Advertisment

ଉଲଗୁଲାନ ସମାବେଶରେ ସଂଜୟ ସିଂହଙ୍କ ମନ୍ତବ୍ୟ: ଲାଡେନ ଅହିଂସା କଥା କହିବା ଯାହା ମୋଦି ଦୁର୍ନୀତି ବିରୋଧରେ କହିବା ତାହା

ରାଞ୍ଚିରେ ଅନୁଷ୍ଠିତ 'ଉଲଗୁଲାନ ନ୍ୟାୟ' ସମାବେଶକୁ ସମ୍ବୋଧିତ କରିବା ବେଳେ ଏପରି କହିଛନ୍ତି ସଞ୍ଜୟ ସିଂ।

ଅଦ୍ୟତନ ହୋଇଛି
Sanjay Singh

Sanjay Singh

Advertisment

ଜେଲରୁ ଆସିବା ପରେ ବିଜେପି ସରକାର ଉପରେ ବର୍ଷି ଚାଲିଛନ୍ତି ଆପର ବରିଷ୍ଠ ନେତା ସଞ୍ଜୟ ସିଂହ। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସଞ୍ଜୟ ସିଂହ କହିଛନ୍ତି, "ଲାଡେନ ଅହିଂସା କଥା କହିବା ଯାହା ମୋଦି ଦୁର୍ନୀତି ବିରୋଧରେ କହିବା ତାହା।" ରାଞ୍ଚିରେ ଅନୁଷ୍ଠିତ 'ଉଲଗୁଲାନ ନ୍ୟାୟ' ସମାବେଶକୁ ସମ୍ବୋଧିତ କରିବା ବେଳେ ଏପରି କହିଛନ୍ତି ସଞ୍ଜୟ ସିଂ।

Advertisment

ସେ କହିଛନ୍ତି, "ନରେନ୍ଦ୍ର ମୋଦି ଜୀ ଦୁର୍ନୀତି ବିରୋଧରେ କହୁଛନ୍ତି। ସେ ହେମନ୍ତ ସୋରେନ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଇଛନ୍ତି। ସେ ଯେତେବେଳେ ଦୁର୍ନୀତି ବିରୁଦ୍ଧରେ କହୁଛନ୍ତି, ତାହା ଓସାମା ବିନ ଲାଡେନ ଏବଂ ଗବବର ସିଂହ ଅହିଂସା ବିଷୟରେ ପ୍ରଚାର କରିବା ଭଳି ମନେ ହେଉଛି।"

ସେ ଆହୁରି କହିଛନ୍ତି ଯେ, "୨୦୧୪ ପରେ ମୋଦି ୱାଶିଂ ପାଉଡର ଆସିଛି, ଯାହା ସବୁ ଦୁର୍ନୀତିକୁ ଚୁଟକିରେ ସଫା କରିଦେଉଛି। ଯେଉଁମାନଙ୍କୁ ବିଜେପି ଦୁର୍ନୀତିଗ୍ରସ୍ତ କହୁଛି ସେମାନଙ୍କୁ ଦଳରେ ସାମିଲ୍ କରିଦେଉଛି। ମୋଦି ୱାସିଂ ପାଉଡର ଏନସିପି ନେତା ଅଜିତ ପାୱାରଙ୍କ ଉପରେ ୧୭,୦୦୦ କୋଟି ଟଙ୍କାର ଘୋଟାଲା ଅଭିଯୋଗ କରିଥିଲେ, ପରେ ସେ ବିଜେପିରେ ମିଶିଗଲେ।"

Advertisment

ସେହିପରି ଏନସିପି ନେତା ଛଗନ ଭୁଜବଲ, ହାସନ ମୁଶ୍ରିଫ, ପୂର୍ବତନ କଂଗ୍ରେସ ନେତା ଅଶୋକ ଚୌହାନ, ହିମନ୍ତ ବିଶ୍ୱ ଶର୍ମା, ନାରାୟଣ ରାଣେ, ପୂର୍ବତନ ଟିଏମସି ନେତା ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଆଣିଥିଲେ। କିନ୍ତୁ ସେମାନଙ୍କୁ ଦଳରେ ସାମିଲ୍ କରିନେଲେ। ବିଜେପିର ନାରା ହେଉଛି, ଯିଏ ଯେତେ ଭ୍ରଷ୍ଟାଚାରୀ ସେ ସେତେ ବଡ଼ ପଦାଧିକାରୀ ବୋଲି ସଞ୍ଜୟ ସିଂହ କହିଛନ୍ତି।  

PM Modi AAP Sanjay Singh INDIA Bloc Rally Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe