Advertisment

ବିରୋଧୀଙ୍କ ମିଳିତ ମଞ୍ଚକୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ, ଇଂରେଜ ବି ଇଷ୍ଟ ଇଣ୍ଡିଆ ନାମ ନେଇ ଆସିଥିଲେ

ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କ ମେଣ୍ଟ I.N.D.I.A ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡ଼ା ସମାଲୋଚନା। ସେ କହିଛନ୍ତି ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ଯେଉଁପରି I.N.D.I.A ଠିକ୍ ସେହିପରି।

author-image
Debibandita Barick
ଅଦ୍ୟତନ ହୋଇଛି
Modi On Opposition Alliance

Modi On Opposition Alliance

ସଂସଦର ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟାକ୍ଷ। ମଙ୍ଗଳବାର(ଜୁଲାଇ ୨୫) ବିରୋଧୀ ଦଳର ମିଳିତ ମଞ୍ଚ I.N.D.I.Aକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଉଭୟ ନାମରେ ଇଣ୍ଡିଆ ବ୍ୟବହାର କରାଯାଇଛି। ବ୍ରିଟିଶମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ଏବଂ ସେମାନଙ୍କ ପରି ବିରୋଧୀମାନେ I.N.D.I.A ମିଳିତ ମଞ୍ଚ ଗଠନ କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବ୍ରିଟିଶମାନେ ଆସି ନିଜକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନାମରେ ନାମିତ କରିଥିଲେ, ସେହିଭଳି ବିରୋଧୀ I.N.D.I.A ନାମରେ ନିଜକୁ ଉପସ୍ଥାପନ କରୁଛନ୍ତି। ଆଜି ସକାଳେ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇ ମଣିପୁର ଘଟଣାକୁ ନେଇ ସଂସଦରେ ବିରୋଧୀ କରୁଥିବା ହଙ୍ଗାମା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଆଜିଯାଏଁ ଏପରି “ଦିଗହୀନ ବିରୋଧୀ” କେବେ ଦେଖିନଥିଲି। ବର୍ତ୍ତମାନ ବିରୋଧୀ ଦଳ ନିରାଶ। ବିରୋଧୀଙ୍କ ମନୋଭାବରୁ ଏପରି ଲାଗୁଛି ସେମାନଙ୍କର ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷମତାକୁ ଫେରିବାକୁ ଇଚ୍ଛା ନାହିଁ।"

ବିଜେପି ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିରୋଧୀଙ୍କ କାର୍ଯ୍ୟ ହେଉଛି ବିରୋଧ କରିବା, ସେମାନଙ୍କୁ ତାହା କରିବାକୁ ଦିଅନ୍ତୁ ଏବଂ ଆପଣମାନେ ନିଜ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ୍। ୨୦୨୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଏବଂ ତୃତୀୟ ପର୍ଯ୍ୟାୟରେ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବାର ଲକ୍ଷ୍ୟକୁ ନେଇ କାମ କରାଯିବ।"

Advertisment

ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ୪ ଦିନ ହେବ ସଂସଦରେ ମଣିପୁର ହିଂସାକାଣ୍ଡ ନେଇ ହୋହଲ୍ଲା ଲାଗି ରହିଛି। ବିରୋଧୀଙ୍କ ମିଳିତ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲ୍ପମେଣ୍ଡାଲ୍ ଇନକ୍ଲ୍ୟୁସିଭ୍ ଆଲାଏନ୍ସ(I.N.D.I.A) ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। 

Modi On Opposition Alliance East India Company India Lok Sabha Session