Advertisment

'ସଂରକ୍ଷଣ ନାଁରେ ବିରୋଧୀ ରାଜନୀତି କରୁଛନ୍ତି, ମୁଁ ଜନତାଙ୍କୁ ଜାଗ୍ରତ କରିବାକୁ ଚାହୁଁଛି...'

୨୦୨୪ ଲୋକସଭା ନିର୍ବାଚନରେ ସଂରକ୍ଷଣ କାହିଁକି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି ପ୍ରଶ୍ନରେ ଏପରି ଜଜାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
ଅଦ୍ୟତନ ହୋଇଛି
undefined

PM Narendra Modi

ଇଣ୍ଡିଆ ମେଣ୍ଟକୁ ଦଳିତଙ୍କ ବିରୋଧୀ କହି ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ନର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଇଣ୍ଡିଆ ମେଣ୍ଟ 'ଭୋଟ୍ ବ୍ୟାଙ୍କ୍ ରାଜନୀତି' କରୁଛି। ଅଳ୍ପ ସଂଖ୍ୟକ ସମ୍ପ୍ରଦାୟଙ୍କ ବନ୍ଧୁ କହୁଥିବା ବିରୋଧୀ ପ୍ରକୃଥରେ ସେମାନଙ୍କ ଶତ୍ରୁ।

Advertisment

୨୦୨୪ ଲୋକସଭା ନିର୍ବାଚନରେ ସଂରକ୍ଷଣ କାହିଁକି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥର ନିର୍ବାଚନ ସାମ୍ବିଧାନିକ ନୀତି ତଥା ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି।  

"ମୁଁ ଏସସି, ଏସଟି, ଓବିସି ଏବଂ ଅନ୍ୟ ପଛୁଆବର୍ଗର ଲୋକଙ୍କୁ ସଚେତନ କରିବାକୁ ଚାହୁଁଛି, କାରଣ ସେମାନଙ୍କୁ ଅନ୍ଧକାରରେ ରଖି ବିରୋଧୀ ଲୁଟ୍ କରୁଛନ୍ତି। ନିର୍ବାଚନ ସେହି ସମୟ, ତେଣୁ ମୁଁ ଦେଶବାସୀଙ୍କୁ ଜାଗ୍ରତ କରାଇବାକୁ ଚାହୁଁଛି। ଜନତାଙ୍କୁ ବିସ୍ତୃତ ଭାବେ କହିବାକୁ ଚାହୁଁଛି ଯେ, ଭାରତର ସମ୍ବିଧାନର ମୌଳିକ ନୀତିକୁ ଉଲ୍ଲଂଘନ କରାଯାଉଛି ଏବଂ ଏହା ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ କରାଯାଉଛି।"

Advertisment

ଭୋଟ୍ ବ୍ୟାଙ୍କ ନାଁରେ ରାଜନୀତି କରୁଥିବା ବିରୋଧୀ ନିର୍ବାଚନୀ ଘୋଷଣା ପତ୍ରରେ କ୍ରୀଡାରେ ମଧ୍ୟ ସଂରକ୍ଷଣ କରିବେ ବୋଲି କହିଛନ୍ତି। ଏପରି ହେଲେ ପରିଶ୍ରମ କରୁଥିବା ପିଲା ଯିବେ କୁଆଡେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଯେଉଁମାନେ ନିଜକୁ ଦଳିତ, ଆଦିବାସୀ, ପଛୁଆବର୍ଗଙ୍କ ମିତ୍ର ବୋଲି କହୁଛନ୍ତି, ସେମାନେ ପ୍ରକୃତରେ ସେମାନଙ୍କର ଶତ୍ରୁ... ଭୋଟ୍ ବ୍ୟାଙ୍କ ନାଁରେ କଣ ଆମେ ଆଗାମୀ ପିଢ଼ିକୁ ଧ୍ୱଂସ କରିଦେବା କି? ଦଳିତ, ଆଦିବାସୀ, ଓବିସିଙ୍କ ଅଧିକାର ପାଇଁ ମୁଁ ଲଢ଼ିବି। 

ସାକ୍ଷାତକାର ସମୟରେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ଧାରା-୩୭୦ କାଶ୍ମୀରର ଏଜେଣ୍ଡା ନଥିଲା। ଏହା କିଛି ମୁଷ୍ଟିମେୟ ଲୋକଙ୍କର ଏଜେଣ୍ଡା ଥିଲା। ଧାରା ୩୭୦ ହଟିବା ପରେ କାଶ୍ମୀରରେ ଏକତା ବୃଦ୍ଧି ପାଇଛି। ସେଠାରେ ଲୋକଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟ ବୃଦ୍ଧି ପାଇଛି, ଶାନ୍ତି ବି ଫେରିଛି। 

କଶ୍ମୀରରେ ସ୍ଥିରତା ଆଣିବା ପାଇଁ ଇଣ୍ଟରନେଟ୍ ବନ୍ଦ କରିବାକୁ ପଡିଥିଲା। ମାତ୍ର ଏହା ଜରୁରୀ ଥିଲା। ଏଥର କାଶ୍ମୀରରେ ମତଦାନ ୪୦ ବର୍ଷର ରେକର୍ଡ ଭାଙ୍ଗିଛି, ଯାହାକି ଅତ୍ୟନ୍ତ ଖୁସିର ବିଷୟ। ମତଦାନ ଅର୍ଥ କାହାକୁ ଜିତାଇବା ନୁହେଁ, ଦେଶର ସରକାର ଗଠନରେ ଗର୍ବର ସହ ଭାଗିଦାରୀ ହେବା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। 

National Politics Reservation PM Narendra Modi Lok Sabha Polls Vote Bank Politics