Advertisment

ଅନାସ୍ଥା ବିତର୍କ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଅପରାହ୍ନ 4ଟାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi In Parliament(File Photo)

PM Modi In Parliament(File Photo)

ମଣିପୁର ପ୍ରସଙ୍ଗ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଅପରାହ୍ନ 4ଟାରେ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିରୋଧୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୌନ ବ୍ରତ ଭାଙ୍ଗନ୍ତୁ ବୋଲି ଦାବି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିବେ। ଯାହା ଉପରେ ପୂରା ଦେଶର ନଜର ରହିଛି। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିବେ।

Advertisment

ମଣିପୁର ହିଂସା ନେଇ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ଆଲାଏନ୍ସ। ମଙ୍ଗଳବାର ଓ ବୁଧବାର ଏ ଉପରେ ଆଲୋଚନା ହୋଇଛି। ଅନାସ୍ଥା ବିତର୍କର ପ୍ରଥମ ଦିନରେ ବକ୍ତବ୍ୟ ଆରମ୍ଭ କରିଥିଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ। ସେ ଏହି ସମୟରେ ମଣିପୁର ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କୁ 3ଟି ପ୍ରଶ୍ନ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନିଜର ମୌନ ବ୍ରତ ଭାଙ୍ଗନ୍ତୁ ବୋଲି ଦାବି କରିଥିଲେ। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ ଭାରତ ଯୋଡ ଯାତ୍ରାଠୁ ନେଇ ମଣିପୁର ଗସ୍ତ ପର୍ଯ୍ୟନ୍ତ ସମସ୍ତ ଅନୁଭୂତି ବଖାଣିଥିଲେ। ମଣିପୁରରେ ଭାରତ ମାତାକୁ ବିଜେପି ହତ୍ୟା କରିଛି ବୋଲି ଅଭିଯୋଗ କରିଥିଲେ ରାହୁଲ। ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ କାହିଁକି ମଣିପୁର ଗସ୍ତ କଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ। ରାହୁଲଙ୍କ ଟିପ୍ପଣୀକୁ ନେଇ ମଧ୍ୟ ଶାସକ ସାଂସଦ ଘେରିଥିଲେ। ଗୃହ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏସବୁ ମଧ୍ୟରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ଅପେକ୍ଷା କରିଛନ୍ତି। 

Advertisment

ମଣିପୁରରେ ଦୁଇ କୁକି ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ୍ ହେବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା। ଜାତିଗତ ବିବାଦ କାରଣରୁ ଏପରି ହୀନ କାର୍ଯ୍ୟ କରିଥିଲେ ବିକ୍ଷୋଭକାରୀ। ଏହି ଭିଡିଓ ସଂସଦର ମୌସୁମୀ ଅଧିବେଶନ ଆରମ୍ଭର ଠିକ୍ ଦିନକ ପୂର୍ବରୁ ଭାଇରାଲ୍ ହୋଇଥିଲା। ଘଟଣାକୁ ନେଇ ଗୃହ ଉଠିଥିଲା ପଡିଥିଲା। ଏପରିକି ବିରୋଧୀ ମଧ୍ୟ ଅନାସ୍ଥା ପ୍ରସ୍ତାବରେ ଅଡି ବସିଥିଲେ। ପରେ ବାଚସ୍ପତିଙ୍କ ଅନୁମତି କ୍ରମେ ଗୃହରେ ଅନାସ୍ଥା ବିତର୍କ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ଏ ଉପରେ ନିଜର ବକ୍ତବ୍ୟ ରଖିବେ।  

PM Modi Manipur Violence Parliament Monsoon Session No-trust Motion Rahil Gandhi