ନବୀନ ସରକାରକୁ ଉପାଡ଼ି ଫିଙ୍ଗ; ଅମିତ୍ ଶାହ

  • Published: Friday, 26 April 2024
  • , Updated: 26 April 2024, 11:39 AM IST

ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଏ ସରକାର ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତିରେ ଲିପ୍ତ ବୋଲି କହିଛନ୍ତି । ଖୋଲାଖୋଲି ଖଣି ଲୁଟ୍ ଚାଲିଛି । ଦେଶର ସବୁଠୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ, ମାତ୍ର ସବୁଠୁ ବେଶୀ ଦାରିଦ୍ର‌୍ୟ ବି ଓଡ଼ିଶାରେ । ୨୦ବର୍ଷ ତଳେ ଓଡ଼ିଶାର ବିକାଶ ଯାହା ଥିଲା,ଏବେବି ସେୟା ରହିଛି । ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । ବିଜେପିକୁ ମାତ୍ର ୫ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ।

Related story