Advertisment

ବିଜେଡିର କାଉଣ୍ଟ ଡାଉନ୍ ଆରମ୍ଭ, ବାଜା ବଜେଇ ବାଣ ଫୁଟେଇ ନବୀନଙ୍କୁ ବିଦା କରନ୍ତୁ: ପ୍ରଧାନମନ୍ତ୍ରୀ

କଂଗ୍ରେସ କେବଳ ଓଡ଼ିଶାର ଗରିବୀର ଚିତ୍ର ସାରା ଦୁନିଆକୁ ଦେଖାଇଥିଲା। ବିଜେଡି ମଧ୍ୟ ଗରିବୀ ଦୂର କରିବା ପାଇଁ କିଛି କଲାନି। ବିଜେଡି ଗରିବୀ ଦୂର କଲାନି କି କଂଗ୍ରେସର ପ୍ରୟାସକୁ ରୋକିବାକୁ ସାହାସ କଲାନି।

author-image
Jitendra Garnayak
ଅଦ୍ୟତନ ହୋଇଛି
Modi

Modi

‘ବିଜେଡି ସରକାର ବିଦାୟ ନେବ। କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି। ପୂରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ ସରକାର।’ ଶନିବାର ବଲାଙ୍ଗିରରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଥିଲେ।

Advertisment

ଫୁଲବାଣୀରେ ସଭା ସାରି ବଲାଙ୍ଗିରରେ ପହଞ୍ଚିଥିଲେ ମୋଦି। ଆଉ ଭାଷଣ ଆରମ୍ଭ କରିବା ମାତ୍ରେ ରାଜ୍ୟର ନବୀନ ସରକାର ଉପରେ ବର୍ଷି ଥିଲେ। ବିଜେଡି ସରକାରର କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି ବୋଲି ସେ କହିଥିଲେ।

ମୋଦି କହିଥିଲେ, କଂଗ୍ରେସ କେବଳ ଓଡ଼ିଶାର ଗରିବୀର ଚିତ୍ର ସାରା ଦୁନିଆକୁ ଦେଖାଇଥିଲା। ବିଜେଡି ମଧ୍ୟ ଗରିବୀ ଦୂର କରିବା ପାଇଁ କିଛି କଲାନି। ବିଜେଡି ଗରିବୀ ଦୂର କଲାନି କି କଂଗ୍ରେସର ପ୍ରୟାସକୁ ରୋକିବାକୁ ସାହାସ କଲାନି।

Advertisment

ସେ କହିଥିଲେ, ଜୁନ୍‌ ୪ ତାରିଖକୁ ମନେ ରଖିଥା’ନ୍ତୁ। କାରଣ ଏହା ହେବ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌। ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ସେଥିପାଇଁ ଭୁବନେଶ୍ୱର ଯିବାକୁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି। ଯିଏ ଓଡ଼ିଶାରେ ଜନ୍ମ ହୋଇଥିବେ, ଯିଏ ଓଡ଼ିଶାର ସଂସ୍କୃତି ସହିତ ଯୋଡ଼ି ହୋଇଥିବେ ଓ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଚରଣରେ ବଡ଼ ହୋଇଥିବେ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଏହା ହେଉଛି ମୋଦିର ଗ୍ୟାରେଣ୍ଟି।

ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ସବୁଠୁ ଅଧିକ ଗରୀବ ଲୋକ ଏଠାରେ ବସବାସ କରୁଛନ୍ତି। ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ଭଳି ଧନୀ ରାଜ୍ୟର ଏ କି ଅବସ୍ଥା? ଓଡ଼ିଶାକୁ ବଞ୍ଚାଇବାକୁ ହେବ। ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବାକୁ ହେବ। ମୁଁ ଓଡ଼ିଶା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି ବୋଲି ମୋଦି କହିଥିଲେ।

ପ୍ରଧାନମନ୍ତ୍ରୀ ଲୋକଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି କହିଥିଲେ ଓଡ଼ିଶାର ଏଭଳି ଅବସ୍ଥା ପାଇଁ କିଏ ଦାୟୀ। ସଭାରୁ ଉତ୍ତର ଆସିଥିଲା ନବୀନ ବାବୁ। ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ତାଙ୍କୁ ବିଦାୟ ଦେବାର ବେଳ ଆସିଛି। ତାଙ୍କୁ ବାଜା ବଜେଇ ବାଣ ଫୁଟେଇ ବିଦା କରନ୍ତୁ। ନବୀନ ବାବୁ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି। ଯଦି ସେ ଭୁଲରେ ଏଠାକୁ ନିର୍ବାଚନ ପ୍ରଚାର କରିବାକୁ ଆସନ୍ତି ଓ ଆପଣମାନେ ତାଙ୍କୁ ଭେଟିବାର ସୌଭାଗ୍ୟ ପାଆନ୍ତି, ତା’ହେଲେ ଗୋଟିଏ ପ୍ରଶ୍ନ କରିବେ। କାଗଜ ନ ଦେଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୦ଟି ଗାଁ ନାଁ କହିବାକୁ କହିବେ। ସେ କଣ୍ଟାବାଞ୍ଜିର ୧୦ଟି ଗାଁ ନାଁ ବି କହିପାରିବେନି। କାରଣ ସେ ଆପଣଙ୍କ ସହ ନାହାନ୍ତି। ସେ ମାଟି ସହିତ ଯୋଡ଼ି ହୋଇ ନାହାନ୍ତି। ସେ ଆପଣଙ୍କ ଦୁଃଖ ବୁଝିପାରିବେନି। ସେଥିପାଇଁ ଧନୀ ଓଡ଼ିଶାର ଲୋକମାନେ ଗରିବ। ଏଠିକାର ସରକାରକୁ ଆପଣଙ୍କର କୌଣସି ଚିନ୍ତା ନାହିଁ। ଏଭଳି ସରକାର ଯିବା ଉଚିତ। ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିବା ଉଚିତ୍।

ମୋଦି ଆହୁରି କହିଥିଲେ, ଆପଣମାନେ ବିଜେଡିକୁ ୨୫ ବର୍ଷ ବିଜେଡିକୁ ସୁଯୋଗ ଦେଲ। ବିଜେଡି ନେତାମାନେ କୋଠା ଘର କରିଛନ୍ତି ଓ ଗାଡ଼ି ଚଢୁଛନ୍ତି। କିନ୍ତୁ ଏଠାକାର ଗରିବ ଲୋକମାନ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏହା ସମାପ୍ତ ହେବା ଦରକାର। ଆଉ ଏହାକୁ କେବଳ ବିଜେପି ସମାପ୍ତ କରିପାରିବ।

PM Modi 2024 General Election Loka Sabha Election 2024 Odisha Assembly Election 2024