Advertisment

ବିରଳ ମୁହୂର୍ତ୍ତ! ହାତ ମିଳାଇରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି

ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ ହ୍ୟାଣ୍ଡ୍ସ ସେକ୍ କରିଥିବା ଦେଖିବାକୁ ମିଳିଛି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi & Rahul Gandhi

PM Modi & Rahul Gandhi

ସଂସଦରେ ହାତ ମିଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଅଷ୍ଟାଦଶ ଲୋକସଭାର ନବ ନିର୍ବାଚିତ ବାଚସ୍ପତି ଓମ୍ ବିର୍ଲାଙ୍କୁ ସ୍ୱାଗତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧି ଉଭୟଙ୍କୁ ହ୍ୟାଣ୍ଡ୍ସ ସେକ୍ କରିଥିବା ଦେଖିବାକୁ ମିଳିଛି। 

Advertisment

ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ସେପଟେ ରାହୁଲ ଗାନ୍ଧି ବିରୋଧୀ ମେଣ୍ଟ ଦଳର ନେତା ହେବାକୁ ଯାଉଛନ୍ତି। ମଙ୍ଗଳବାର ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକ ପରେ ଏନେଇ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଅବଗତ କରାଯାଇଥିବା କଂଗ୍ରେସ ସାଂସଦ କେସି ବେଣୁଗୋପାଳ କହିଛନ୍ତି। ଏପରି ହେଲେ ସେ ଗାନ୍ଧି ପରିବାରର ତୃତୀୟ ସଦସ୍ୟ ହେବେ।

Advertisment

୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ତାଙ୍କ ମାଆ ତଥା କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି ବିରୋଧୀ ଦଳ ନେତା ରହିଥିଲ ଏବଂ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ତାଙ୍କ ବାପା ରାଜୀବ ଗାନ୍ଧି ଏହି ଦାୟିତ୍ୱ ତୁଲାଇଥିଲେ।

ପ୍ରକାଶଥାଉକି, ତିନି ଥରର ବିଜେପି ସାଂସଦ ଓମ୍ ବିର୍ଲା ଆଜି ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଭଏସ୍ ଭୋଟ୍ ମାଧ୍ୟମରେ ସେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହୋଇଛନ୍ତି। 

Narendra Modi PM Modi Rahul Gandhi Lok Sabha Speaker Om Birla Lok Sabha