Advertisment

ଲାଲୁଙ୍କ ପୂର୍ବାନୁମାନ: ୨୦୨୪ ନିର୍ବାଚନ ହାରିବା ପରେ ମୋଦି ବିଦେଶ ପଳାଇବେ

ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି।

Lalu

Lalu

Advertisment

ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପୂର୍ବାନୁମାନ କରିଛନ୍ତି। ସେ ଦାବି କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜର ପରାଜୟକୁ ନେଇ ଚିନ୍ତାରେ ଅଛନ୍ତି। ଏଥିସହ ସେ ବିଦେଶର କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ବୋଲି ଲାଲୁ କହିଛନ୍ତି।

Advertisment

କିଛି ଦିନ ତଳେ ବିରୋଧୀଙ୍କୁ ସମାଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ‘ଭାରତ ଛାଡ଼’ ଶବ୍ଦର ବ୍ୟବହାର କରିଥିଲେ। ଏଥିସହ ବିରୋଧୀ ନୂଆ କରି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଦୁର୍ନୀତିଗ୍ରସ୍ତ, ବଂଶବାଦ ଓ ଧ୍ରୁବୀକରଣ ରାଜନୀତିର ଅଂଶବିଶେଷ ବୋଲି କହି ସମାଲୋଚନା କରିଥିଲେ।

ଏହାର ଜବାବରେ ଲାଲୁ କହିଛନ୍ତି, “ମୋଦି ହିଁ ଦେଶ ଛାଡ଼ିବାକୁ ଯୋଜନା କରୁଛନ୍ତି। ଖାସ ଏହି କାରଣ ପାଇଁ ସେ ଗୋଟିଏ ପରେ ଗୋଟିଏ ଦେଶକୁ ବୁଲିବାକୁ ଯାଉଛନ୍ତି।

Advertisment

ସେ ଏମିତି ଏକ ସ୍ଥାନ ଖୋଜୁଛନ୍ତି ଯେଉଁଠାରେ ସେ ସୁରକ୍ଷିତ ଭାବେ ମଉଜ କରିବା ସହ ନିଜର ପିଜା, ମୋମୋ ଓ ଚାୱମିନକୁ ଉପଭୋଗ କରିପାରିବେ।” ତାଙ୍କର ଏପରି କଥା ଶୁଣି ଉପସ୍ଥିତ ଥିବା ଲୋକମାନେ ହସି ହସି ବେଦମ ହୋଇଯାଇଥିଲେ।

RJD Lalu Prasad Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe