Advertisment

କେତେ ଦିନ ସହିବ ଓଡ଼ିଶା? ବରଗଡ଼ରେ ସୁପର୍‌ ସିଏମ୍ ପ୍ରସଙ୍ଗରେ ହେଲା ମାଡ଼

‘ଏଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ବିଧାୟକ ଅଛନ୍ତି। ଆଉ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଏ ସମସ୍ତଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଯାଇଛନ୍ତି।’

PM Narendra Modi

PM Narendra Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶାରେ ତିନିଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ଆୟୋଜିତ ହୋଇଥିଲା ଏହି ସବୁ ସଭା। ଆଉ ସବୁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସମାଲୋଚନା କରିଥିଲେ। ବରଗଡ଼ ସଭାରେ ସେ ସୁପର ସିଏମ୍‌ ପ୍ରସଙ୍ଗ ଉଠାଇଥିଲେ। ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କୁ ସୁପର ସିଏମ୍‌ ବୋଲି କୁହାଯାଉଛି। ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏଠାରେ ପୂରା ସରକାର ଆଉଟ୍ ସୋର୍ସରେ ଚାଲିଛି।

Advertisment

ମୋଦି କହିଥିଲେ, ୨୫ ବର୍ଷରେ ଏକ ପିଢ଼ି ଯବାନ ହୋଇଯାଏ। ସେ ନିଜର ଏକ ନୂଆ ଜୀବନ ବଞ୍ଚିବା ଆରମ୍ଭ କରି ଦିଏ। କିନ୍ତୁ ବିଜେଡି ସରକାର ଏହି ୨୫ ବର୍ଷରେ ଓଡ଼ିଶାକୁ ଗରିବୀରୁ ବାହାର କରିପାରିଲା ନାହିଁ। ଆଜି ପୂରା ଓଡ଼ିଶାରେ ବିଜେଡି ନେତାଙ୍କ ଉପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି। ଲୋକେ କେବଳ ଗୋଟିଏ କଥା କହୁଛନ୍ତି- କେତେ ଦିନ ସହିବ ଓଡ଼ିଶା?

ବିଜେଡି ସରକାରକୁ କିଏ ଚଲାଉଛନ୍ତ? ପୂରା ସରକାର ଆଉଟ୍ ସୋର୍ସରେ ଚାଲିଛି। ଏଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ବିଧାୟକ ଅଛନ୍ତି। ଆଉ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଏ ସମସ୍ତଙ୍କ ଉପରେ ଜଣେ ସୁପର ସିଏମ୍ ହୋଇଯାଇଛନ୍ତି। କ’ଣ ଆପଣମାନେ ଚାହୁଁଛନ୍ତି ଯେ ଯିଏ ଓଡ଼ିଶାକୁ ଭଲ ଭାବେ ବୁଝେ ନାହିଁ, ତାଙ୍କ ହାତକୁ ନେତୃତ୍ୱ ଯାଉ। ଓଡ଼ିଶାକୁ ବଞ୍ଚାଇବାର ଦାୟିତ୍ୱ କାହାର? ମୁଁ ଆପଣମାନଙ୍କ ନିକଟକୁ ବିଜେପିର ସ୍ୱାର୍ଥ ପାଇଁ ଆସି ନାହିଁ। ମୁଁ ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି- ମୋ ଓଡ଼ିଶାକୁ ରକ୍ଷା କରନ୍ତୁ। ଓଡ଼ିଶା ବରବାଦ ହେଉଛି। ଓଡ଼ିଶା ଏକ ମହାନ ରାଜ୍ୟ। ଏହାର ସଂସ୍କୃତି ଓ ପରମ୍ପରା ମହାନ। କିନ୍ତୁ ଗତ ୨୫ ବର୍ଷ ବରବାଦ ହୋଇଯାଇଛି। ଆଉ ଗତ ୫ ବର୍ଷ ଧରି ଓଡ଼ିଶାକୁ ରାଜ୍ୟ ବାହାରର ଲୋକେ ପୂରା କବ୍‌ଜା କରି ରଖିଛନ୍ତି।

Advertisment

ଓଡ଼ିଶା ଗରିବ କାହିଁକି? ଲୋକଙ୍କ ପାଖରେ ସାମାନ୍ୟ ସୁବିଧା ସବୁ କାହିଁକି ପହଞ୍ଚି ପାରୁ ନାହିଁ? ଏହାର କାରଣ ହେଉଛି- ଏଠାରେ ନିର୍ବାଚିତ ପ୍ରତିନିଧିମାନେ ସରକାର ଚଲାଉ ନାହାନ୍ତି। ସରକାର ଚଲାଇବାର କାମ ଅନ୍ୟମାନଙ୍କ ହାତରେ ଟେକି ଦିଆଯାଇଛି। ଓଡ଼ିଶାବାସୀ ସଂକଳ୍ପ କଲେ ଏ ସରକାର ଗୋଟିଏ ମିନିଟ୍ ରହିପାରିବ ନାହିଁ। ଯଦି ଆପଣମାନେ ଚାହୁଁଛନ୍ତି ଓଡ଼ିଶାରେ ଜନ୍ମିତ କୌଣସି ପୁଅ ଅବା ଝିଅ ପାଖରେ ଏହାର ନେତୃତ୍ୱ ରହୁ, ତା’ହେଲେ ବିଜେପିର ସବୁ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ। ୪ ଜୁନ୍‌ରେ ବିଜେଡି ସରକାର ବିଦାୟ ନେବ। ଜୁନ୍ ୧୦ରେ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ।

ବରଗଡ଼ ସଭାରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବରଗଡ଼ ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

PM Narendra Modi 2024 General Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe