Advertisment

ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ବିଶାଳ ଜନସମାବେଶ

ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି।

author-image
Niharika Rout
PM Modi

PM Modi

ଗତ ରାତିରେ ଓଡ଼ିଶାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ । ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି।

Advertisment

ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୋଦି। ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ SPG ସହ ୩୦ ପ୍ଲାଟୁନ୍ ଫୋର୍ସ, ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ କରାଯାଇଛି। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଜନସଭାରେ ଯୋଗଦେବେ।

ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ଭିତରେ ସିଧା ରାଜଭବନକୁ ଯାଇଥିଲେ। ଆଉ ସେଠାରେ ରାତ୍ରି ଯାପନ କରିଥିଲେ ପ୍ରଧାନମନ୍ତ୍ରୀ। ବିମାନ ବନ୍ଦର ଭିତରେ ଓ ବାହାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ବିଜେପି ନେତା ଓ କର୍ମୀ।

Advertisment

ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ବିମାନ ବନ୍ଦର ବାହାର ଜନସମୁଦ୍ରରେ ପରିଣତ ହୋଇ ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ହଜାର ହଜାର ଲୋକେ ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷା କରି ରହିଥିଲେ। ମୋଦି ପହଞ୍ଚିବା ପରେ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଗାଡ଼ିରେ ବସି ଲୋକଙ୍କୁ ହାତ ହଲାଇ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ।

ମୋଦିଙ୍କ ପ୍ରଚାରର ଦିନକ ପରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ରାୟଗଡାରେ ଆୟୋଜିତ ହେବାକୁ ଥିବା ବିରାଟ ସାଧାରଣ ସଭାରେ ଯୋଗଦେବେ। ପରେ ଆସନ୍ତା ୧୦ ତାରିଖରେ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ରୋଡ଼ ଶୋ’ରେ ଯୋଗଦେବେ। ମେ’ ୧୧ରେ ମୋଦି ବଲାଙ୍ଗିର ଯାଇ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀଙ୍କ ପରେ ୧୨ ତାରିଖରେ ପୁଣି ଆସିବେ ଅମିତ ଶାହ। ଏହା ପୂର୍ବରୁ ଆଜି ବିଜେପି ରାଜ୍ୟ ସଭାପତି ଜେପି ନଡ୍ଡା ଭୁବନେଶ୍ୱରରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ କରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କଟକରେ ବଡ଼ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

State Bjp PM Modi