Advertisment

'କଂଗ୍ରେସ ଯବାନଙ୍କ ହାତ ବାନ୍ଧି ରଖିଥିଲା, ଆମେ ମୁକ୍ତହସ୍ତ କରିଦେଇଛୁ'

ମଧ୍ୟପ୍ରଦେଶର ମୁରେନା ସଂସଦୀୟ କ୍ଷେତ୍ରରେ ପ୍ରଚାର ସମୟରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

PM Modi

PM Modi

Advertisment

ନିର୍ବାଚନ ରାଲିରେ ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ପାଇଁ ଦେଶ ଛଡା ଆଉ କିଛି ବଡ ନୁହେଁ, କିନ୍ତୁ କଂଗ୍ରେସ ପାଇଁ ପରିବାର ହିଁ ସବୁକିଛି ବୋଲି ମୋଦି କହିଛନ୍ତି। ମଧ୍ୟପ୍ରଦେଶର ମୁରେନା ସଂସଦୀୟ କ୍ଷେତ୍ରରେ ପ୍ରଚାର ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସେ କହିଛନ୍ତି, କଂଗ୍ରେସର ନୀତି ହେଉଛି ଯିଏ ଦେଶ ପାଇଁ ସବୁଠୁ ଅଧିକ ଯୋଗଦାନ କରିବ, ଅଧିକ ପରିଶ୍ରମ କରିବ, ଦେଶ ପାଇଁ ସମର୍ପିତ ରହିବ ତାକୁ ସମସ୍ତଙ୍କ ପଛରେ ରଖିବା। ଏହି କାରଣରୁ କଂଗ୍ରେସ ବର୍ଷ ବର୍ଷ ଧରି 'ୱାନ୍ ରାଙ୍କ ୱାନ୍ ପେନସନ' ଭଳି ସେନା କର୍ମଚାରୀଙ୍କ ଅବଶ୍ୟକତାକୁ ପୂରଣ କରିବାକୁ ଦେଇନଥିଲା।

ବିଜେପି ସରକାର ଗଠନ ହେବା ମାତ୍ରେ 'ୱାନ ରାଙ୍କ ୱାନ ପେନସନ' କାର୍ଯ୍ୟକାରୀ କରିଥିଲା। ସୀମାରେ ନିୟୋଜିତ ସୈନା କର୍ମଚାରୀଙ୍କ ସୁବିଧା ପାଇଁ ଆମେ ଚିନ୍ତିତ। କଂଗ୍ରେସ ଯେଉଁ ସୈନିକମାନଙ୍କ ହାତ ବାନ୍ଧି ରଖିଥିଲା, ଆମେ ତାଙ୍କୁ ମୁକ୍ତହସ୍ତ କରିଦେଉଛି। ଗୋଟିଏ ଗୁଳିମାଡ଼ର ଜବାବରେ ୧୦ ହେବା ଉଚିତ୍ ବୋଲି ଆମ ବିଚାର। 

Advertisment

ସେ ଆହୁରି କହିଛନ୍ତି, କଂଗ୍ରେସ ବିକାଶ ବିରୋଧୀ ବଡ ସମସ୍ୟା। କର୍ଣ୍ଣାଟକରେ କଂଗ୍ରେସ ବେଆଇନ ଭାବେ ମୁସଲମାନମାନଙ୍କୁ ଓବିସି କରାଇଛି। ରାତାରାତି ମୁସଲମାନମାନଙ୍କୁ ଏକ କାଗଜରେ ଦସ୍ତଖତ କରାଇ ସମସ୍ତଙ୍କୁ ଓବିସି ଘୋଷଣା କରିଛି କଂଗ୍ରେସ। ପୂର୍ବରୁ ଓବିସି ଲୋକମାନେ ଶିକ୍ଷା ଏବଂ ସରକାରୀ ଚାକିରିରେ ସଂରକ୍ଷଣ ପାଉଥିଲେ। କିନ୍ତୁ କଂଗ୍ରେସ ଏଥିରେ ମୁସଲମାନଙ୍କୁ ଯୋଡ଼ି ସଂଖ୍ୟା ବୃଦ୍ଧି କରାଇଛି। ଧର୍ମ ଆଧାରରେ ସଂରକ୍ଷଣ ହେବା ଉଚିତ୍ ନୁହେଁ। 

Election Rally Lok Sabha Polls PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe