Advertisment

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି: ମୋଦି

ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ ରଖିଛନ୍ତି ମୋଦି। ସେ କହିଛନ୍ତି, ଆମେ ଦୁଇଟି ଅଲଗା ଦଳ। ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ଲଢ଼େଇ ଜାରି ରହଛି। କାରଣ ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି।

ଅଦ୍ୟତନ ହୋଇଛି
Modi

Modi

Advertisment

ଓଡ଼ିଶାରେ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ଆସିବାକୁ ଯାଉଛି। ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ଭୁବନେଶ୍ୱରରେ ଆୟୋଜିତ ରୋଡ୍‌ ଶୋ’ ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି।

Advertisment

ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ ରଖିଛନ୍ତି ମୋଦି। ସେ କହିଛନ୍ତି, ଆମେ ଦୁଇଟି ଅଲଗା ଦଳ। ସଂସଦରେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ମିଳିଛି। ବିଧାନସଭାରେ ଆମର ଲଢ଼େଇ ଜାରି ରହିଛି। କାରଣ ଓଡ଼ିଆ ଅସ୍ମିତା ଏଠାରେ ବିପଦରେ ପଡ଼ିଛି। ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ଆମେ ପ୍ରତିବଦ୍ଧ ବୋଲି ମୋଦି କହିଛନ୍ତି।

ରୋଡ୍‌ ଶୋ’ ପରେ ମୋଦି Xରେ ଲେଖିଛନ୍ତି, ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଚମତ୍କାର ସଡ଼କ ଶୋଭାଯାତ୍ରାରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିବା ଅତ୍ୟନ୍ତ ଆନନ୍ଦର ବିଷୟ। ଓଡ଼ିଶାର ଏକ ପ୍ରମୁଖ ପର୍ବ ଅକ୍ଷୟ ତୃତୀୟା ଏହାକୁ ଆହୁରି ସ୍ୱତନ୍ତ୍ର କରିଛି। ଆମ ସରକାର ଓଡ଼ିଶା ଓ ଓଡ଼ିଆ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବ। ଗତ ଏକ ଦଶନ୍ଧି ମଧ୍ୟରେ ଆମ ସରକାର ଭୁବନେଶ୍ୱରବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାର ସୁଯୋଗ ପାଇଛି। ବିଭିନ୍ନ ସଡ଼କ ପ୍ରକଳ୍ପ ସମେତ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ କରିବା ଦ୍ୱାରା ଯୋଗାଯୋଗରେ ଉନ୍ନତି ଆସିଛି। ବିଭିନ୍ନ ରାଜପଥ ପ୍ରକଳ୍ପ କାମ ଜାରି ରହିଛି, ଯାହା ପଶ୍ଚିମ ଓ ପୂର୍ବ ଓଡ଼ିଶା ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ବୋଲି ମୋଦି Xରେ ଲେଖିଛନ୍ତି।

Advertisment

ମୋଦି Xରେ ଆହୁରି ଲେଖିଛନ୍ତି, ଆମ ସରକାର ଓଡ଼ିଶା ଓ ଭୁବନେଶ୍ୱରରେ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ଆମ କାର୍ଯ୍ୟକାଳରେ ହିଁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିଲା। ଆଇଆଇଟି-ଭୁବନେଶ୍ୱରକୁ ମଧ୍ୟ ଏହାର ନିଜସ୍ୱ କ୍ୟାମ୍ପସ ମିଳିଛି, ଯାହା ଦ୍ୱାରା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ଏବଂ ନବସୃଜନର କେନ୍ଦ୍ରସ୍ଥଳୀରେ ପରିଣତ ହେବ ବୋଲି ମୋଦି Xରେ ଲେଖିଛନ୍ତି।

ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ୍‌ ଶୋ’ ସାରି ରାଜଭବନରେ ପହଞ୍ଚିଛନ୍ତି। ରାତିରେ ସେଠାରେ ରହିବେ। ଆସନ୍ତାକାଲି ସକାଳେ ସେ ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ଆୟୋଜିତ ଜନ ସମାବେଶରେ ଯୋଗଦେବା ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶନିବାର ସକାଳ ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ଫୁଲବାଣୀ ଯିବେ। ସେଠାରେ ସାଢ଼େ ୧୦ଟାରେ ପହଞ୍ଚି କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେଠାରୁ ଜନସଭା ସାରି ମୋଦି ହେଲିକପଟରରେ ବଲାଙ୍ଗିର ଅଭିମୁଖେ ଯିବେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗଦେବେ।

ବଲାଙ୍ଗିର ସମାବେଶ ପରେ ମୋଦି ବରଗଡ଼ ଅଭିମୁଖେ ଯିବେ। ବିକାଶ ଗ୍ରାଉଣ୍ଡରେ ମୋଦି ଅବତରଣ ପରେ ସାଢ଼େ ଗୋଟାଏରେ ହେବାକୁ ଥିବା ଜନସମାବେଶକୁ ସମ୍ବୋଧିତ କରିବେ। ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।

ସୂଚନାରୁ ପ୍ରକାଶ, ଆଜି ରାତି ପ୍ରାୟ ୮ଟା ବେଳେ ମୋଦି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା’ପରେ କଡ଼ା ସୁରକ୍ଷା ମଧ୍ୟରେ ମୋଦି ରାଜ୍ୟ ବିଜେପି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳେ ରାମ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ ମୋଦି। ତା’ପରେ ବିରାଟ ରୋଡ୍‌ ଶୋ’ରେ ବାହାରିଥିଲେ ମୋଦି। ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ଅଭିବାଦନକୁ ଗ୍ରହଣ କରିଥିଲେ। ସାଥୀରେ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ।

ମୋଦିଙ୍କ ରୋଡ୍‌ ଶୋ’ ରାମ ମନ୍ଦିରରୁ ବାଣୀବିହାର ଛକରେ ପହଞ୍ଚିଥିଲା। ତା’ପରେ ମୋଦି କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଅଭିମୁଖେ ଯାଇଥିଲେ। ସେଠାରେ ଆଜି ରାତିରେ ବିଶ୍ରାମ ନେବେ। ଆସନ୍ତା କାଲି ଓଡ଼ିଶାରେ ହେବାକୁ ଥିବା ୩ଟି ଜନସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Bhubaneswar Bjp Bhubaneswar News Narendra Modi Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe