Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ସରକାର ଗଠନ ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ ଦେବେ: ମନମୋହନ ସାମଲ

ମିଶନ ଓଡ଼ିଶା ପାଇଁ ବିଜେପିର ଅଙ୍କକଷା।

author-image
Niranjan Mishra
ଅଦ୍ୟତନ ହୋଇଛି
PM and Manmohan Samal

PM and Manmohan Samal

ମିଶନ ଓଡ଼ିଶା ପାଇଁ ବିଜେପିର ଅଙ୍କକଷା। ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ତିଆରି କରିଛି ଯୋଜନା। ଦିଲ୍ଲୀରେ ପ୍ରସ୍ତୁତ ହୋଇଛି ୨୦୨୪ ସାଧାରଣ ନିର୍ବାଚନର ବ୍ଲୁ ପ୍ରିଣ୍ଟ। ନୂଆ କ୍ୟାପେଟେନ୍ ମନମୋହନ ସାମଲ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ଭେଟି ଫେରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାର ରାଜ୍ୟନୈତିକ ସ୍ଥିତି, କ’ଣ କଲେ ଓଡ଼ିଶାରେ ବିଜେପି ସରକାରକୁ ଆସିବ ସେନେଇ ମନମୋହନଙ୍କଠାରୁ ଫିଡବ୍ୟାକ୍ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଆଉ ଦଳର ଟାର୍ଗେଟ୍ ରହିଛି ୫୧ ପ୍ରତିଶତରୁ ଅଧିକ ଭୋଟ୍।

Advertisment

ଅନ୍ୟପକ୍ଷରେ ବିଜେଡି ଦାବି କରିଛି ୫୦ ପ୍ରତିଶତରୁ ଅଧିକ ଭୋଟ୍ ନେଇ ଷଷ୍ଠ ଥର ପାଇଁ କ୍ଷମତା ବଜାୟ ରଖିବ ଦଳ।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment

ଭେଟଘାଟ ବେଳେ ରାଜ୍ୟରେ ବିଜେପିର ସ୍ଥିତି, ରାଜନୈତିକ ମାହୋଲ, ବିଜେଡି ସରକାର ବିରୋଧରେ ଦାନା ବାନ୍ଧୁଥିବା ପ୍ରସଙ୍ଗ, କେମିତି ବିଜେଡିକୁ ମାତ୍ ଦେଇ ହେବ ସେନେଇ ମନମୋହନଙ୍କଠାରୁ ଫିଡବ୍ୟାକ୍ ନେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଏହାପରେ ଓଡ଼ିଶା ପାଇଁ ଫିକ୍ସ ହୋଇଛି ଟାର୍ଗେଟ। ମିଶନ୍ ଓଡ଼ିଶାରେ ବିଜେପି ସରକାର ଗଠନ। କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ଅନ୍ୟ ପ୍ରମୁଖ ନେତାମାନଙ୍କୁ ନେଇ ଗଠିତ ଟିମ୍ ଏହି କାର୍ଯ୍ୟଭାରକୁ କାର୍ଯ୍ୟକାରୀ କରିବେ। ଟାର୍ଗେଟ୍ ରହିଛି ୫୧ ପ୍ରତିଶତ ଭୋଟ୍ ହାସଲ।

ସେପଟେ ବିଜେଡି ମଧ୍ୟ ପ୍ରତି ୱାର୍ଡରେ ୧୦ ଜଣ ସକ୍ରିୟ ସଦସ୍ୟ କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଜୋର ଦେଇଛି। ଟାର୍ଗେଟରେ ଦେଢ କୋଟି ଭୋଟର୍ ଓ ୫୦ ପ୍ରତିଶତ ଭୋଟ୍ ନେବା। ଅନ୍ୟପକ୍ଷରେ କଂଗ୍ରେସ ୯ରୁ ୯୦ ମିଶନରେ କାମ କରୁଛି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଠାରୁ ଯେତେ ଶୀର୍ଷ ନେତୃତ୍ୱ ଅଛନ୍ତି ସମସ୍ତଙ୍କ ଗୋଟିଏ କଥା, ଓଡ଼ିଶାରେ ବିକଳ୍ପ ସରକାର ହେବା ପାଇଁ ଯାହାଯାହା ସହଯୋଗ ସମ୍ପୂର୍ଣ୍ଣ ଦିଆଯିବ। ତେଣୁ ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଲେ ଓଡ଼ିଶାରେ ବିଜେପି ସରକାର କରିବ ବୋଲି ସମସ୍ତ ବୁଝିଛନ୍ତି। ତେଣୁ ସେହି ଲକ୍ଷ୍ୟ ନେଇ ବାହାରିଛୁ।

ଏହାକୁ କାଉଣ୍ଟର କରି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆସନ୍ତା ନିର୍ବାଚନରେ ସାରା ଭାରତ ଏକ ନୂଆ କଥା ଦେଖିବ। କାରଣ ଗୋଟିଏ ଦଳ ଓ ଗୋଟିଏ ନେତାଙ୍କୁ ରାଜ୍ୟର ଅଧାଅଧିକ ଲୋକ ଭୋଟ ଦେଉଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପିସିସି ମୁଖ୍ୟଙ୍କ ଲକ୍ଷ୍ୟ ଅନୁଯାୟୀ ଆମେ ୯ରୁ ୯୦ କରିବାକୁ ବାହାରିଛୁ। କଂଗ୍ରେସ ପ୍ରାୟ ୪୦ ପ୍ରତିଶତ ଭୋଟ ପାଇବ। କାରଣ ୩୭ ପ୍ରତିଶତରୁ ଅଧିକ ଭୋଟ ଜିତି କଂଗ୍ରେସ ଅତୀତରେ ସରକାର କରିଛି।

ତେବେ ଦେଖିବାର କଥା କେଉଁ ଦଳ ମିଶନରେ ପାସ୍‌ କରୁଛି ଓ କିଏ ଫେଲ୍ ହେଉଛି। ତେବ ଗୋଟିଏ କଥା ସ୍ପଷ୍ଟ ଲଢ଼େଇ ଜୋରଦାର ହେବ।

Odisha Government Bjp Bjd Politics