/odisha-reporter/media/post_attachments/uploadimage/library/16_9/16_9_0/Pm_Modi_1691671531.jpg)
Pm Modi
କେନ୍ଦ୍ର ସରକାର ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ନିଜର ପକ୍ଷ ରଖିଛନ୍ତି। ଏହି ଅନାସ୍ଥା ବିଜେପି ଓ ଏନଡିଏ ପାଇଁ ଶୁଭଙ୍କର ହେବ। ୨୦୨୪ରେ ବିଜେପି ଓ ଏନଡିଏ ରେକର୍ଡ ଜନମତ ସହ କେନ୍ଦ୍ରରେ ପୁଣି ସରକାର ଗଠନ କରିବ ବୋଲି ମୋଦି ଦମ୍ଭୋକ୍ତି କରିଛନ୍ତି। ଏଥିସହ ବିରୋଧୀ ଦଳଗୁଡ଼ିକ ପୁଣି ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।
୨୦୧୮ରେ ପ୍ରଥମଥର ପାଇଁ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାପରେ ୨୦୨୩ରେ ଦ୍ୱିତୀୟ ଥର ପାଇଁ ମୋଦି ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେଉଛନ୍ତି।
୨୦୧୮ ବେଳେ ମୋଦି କହିଥିଲେ ଯେ ବିରୋଧୀ ୨୦୨୩ରେ ଅନାସ୍ଥା ପ୍ରସ୍ତାବ ଆଣିବେ। ସତକୁ ସତ ବିରୋଧୀ ମେଣ୍ଟ ୨୦୨୩ରେ ଅନାସ୍ଥା ଆଣିଛନ୍ତି। ଏହାକୁ ମୋଦି କଟାକ୍ଷ କରିବା ସହ ବିଜେପି ୨୦୧୯ ଭଳି ୨୦୨୪ରେ ମଧ୍ୟ ତୃତୀୟଥର କ୍ଷମତାକୁ ଆସିବ ବୋଲି କହିଛନ୍ତି। ତେବେ ୨୦୨୮ରେ ବିରୋଧୀ ଅନାସ୍ଥା ଆଣିବା ବେଳକୁ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚି ସାରିଥିବ ବୋଲି ମୋଦି ଆଶା ପ୍ରକଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରାହୁଲ ଗାନ୍ଧିଙ୍କ ନାଁ ନନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଏବେ କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି। ବାରମ୍ବାର ଲଞ୍ଚ କରାଯାଉଛି। କିନ୍ତୁ କିଛି ସୁଫଳ ମିଳୁନି। ଦେଶର ସାମର୍ଥ୍ୟ ଓ ପରାକ୍ରମ ଉପରେ ବିରୋଧୀଙ୍କ ବିଶ୍ୱାସ ନାହିଁ।
କଂଗ୍ରେସକୁ କଳ୍ପନାର ଦାରିଦ୍ର୍ୟ ଗ୍ରାସିଛି। କଂଗ୍ରେସର ନା ନୀତି ଅଛି ନା ନିୟତ ଅଛି? ଦୃଢ଼ ନୀତି ଓ କଠୋର ପରିଶ୍ରମ ଯୋଗୁ ଆଜି ଦେଶ ଏତେ ଉଚ୍ଚକୁ ଉଠିଛି। ଆମେ ତୃତୀୟ ବୃହତ୍ତ ଅର୍ଥନୀତିରେ ପହଞ୍ଚି ହିଁ ଦେଖାଇବୁ।
ଆମେ ତୃତୀୟ ବୃହତ୍ତ ଅର୍ଥନୀତି ହେବୁ ବୋଲି କହିଛୁ। ଏହା ପରେ କଂଗ୍ରେସ ପଚାରିବାର ଥିଲା ଯେ କେମିତି ହେବୁ? କ’ଣ ନୀତି ରହିଛି? ଲୋକଙ୍କ ପାଖକୁ ଯାଇ କଂଗ୍ରେସ କ୍ଷମତାକୁ ଆସିଲେ ଦେଶ ୧ନଂ ସ୍ଥାନରେ ପହଞ୍ଚିବ ବୋଲି କହିବାର ଥିଲା। କିନ୍ତୁ କଂଗ୍ରେସ ସେମିତି କରିନି। ଖାଲି ଭାରତର କାମକୁ ବିରୋଧ କରିଛି। ଭାରତ ଏବେ ଅତି ଗରିବ ରେଖାକୁ ପ୍ରାୟତଃ ଶେଷ କରି ଦେଇଥିବା ଆଇଏମଏଫ ରିପୋର୍ଟ ଦେଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
