Advertisment

ହରିୟାଣା ବିଜୟ ପରେ କଂଗ୍ରେସକୁ ପୁଣି ଧୋଇଲେ ମୋଦି

ହରିୟାଣାର ବିଧାନସଭାର ୯୦ଟି ଆସନରୁ କଂଗ୍ରେସ ୩୭ଟି ଜିତିଥିବା ବେଳେ ବିଜେପି ଏକାକୀ ୪୮ଟି ଆସନ କବଜା କରିଛି। ଏଥିସହ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି।

PM Modi

PM Modi

Advertisment

ହରିୟାଣା ବିଧାନସଭାରେ ବିଜେପିର ଅପ୍ରତ୍ୟାଶିତ ତଥା ଐତିହାସିକ ହ୍ୟାଟ୍ରିକ ବିଜୟ ପରେ କଂଗ୍ରେସ ଉପରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ଓ ଦଳିତ ସଂପ୍ରଦାୟ ମଧ୍ୟରେ ମିଥ୍ୟାର ପ୍ରଚାର କରୁଛି ବୋଲି ମୋଦି କହିଛନ୍ତି।

Advertisment

ନାଗପୁରବାସୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ “କଂଗ୍ରେସ ଓ ଅର୍ବାନ ନକ୍ସଲ ମେଣ୍ଟର ଘୃଣାର ଷଡ଼ଯନ୍ତ୍ରରେ ହରିୟାଣାର ଲୋକମାନେ ଫସିବେ ନାହିଁ ବୋଲି ପ୍ରମାଣିତ କରି ଦେଖାଇଛନ୍ତି।”

ହରିୟାଣାର ବିଧାନସଭାର ୯୦ଟି ଆସନରୁ କଂଗ୍ରେସ ୩୭ଟି ଜିତିଥିବା ବେଳେ ବିଜେପି ଏକାକୀ ୪୮ଟି ଆସନ କବଜା କରିଛି। ଏଥିସହ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି।

Advertisment

ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରହିଛି। ଏହାପୂର୍ବରୁ ଆଜି ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନାଗପୁରବାସୀଙ୍କୁ କହିଛନ୍ତି ଯେ “ଗତକାଲି ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଦୁଇ ଥର କାର୍ଯ୍ୟକାଳ ଶେଷ କରିବା ପରେ ତୃତୀୟ ଥର ପାଇଁ ହରିୟାଣାରେ ନିର୍ବାଚିତ ହେବା ଏକ ଐତିହାସିକ ଘଟଣା।

କଂଗ୍ରେସର ପୂରା ଇକୋ ସିଷ୍ଟିମ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ। ସେମାନେ ଦଳିତ ସଂପ୍ରଦାୟ ମଧ୍ୟରେ ମିଛର ପ୍ରଚାର କରିବା ପାଇଁ ଚାହିଁଥିଲେ। ହେଲେ ଦଳିତମାନେ ଅନୁଭବ କରିଥିଲେ ଯେ କଂଗ୍ରେସ ସେମାନଙ୍କୁ ମିଳୁଥିବା ସଂରକ୍ଷଣ ଛଡ଼ାଇ ନେବ ଓ ନିଜର ଭୋଟ ବ୍ୟାଙ୍କ ମଧ୍ୟରେ ବାଣ୍ଟି ଦେବ। ହରିୟାଣାର ଦଳିତ ସଂପ୍ରଦାୟ ବିଜେପିକୁ ରେକର୍ଡ ସମର୍ଥନ ଜଣାଇଛନ୍ତି।

କଂଗ୍ରେସ ଚାଷୀଙ୍କୁ ଉସକାଇଥିଲା। ହରିୟାଣାର ଚାଷୀମାନେ ବିଜେପିର କୃଷି ଅଭିମୁଖୀ ଯୋଜନାରେ ଅତ୍ୟନ୍ତ ଖୁସି। କଂଗ୍ରେସ ଯୁବଗୋଷ୍ଠୀଙ୍କୁ ଉସକାଇବାକୁ ଚେଷ୍ଟା କରିଥିଲା। ସେମାନେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜେପି ଉପରେ ଭରସା ଦେଖାଇଛନ୍ତି।”

ନାଗପୁରରେ ମୋଦି ୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରିବା ବେଳେ କଂଗ୍ରେସ ଉପରେ ଏପରି ହମଲା କରିଛନ୍ତି।

Bjp Congress PM Modi Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe