିଠି ପରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କଂଗ୍ରେସ ମଧ୍ୟ ଏହାର ଜବାବ ଦେଇଛି।

author-image
Hemant Lenka
PM Modi

PM Modi

ଦେଶର ପ୍ରାୟ ୬୦୦ ବରିଷ୍ଠ ଓକିଲ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନ୍ୟାୟପାଳିକା ଉପରେ ଚାପ ପକାଇଛନ୍ତି, ସେମାନେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ଓ ଦେଶର କୋର୍ଟଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି।

Advertisment

ବିଶେଷ କରି ଅତିରଞ୍ଜିତ ଯୁକ୍ତି ଓ ରାଜନୀତିକ ଏଜେଣ୍ଡାକୁ କାର୍ଯ୍ୟକାରୀ କରି ସେମାନେ ଏପରି କରୁଛନ୍ତି। ବିଶେଷ କରି ଦୁର୍ନୀତି ଅଭିଯୋଗରେ ମାମଲାରେ ଫସୁଥିବା ରାଜନେତାଙ୍କ କ୍ଷେତ୍ରରେ ନ୍ୟାୟପାଳିକାଙ୍କୁ ପ୍ରଭାବିତ କରିବା ପାଇଁ ପ୍ରଭାବିତ କରୁଛନ୍ତି।

୬୦୦ ଓକିଲଙ୍କ ଏପରି ଚିଠି ପରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କଂଗ୍ରେସ ମଧ୍ୟ ଏହାର ଜବାବ ଦେଇଛି।

Advertisment

ମୋଦି ନିଜ ଏକ୍ସ ଆକାଉଣ୍ଟରେ କହିଛନ୍ତି, ଅନ୍ୟକୁ ଧମକାଇବା ଓ ଡରାଇବା କଂଗ୍ରେସର ସଂସ୍କୃତି। ୫ ଦଶନ୍ଧି ତେଳେ ସେମାନେ ନିଜେ ପ୍ରତିବଦ୍ଧ ନ୍ୟାୟପାଳିକା ପାଇଁ ଆହ୍ୱାନ ଦେଇଥିଲେ। ସେମାନେ ଅତ୍ୟନ୍ତ ଲଜ୍ଜାଜନ ଭାବେ ନିଜର ସ୍ୱାର୍ଥପର ଫାଇଦା ପାଇଁ ଅନ୍ୟମାନଙ୍କ ପ୍ରତିବଦ୍ଧ ଚାହୁଁଥିଲେ।

କିନ୍ତୁ କଂଗ୍ରେସ ପାର୍ଟି ଦେଶ ପ୍ରତି କିଛି ବି ପ୍ରତିବଦ୍ଧତା ପାଳନ କରିନାହିଁ। ଏବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ। ୧୪୦ କୋଟି ଭାରତୀୟ ସେମାନଙ୍କୁ ଅଗ୍ରାହ୍ୟ କରିଛନ୍ତି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନକୁ କଂଗ୍ରେସ ପକ୍ଷରୁ ଜୟରାମ ରମେଶ କାଉଣ୍ଟର କରିଛନ୍ତି। ନ୍ୟାୟପାଳିକାକୁ ସୁରକ୍ଷା ଦେବା ନାଁରେ ପ୍ରଧାନମନ୍ତ୍ରୀ ଏହା ଉପରେ ଆକ୍ରମଣ କରି ଚାଲିଛନ୍ତି। ଏହା ଦୋମୁହାଁ ନୀତିର ପରିଚୟ ବୋଲି ରମେଶ କହିଛନ୍ତି।

ସୁପ୍ରିମକୋର୍ଟ ନିକଟରେ ଏକାଧିକ ରାୟ ଜରିଆରେ ତାଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି। ନିର୍ବାଚନୀ ବଣ୍ଡ ଏହାର ଉଦାହରଣ। ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ କହିଛନ୍ତି। ସେମାନେ କମ୍ପାନୀ ଗୁଡ଼ିକୁ ଡରାଇ ଓ ଧମକାଇବ ବିଜେପିକୁ ଚାନ୍ଦା ଦେବାକୁ ବାଧ୍ୟ କରୁଥିଲେ ବୋଲି ଏବେ କୌଣସି ସନ୍ଦେହ ନାହିଁ ବୋଲି ରମେଶ ଅଭିଯୋଗ କରିଛନ୍ତି।

PM Modi Jairam Ramesh