Advertisment

ପରାଜୟର ରାଗ ସଂସଦରେ ବାହାର କର ନାହିଁ: ମୋଦି

ବିରୋଧୀଙ୍କୁ କଟାକ୍ଷ କରି ଏଭଳି କିଛି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi

PM Modi

Advertisment

'ପରାଜୟର ରାଗ ସଂସଦରେ ପ୍ରକାଶ କରନାହିଁ। ସଂସଦକୁ ସକରାତ୍ମକ ମନଭାବନା ନେଇ ଆସନ୍ତୁ। ଗଣତନ୍ତ୍ରର ମନ୍ଦିରକୁ ରାଜନୀତିର ପ୍ଲାଟଫର୍ମରେ ପରିଣତ କରନ୍ତୁ ନାହିଁ।' ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ କଟାକ୍ଷ କରି ଏଭଳି କିଛି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ହେଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ ସେ କହିଛନ୍ତି, ଦେଶରେ ଥଣ୍ଡା ଧୀରେ ଧୀରେ ବୃଦ୍ଧି ପାଉଛି, କିନ୍ତୁ ରାଜନୈତିକ ଉଷ୍ଣତା ଦ୍ରୁତ ଗତିରେ ବଢ଼ୁଛି। ଚାରୋଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଉତ୍ସାହଜନକ। ଏହି ଫଳାଫଳ ଦେଶର ଭବିଷ୍ୟତକୁ ନିଶ୍ଚିତ କରିବ। ସକରାତ୍ମକ ଚିନ୍ତାଧାରା ନେଇ ସଂସଦକୁ ଆସିବାକୁ ମୁଁ ସମସ୍ତ ସାଂସଦଙ୍କୁ ନିବେଦନ କରୁଛି। ଗଣତନ୍ତ୍ରର ମନ୍ଦିରକୁ ଏକ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ। ଦେଶକୁ ସକରାତ୍ମକତାର ବାର୍ତ୍ତା ଦିଅନ୍ତୁ ବୋଲି ମୋଦି ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି କହିଛନ୍ତି।

ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ଆଧାର କରି ମୋଦି କହିଛନ୍ତି, ବିରୋଧୀ ଦଳରେ ବସିଥିବା ସଦସ୍ୟମାନଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ। ଏ ଅଧିବେଶନରେ ପରାଜୟର କ୍ରୋଧ ଉଦ୍‌ଗାରିବା ବଦଳରେ ସକାରାତ୍ମତା ଚିନ୍ତାଧାରାରେ ଅଗ୍ରସର ହୁଅନ୍ତୁ। ପରାଜୟରୁ ଶିକ୍ଷା ଲାଭ କରନ୍ତୁ ଓ ଗତ ୯ ବର୍ଷର ନକାରାତ୍ମକ ଭାବ ପରିହାର କରନ୍ତୁ। ଦେଶବାସୀ ଆପଣମାନଙ୍କ ପ୍ରତି ସେମାନଙ୍କର ମନୋଭାବ ପରିବର୍ତ୍ତନ କରିବେ।

Advertisment

ଦେଶ ପ୍ରତି ସକାରାତ୍ମକ ବାର୍ତ୍ତା ଦେଲେ ଆପଣମାନଙ୍କ ପାଇଁ ବି ହିତକର ହେବ। ଆପଣମାନଙ୍କର ଭାବମୂର୍ତ୍ତି ଘୃଣ୍ୟ ଓ ନକରାତ୍ମକ ହେବା ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ନୁହେଁ। ଗଣତନ୍ତ୍ର ଲାଗି ବିରୋଧୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ, ସେମାନଙ୍କର ସମପରିମାଣର ସାମର୍ଥ୍ୟ ରହିବା ଉଚିତ ବୋଲି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପର୍ବରୁ କହିଛନ୍ତି ମୋଦି। 

PM Modi Winter Session Of Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe