Advertisment

କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା, କହିଲେ ଏମିତି କଥା

ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସିଧାସଳଖ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ବିଳମ୍ବିତ କରୁଥିବା ଓ ପ୍ରଭାବୀ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି।

Advertisment

ଗୁଡ ଗଭର୍ନାନ୍ସ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ‌ଅଭିଯୋଗ କରିଛନ୍ତି ଯେ ଦେଶର ସର୍ବପୁରାତନ ରାଜନୀତିକ ଦଳ ଜଳ ସଂରକ୍ଷଣ କାମକୁ ଅଣଦେଖା କରିଥିଲା ଓ ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୋଇଥିଲା। ବିଶେଷ କରି ବୁନ୍ଦେଲଖଣ୍ଡର ଚାଷୀ ଏହା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।

ମୋଦି ଦାବି କରିଛନ୍ତି ଯେ ବାବା ସାହେବ ଆମ୍ବେଦକର ଭାରତର ଜଳ ସଂରକ୍ଷଣ ନୀତିକୁ ଉପଯୁକ୍ତ ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ନିୟମିତ ଭାବେ ତାଙ୍କ ଅବଦାନକୁ ଅଣଦେଖା କରି ଆସୁଥିଲା। ସ୍ୱାଧୀନତା ପରେ ବାବା ସାହେବଙ୍କ ଦୂରଦୃଷ୍ଟି ଭାରତ ଜଳ ଉତ୍ସ ଓ ସଂରକ୍ଷଣ ଉଦ୍ୟମକୁ ଆଗକୁ ନେଇଥିଲା। ଏବେ ବି କେନ୍ଦ୍ରୀୟ ଜଳ କମିଶନ ରହିଛି। ଏହା ପଛରେ ବାବା ସାହେବଙ୍କ ଭୂମିକା ରହିଛି। କିନ୍ତୁ କଂଗ୍ରେସ କେବେ ହେଲେ ଏଥିପାଇଁ ତାଙ୍କୁ ଶ୍ରେୟ ଦେଇନାହିଁ ବୋଲି ମୋଦି କହିଛନ୍ତି।

Advertisment

ମୋଦି ଆହୁରି କହିଛନ୍ତି, “କଂଗ୍ରେସର ବିଶ୍ୱାସ ଗଭର୍ନାନ୍ସ ହେଉଛି ସେମାନଙ୍କର ଜନ୍ମଗତ ଅଧିକାର। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ସେମାନେ ବିଫଳ। ଲୋକଙ୍କୁ କୌଣସି ଫାଇଦା ନ ଦେଇ ସେମାନେ କେବଳ ଯୋଜନା ଘୋଷଣା କରିବାରେ ବେଶ ମାହିର।

ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାର ଭିତ୍ତିପ୍ରସ୍ତର ପ୍ରତିଷ୍ଠା ପରେ ମଧ୍ୟ ବିଭିନ୍ନ ପ୍ରକଳ୍ପକୁ ୩୫ରୁ ୪୦ ବର୍ଷ ବିଳମ୍ବ କରୁଥିଲା। ଗଭର୍ନାନ୍ସ ଓ କଂଗ୍ରେସ ଏକାଠି ଯାଇ ପାରିବେ ନାହିଁ।”

ବିଜେପିର କାର୍ଯ୍ୟକ୍ରମଗୁଡ଼ିକୁ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନା ଓ ମଧ୍ୟପ୍ରଦେଶର ଲାଡଲୀ ବେହନା ଯୋଜନା କଥା କହିଛନ୍ତି। ଏହି ଦୁଇ ଯୋଜନା ଦ୍ୱାରା ଚାଷୀ ଓ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ମୋଦି କହିଛନ୍ତି।

Congress PM Modi